କନକ ବ୍ୟୁରୋ : ଜରାଜୀର୍ଣ୍ଣ ଅବସ୍ଥାରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାପିତ ମେସ୍କୋ ଷ୍ଟିଲ ପ୍ଲାଣ୍ଟ । ବିଜୁ ବାବୁଙ୍କ ଅମଳରେ ଆରମ୍ଭ ହୋଇଥିବା ଏହି କାରଖାନା ୬ ବର୍ଷ ହେଲାଣି ବନ୍ଦ ପଡ଼ିଛି । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କାରଖାନାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ । କାରଖାନାକୁ ପୁର୍ନବାର ଚାଲୁ କରିବା ପାଇଁ ବାରମ୍ବାର ଦାବି ପରେ ବି ଏହାକୁ କାର୍ଯ୍ୟକ୍ଷମ କରିବାର ନାଁ ଧରୁନାହାନ୍ତି କମ୍ପାନୀ କତ୍ତୃପକ୍ଷ ।
ମେସ୍କୋ ଷ୍ଟିଲ ପ୍ଲାଣ୍ଟ ରାଜ୍ୟର ଦ୍ୱିତୀୟ ଓ କଳିଙ୍ଗନଗରର ପ୍ରଥମ କାରଖାନା । ଲକ୍ଷ୍ୟ ଥିଲା କାରଖାନା ସ୍ଥାପନା ହେବ, ବେକାରୀ ସମସ୍ୟା ଦୂର ହେବ । ଅଞ୍ଚଳ ତଥା ରାଜ୍ୟର ବିକାଶ ହେବ । ମାତ୍ର ଏବେ ଓଲଟା ପରିସ୍ଥିତି । କାରଖାନା କ୍ଷତିରେ ଥିବା ଦର୍ଶାଇ ୬ ବର୍ଷ ହେବ ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ । କାରଖାନା ପରିସର ବର୍ତ୍ତମାନ ଏକ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଉପରେ ଗଛ ଲତା ମାଡ଼ିଗଲାଣି । ବିସ୍ଥାପିତ ପରିବାର ଓ କର୍ମଚାରୀ ବି ଚିନ୍ତାରେ ।
୧୯୯୩ରେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମେସ୍କୋ ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ । ଏଥିପାଇଁ ଦାନଗଦି ବ୍ଲକର ୫ଟି ଗାଁର ୨ଶହ ପରିବାର ଦେଇଥିଲେ ୫୭୦ ଏକର ଜମି ପୈତୃକ ଜମି । ହେଲେ ୨୦୧୯ରେ କାରଖାନା ବନ୍ଦ ପରଠୁ ଏଠାରେ କାର୍ଯ୍ୟରତ ଅଧିକାରୀ ଓ ଶ୍ରମିକ ଭୋକ ଓପାସରେ ଦିନ କାଟୁଛନ୍ତି । ତୁରନ୍ତ ସରକାର ଏହି କାରଖାନାକୁ ଚାଲୁ କରିବାକୁ ଦାବି କରିଛନ୍ତି । ନଚେତ୍ ଆନ୍ଦୋଳନ ନେଇ ମିଳିଛି ଚେତାବନୀ । ଅନ୍ୟପଟେ ଏନେଇ କାରଖାନା କତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସରକାର କାରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପୁନର୍ବାର କାରଖାନାକୁ ଚାଲୁ କରିବା ପାଇଁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/01/mesco-steel-plant-2025-11-01-19-33-53.jpg)