କନକ ବ୍ୟୁରୋ:କେଶବ ପ୍ରସାଦ ମୋର୍ଯ୍ୟଙ୍କ ରାଜନୈତିକ ପ୍ରମୋସନ୍ କେବେ ? କେବେ ତାଙ୍କୁ ବଡ଼ ଲୋକ ବନେଇବେ ମୋଦୀ-ଶାହ ଯୋଡ଼ି ? ୟୁପି ଡେପୁଟି ସିଏମଙ୍କୁ ଦିଲ୍ଲୀ ଡାକରା ହେବ କି ? ଯେବେଠୁ ବିହାରରେ ନେତା ବାଛିବା ପାଇଁ ୟୁପିର ଡେପୁଟି ସିଏମ୍ କେଶବ ପ୍ରସାଦ ମୋର୍ଯ୍ୟ ଙ୍କୁ ଦାୟିତ୍ୱ ମିଳିଲା, ସେବେଠୁ ୟୁପିରେ ରାଜନୀତି ସରଗରମ ହୋଇଛି । କାହିଁକି ନା ଗତ ୮ ବର୍ଷ ଧରି ୟୁପିର ଡେପୁଟି ସିଏମ୍ ପୋଷ୍ଟରେ ଥିବା କେଶବ ପ୍ରସାଦ ମୋର୍ଯ୍ୟ ଙ୍କୁ ନେଇ କିଛି ବଡ଼ ଚିନ୍ତା କରୁଛନ୍ତି ମୋଦୀ ଆଉ ଶାହ । ପାଓ୍ୱାର କରିଡରରେ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି ।
କିଛି ମାସ ତଳେ ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ଶାହ, କେଶବ ପ୍ରସାଦ ମୋର୍ଯ୍ୟ ଙ୍କୁ ନିଜ ବନ୍ଧୁ ବୋଲି କହିଥିଲେ । ଆଉ ସେବେଠୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା, ଖାସ୍ କରି ତାଙ୍କୁ କେନ୍ଦ୍ରୀୟ ରାଜନୀତିରେ କିଛି ବଡ଼ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି । ଗୋଟିଏ ସମୟରେ ଯେଉଁ ବିଜେପିକୁ ବ୍ରାହ୍ମଣଙ୍କ ପାର୍ଟି ବୋଲି କୁହାଯାଉଥିଲା, ଏବେ ସେହି ଦଳରେ ଦଳିତ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦେଖି ଏବେ କିଛି ଏମିତି ନେତାଙ୍କୁ ସାମ୍ନାକୁ ଆଣିବାକୁ ଚିନ୍ତା କରାଯାଉଛି, ଯେଉଁମାନେ କି ଦଳର ଚେହେରା ସାଜିବେ । ତେଣୁ ଏଭଳି ଏକ ସମୟରେ ୟୁପିର ଡେପୁଟି ସିଏମ୍ କେଶବ ପ୍ରସାଦ ମୋର୍ଯ୍ୟ ଙ୍କୁ କିଛି ବଡ଼ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି, ଆଉ ଏହା ପଛର ରାଜନୀତି ମଧ୍ୟ ଭିନ୍ନ...
୨୦୨୭ରେ ୟୁପି ବିଜୟ ପଛରେ ମୁଖ୍ୟ ଭୂମିକା
ଜାଣିରଖିବା ଉଚିତ ଯେ, କେଶବ ପ୍ରସାଦ ମୋର୍ଯ୍ୟ ହେଉଛନ୍ତି ଉତ୍ତର ପ୍ରଦେଶରେ ବିଜେପିର ଓବିସି ଚେହେରା । ୨୦୧୭ ୟୁପି ବିଧାନସଭା ନିର୍ବାଚନ ସମୟରେ କେଶବ ପ୍ରସାଦ ମୋର୍ଯ୍ୟ ଉତ୍ତର ପ୍ରଦେଶ ବିଜେପିର ସଭାପତି ଥିଲେ । କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦର କଥା ଆସିଲା, ଯୋଗୀ ଆଦିତ୍ୟନାଥଙ୍କୁ ସୁଯୋଗ ମିଳିଥିଲା । ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଭଲ ପ୍ରଦର୍ଶନ ପରେ ବି, ୨୦୧୭ ତୁଳନାରେ ୨୦୨୨ରେ ଦଳର ଆସନ ହ୍ରାସ ପାଇଥିଲା । ଏମିତି କି ୨୦୨୪ ଲୋକସଭା ନିର୍ବାଚନରେ, ବିଜେପି କେବଳ ୩୪ଟି ଲୋକସଭା ଆସନ ଜିତିପାରିଥିଲା । ତେଣୁ ସେ ସମୟରେ ଓବିସି ଭୋଟରେ ହ୍ରାସକୁ ଏହାର ପ୍ରାଥମିକ କାରଣ ବୋଲି କୁହାଯାଇଥିଲା । ହେଲେ ଏବେ ବିଜେପି ସେହି ଭୁଲରୁ ଶିଖି କେଶବ ପ୍ରସାଦ ମୋର୍ଯ୍ୟ ଙ୍କ ଭଳି ନେତାଙ୍କୁ ପୁଣିଥରେ ଗୁରୁତ୍ୱ ଦେବା ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : ଭୂମିକମ୍ପର ଝଟକାରେ ଥରିଲା କୋଲକାତା ; ରିକ୍ଟର ସ୍କେଲରେ ତୀବ୍ରତା ୫.୬
ବିହାର ନିର୍ବାଚନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା
ବିହାର ନିର୍ବାଚନ ଜିତିବା ଭାରତୀୟ ଜନତା ପାର୍ଟି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଉ ଏଭଳି ସମୟରେ କେଶବ ପ୍ରସାଦ ମୋର୍ଯ୍ୟ ଙ୍କୁ ବିଜେପି ବିହାର ନିର୍ବାଚନର ସହ-ପ୍ରଭାରୀ ନିଯୁକ୍ତ କରିଥିଲା । ଏହି ନିର୍ବାଚନରେ କେଶବ ପ୍ରସାଦ ମୋର୍ଯ୍ୟ ଓବିସି-ଇବିସି ଭୋଟ ବ୍ୟାଙ୍କକୁ ଏକତ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯାହାଫଳରେ କି ବିହାରରେ ଏନଡିଏର ବିଶାଳ ବିଜୟ ହେଇଥିଲା । ମୁଜାଫରପୁର ଏବଂ ଦରଭଙ୍ଗା ଭଳି ଜିଲ୍ଲାରେ ୫୦ ରୁ ଅଧିକ ରାଲି କରି ସେ ବିଜେପି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିଲେ ।
ଆହୁରି ପଢ଼ନ୍ତୁ : ଘର ମାଲିକଙ୍କ ଅମାନବୀୟ କାଣ୍ଡ, ଫୁଲ ତୋଳିବାକୁ ଆସି ପଡୋଶୀଙ୍କ ଜୀବନ ଗଲା
ବିହାରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି
୨୦୨୫ ମସିହା ନଭେମ୍ବର ୧୮ ତାରିଖରେ ବିଜେପି ସଂସଦୀୟ ବୋର୍ଡ ବିହାର ବିଧାୟକ ଦଳ ନେତା ଚୟନ ପାଇଁ କେଶବ ପ୍ରସାଦ ମୋର୍ଯ୍ୟ ଙ୍କୁ ଦଳର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଥିଲା। ଅର୍ଜୁନ ରାମ ମେଘୱାଲ ଏବଂ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ସହିତ ସହ-ପର୍ଯ୍ୟବେକ୍ଷକ ଭାବରେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆଉ ଅତି ସ୍ପଷ୍ଟ ଭାବରେ, ସେ ବୈଠକ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବରେ ବିହାରରେ ବିଜେପିର ନେତା ବାଛିଥିଲେ ।
ଜାତୀୟ ସଭାପତି ହେବେ କି?
ନଡ୍ଡାଙ୍କ ପରେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ, ତାକୁ ନେଇ ଗୋଟିଏ ଚର୍ଚ୍ଚା ହୋଇଆସୁଛି । ଆଉ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଙ୍କ ନାମ ଏହି ଦୌଡ଼ରେ ଆଗରେ ରହିଛି । ଓବିସି ବର୍ଗରୁ ଆସୁଥିବା କେଶବ ପ୍ରସାଦ ମୋର୍ଯ୍ୟ ଙ୍କୁ ଅମିତ ଶାହଙ୍କ ନିକଟତର ବୋଲି କୁହାଯାଏ । ଆଉ ତାଙ୍କର ସାଙ୍ଗଠନିକ କାର୍ଯ୍ୟଦକ୍ଷତାକୁ ଦେଖି, ସେ ଆଗାମୀ ଦିନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/21/shah-and-keshab-prasad-2025-11-21-11-28-34.jpeg)