କନକବ୍ୟୁରୋ : ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତି ଦେଇଛନ୍ତି। ସେ ଏକ ଇସ୍ରାଏଲୀ ଗଣମାଧ୍ୟମ ସଂସ୍ଥା ସହିତ ଫୋନ୍ ଯୋଗେ କଥା ହୋଇ କହିଛନ୍ତି, ଇରାନ ଯୁଦ୍ଧ ଶେଷ କରିବା ବିଷୟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହେବା ପରେ ହିଁ ନିଷ୍ପତ୍ତି ନିଆଯିବ।
ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ, ଯଦି ମୂଁ ଏବଂ ନେତାନ୍ୟାହୁ ନଥାନ୍ତୁ, ତେବେ ଇସଲାମିକ ଗଣରାଜ୍ୟ ଇସ୍ରାଏଲକୁ ଧ୍ୱଂସ କରିଦେଇଥାନ୍ତା। ଆମ ଦୁଇ ଜଣଙ୍କ ଯୋଗୁଁ ଆଜି ଇସ୍ରାଏଲର ଅସ୍ତିତ୍ୱ ଅଛି। ଇରାନ ଇସ୍ରାଏଲ ଏବଂ ଏହାର ଚାରିପାଖରେ ଥିବା ସବୁକିଛି ଧ୍ୱଂସ କରିବାକୁ ଯାଉଥିଲା ।

Advertisment

ଅଧିକ ପଢନ୍ତୁ...ଭଦ୍ରକରେ କ୍ରିକେଟରଙ୍କୁ ନୃଶଂସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ ଟାଉନ୍ ଥାନା ପୁଲିସର ତନାଘନା

କିନ୍ତୁ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ।  ଇରାନ ସହିତ ଯୁଦ୍ଧ ଶେଷ କରିବା ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି, ଏହା ପାରସ୍ପରିକ ସହମତିରେ ହେବ। ମୁଁ ସଠିକ୍ ସମୟରେ ନିଷ୍ପତ୍ତି ନେବି। ଇରାନ ସହିତ ଯୁଦ୍ଧର ସମସ୍ତ ଦିଗକୁ ପ୍ରଥମେ ବିଚାର କରାଯିବ। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମତାମତ ମଧ୍ୟ ନିଆଯିବ। ଟ୍ରମ୍ପଙ୍କ ଏହି ଉତ୍ତରରୁ, ଏହା ଅନୁମାନ କରାଯାଉଛି, ଇରାନ ସହିତ ଯୁଦ୍ଧ ଶେଷ କରିବା ନେଇ ଟ୍ରମ୍ପ ନିଜେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ଆମେରିକା ଇରାନ ଉପରେ ଆକ୍ରମଣ ବନ୍ଦ କରିବା ପରେ ମଧ୍ୟ ଇସ୍ରାଏଲ ଯୁଦ୍ଧ ଜାରି ରଖିବ କି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ମତେ ଲାଗୁଛି ଏହାର କୌଣସି ଆବଶ୍ୟକତା ଆଉ ରହିବ ନାହିଁ। ତେବେ ଟ୍ରମ୍ପ ଯୁଦ୍ଧ ଶେଷ କରିବା ସମୟ ସୀମା ସମ୍ପର୍କରେ କୌଣସି ଉତ୍ତର ଦେଇନଥିଲେ। ତେବେ ଏନେଇ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ଶୁକ୍ରବାର ଦିନ କହିଥିଲେ ଯେ ଏହି ଯୁଦ୍ଧ ଚାରିରୁ ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ।