କନକ ବ୍ୟୁରୋ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଅଲି ଖେମିନିଙ୍କ ମୃତ୍ୟୁ ପରେ ବିଶ୍ବବ୍ୟାପୀ ଅନେକ ଦେଶରେ ପ୍ରତିବାଦ ଆରମ୍ଭ ହୋଇଥିବା ସମୟରେ, ଓମାନ ରବିବାର କହିଛି ଯେ ଷ୍ଟ୍ରେଟ୍ ଅଫ ହମ୍ରୁଜରେ ଏକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି, ଯେଉଁଥିରେ ଭାରତୀୟ କ୍ରୁ ସଦସ୍ୟଙ୍କ ସମେତ ଚାରି ଜଣ ନାବିକ ଆହତ ହୋଇଛନ୍ତି।
ସରକାରୀ ଓମାନ ନ୍ୟୁଜ୍ ଏଜେନ୍ସି କହିଛି ଯେ ଏହି ଆକ୍ରମଣ ପାଲାଉ ପତାକାଧାରୀ ସ୍କାଏଲାଇଟ୍ ନାମକ ଜାହାଜକୁ ଟାର୍ଗେଟ କରି କରାଯାଇଥିଲା। ଏଥିରେ ଆହତ କର୍ମଚାରୀମାନଙ୍କୁ ଭାରତୀୟ ଓ ଇରାନୀ ବୋଲି ଦର୍ଶାଯାଇଛି। ଜାହାଜ ଉପରେ କିଏ ଆକ୍ରମଣ କରିଥିଲା ତାହା ସ୍ପଷ୍ଟ ନୁହେଁ, କିନ୍ତୁ ଅଧିକାରୀମାନଙ୍କ କହିବା ଅନୁଯାୟୀ, ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ଇରାନ ରେଡିଓ ମାଧ୍ୟମରେ ଏହି କରିଡର ଦେଇ ଯାଉଥିବା ଜାହାଜଗୁଡ଼ିକୁ ଧମକ ଦେଉଛି।
ଆହୁରି ପଢ଼ନ୍ତୁ...ନାଗପୁର ବିସ୍ଫୋରକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୧୭ ମୃତ, ତଦନ୍ତ ନିର୍ଦ୍ଦେଶ ଦେଲେ ଫଡନାଭିସ୍
ଜଣେ ନୌସେନା ଅଧିକାରୀଙ୍କ ଅନୁଯାୟୀ, ଇରାନର ରିଭଲ୍ୟୁସନରୀ ଗାର୍ଡ, ଜାହାଜଗୁଡ଼ିକୁ ଚେତାବନୀ ଦେଇଛି ଯେ ଷ୍ଟ୍ରେଟ୍ ହମରୁଜ୍ ଦେଇ ଯିବାକୁ ଅନୁମତି ନାହିଁ। ଏହି ସଂକୀର୍ଣ୍ଣ ଜଳପଥରେ ବିଶ୍ବର ପ୍ରାୟ ଏକ ପଞ୍ଚମାଂଶ ତୈଳ ରପ୍ତାନି ହୋଇଥାଏ, କିନ୍ତୁ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ପାଇଁ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ଏହି ଜଳପଥ ବାରଣ କରାଯାଇ। ତୈଳ କାରବାରରେ ଷ୍ଟ୍ରେଟ୍ ହମ୍ରୁଜ ଏସିଆ, ୟୁରୋପ, ଉତ୍ତର ଆମେରିକା ଓ ଅନ୍ୟତ୍ର ବଜାର ସହିତ ସଂଯୋଗ କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ କରିଡର। ଏହି କରିଡର ଦେଇ ଯାଉଥିବା ୮୦ ପ୍ରତିଶତରୁ ଅଧିକ ତୈଳ ଓ ଗ୍ୟାସ ଏସୀୟ ବଜାରକୁ ଯାଏ। ତେଣୁ ଏହି କରିଡର ପ୍ରଭାବିତ ହେଲେ ସାରା ବିଶ୍ଵ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଇପାରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/attack-2026-03-01-18-13-25.jpg)