କନକ ବ୍ୟୁରୋ: ୫ ମାସ ହେଲା ମିଳୁନି ଭତ୍ତା, ପ୍ରତିବାଦ କଲେ ହିତାଧିକାରୀ। ଜଣେ କି ଦୁଇଜଣ ନୁହେଁ, ପଞ୍ଚାୟତର ଶହ ଶହ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।
ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସରକାର ସାମାଜିଜ ନିରାପତ୍ତା ଯୋଜନାରେ ସାମିଲ କରି ଭତ୍ତା ଯୋଗାଇ ଦେଉଛନ୍ତି। କିନ୍ତୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋ-ସୋ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବା ମିଳିଛି। ପ୍ରଥମେ ଖାତା ଦେଖାଇଲେ ପଞ୍ଚାୟତରେ ଭତ୍ତା ଟଙ୍କା ମିଳୁଥିଲା, ପରେ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଆସୁଥିଲା। ହେଲେ ୫ମାସ ହେଲା ଆଉ ଭତ୍ତା ମିଳୁନି।
ଭତ୍ତା କେଉଁଠି କିଏ ଅଟକାଇଛି? ଜାଣିବା ପାଇଁ, ଏଇ ବୟସରେ ପଞ୍ଚାୟତଠାରୁ ବ୍ଲକ୍ ଓ ବ୍ୟାଙ୍କ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି। ହେଲେ କେହି କିଛି ଶୁଣୁନାହାନ୍ତି କି ବୁଝୁନାହାନ୍ତି!
ଆହୁରି ପଢ଼ନ୍ତୁ... ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଉତ୍ତେଜନା: ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ନେଇ ଓମାନର ସୂଚନା, ଆହତ ହେଲେ ଭାରତୀୟ କ୍ରୁ ସଦସ୍ୟ
ଏହି ଭତ୍ତା ଟଙ୍କାରେ କିଏ ଔଷଧ କିଣି ଖାଏ, ତ ଆଉ କିଏ ତେଲ ଲୁଣ କିଣି ଗୁଜୁରାଣ ମେଣ୍ଟାଇଥାନ୍ତି। ଭତ୍ତା ମିଳୁନଥିବାରୁ ସେମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏବେ ସୋସୋ ପଞ୍ଚାୟତର ୨୦୦ରୁ ଅଧିକ ହିତାଧିକାରୀ ଭତ୍ତା ନପାଇ ଦହଗଞ୍ଜ ହେଉଥିବା ଅଭିଯୋଗହୋଇଛି। ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/fraud-2026-03-01-18-28-02.jpg)