କନକ ବ୍ୟୁରୋ: ଭୂମିକମ୍ପର ଝଟକାରେ ଥରିଲା କୋଲକାତା । ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୬ ଥିଲା । ତେବେ ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ କୋଲାକାତାର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ ।
ଆହୁରି ପଢ଼ନ୍ତୁ : ୨୨ରେ ଲଘୁଚାପ, ୨୪ରୁ ନେଇପାରେ ଅବପାତର ରୂପ
ମିଳିଥିବା ସୂଚନା ଅନୁସାରେ ସକାଳ ୧୦ଟା ୧୦ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ଆଖପାଖ ଜିଲ୍ଲା ଏବଂ ଉତ୍ତର ବଙ୍ଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୁଚବିହାର ଏବଂ ଦିନାଜପୁରରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ତଥାପି, କୋଲାକାତର କୌଣସି ସ୍ଥାନରୁ କିଛି କ୍ଷୟକ୍ଷତିର ଖବର ମିଳିନାହିଁ ।
ଖବର ଅପଡେଟ୍ ହେଉଛି....
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/21/earthquake-2025-11-21-10-47-18.webp)