କନକ ବ୍ୟୁରୋ: ଭଦ୍ରକରେ କ୍ରିକେଟରଙ୍କୁ ନୃଶଂସ ହତ୍ୟା । ଚରମ୍ପା ଗୁଣ୍ଠୁନିଆରେ ୧୬ ବର୍ଷରୁ କମ୍ କ୍ରିକେଟ୍ ଖେଳାଳିଙ୍କୁ ଖଣ୍ଡାରେ ହାଣିଲେ ୪ ଯୁବକ। ରବିବାର ଭାରତ- ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ବକପ୍ ଫାଇନାଲ ଚାଲିଥିବା ବେଳେ ସି. କୁମାର ସ୍ୱାମୀ ନିଜ ଘରେ ମ୍ୟାଚ୍ ଦେଖୁଥିଲେ। ତେବେ ରାତି ୧୧ଟା ତାଙ୍କୁ ଜଣେ ସାଙ୍ଗ ଫୋନ କରି ଡାକିଥିଲେ। ଘରୁ ବାହାରି ଆସୁଥିବା ବେଳେ ଗୁଣ୍ଠୁନିଆ ଦଧିବାବନ ମନ୍ଦିର ସମ୍ମୁଖରେ ଚାରି ଜଣ ଦୁର୍ବୁତ୍ତ ହଠାତ୍ ହାତରେ ଖଣ୍ଡା ଭୁଜାଲି ଧରି ମରଣାନ୍ତକ ଆକ୍ରମଣ କରିଥିଲେ।
ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ବୁଡୁଜୁଡୁ ଅବସ୍ଥାରେ ସି. କୁମାରଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କିଏ ଓ କାହିଁକି ହତ୍ୟା କଲା, ତା’ର ତଦନ୍ତ ଟାଉନ ପୋଲିସ ଆରମ୍ଭ କରିଛି। ସେପଟେ ସାହିର ଜେଲ ଫେରନ୍ତା ଅପରାଧୀ ତଥା ବିଶ୍ୱନାଥ ଧଡ଼ା ପୂବରୁ ଏଟିଏମ ଲୁଟ ହତ୍ୟା ଉଦ୍ୟମ ପରି ଘଟଣାରେ ସମ୍ପୃକ୍ତ ଏହି ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ଆହୁରି ପଢ଼ନ୍ତୁ:ମହିଳା ଦିବସରେ ଅଭାବନୀୟ ଘଟଣା: ରାସ୍ତା ପାଖରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/7-2026-03-09-08-26-41.jpg)