କନକବ୍ୟୁରୋ : ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ।  କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ବୃହତ୍ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପ୍ରସ୍ତୁତି  ଚଳାଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ  ।  ମରିଯିବୁ ପଛେ, ଭିଟାମାଟି ଛାଡିବୁ ନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି  ।  ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ସରକାରୀ ଜମିର ଅଧିଗ୍ରହଣ ପାଇଁ ନୋଟିସ ପରେ ବିଶାଳ ଗଣ ବିକ୍ଷୋଭ ହୋଇଛି  । ପ୍ରସ୍ତାବିତ ଜିନ୍ଦଲ ଷ୍ଟିଲପ୍ଲାଣ୍ଟର ଜମି ଅଧିଗ୍ରହଣ ପ୍ରତିବାଦରେ ୧୮ଟି ଗାଁର ହଜାର ହଜାର ଲୋକ ପାଟଣା ତହସିଲ ଘେରାଉ କରିଛନ୍ତି ।

Advertisment

ପାଟଣା ତହସିଲ ଅଧୀନ ୧୮ଟି ଗାଁକୁ ଇଡକୋ ପକ୍ଷରୁ ସରକାରୀ ଜମି ଅଧିଗ୍ରହଣ ପାଇଁ ନୋଟିସ ହୋଇଛି । କୌଣସି ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ଭିତରେ ଅଭିଯୋଗ କରି ପାରିବେ ବୋଲି ନୋଟିସ ଜାରି ହୋଇଛି   ।  ଏହାର ପ୍ରତିବାଦରେ ପାଟଣା ଅଞ୍ଚଳବାସୀ ତହସିଲ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଚାଷ ଓ ବାସପଯୋଗୀ ଜମିକୁ ଦଖଲକାରୀ ନାମରେ ପଟ୍ଟା ପ୍ରଦାନ ଦାବିରେ ପାଟଣାରେ ବିଶାଳ ଗଣବିକ୍ଷୋଭ କରାଯାଇଛି ।