ଅବହେଳିତ ଗାନ୍ଧୀ ପାର୍କ;ରକ୍ଷଣାବେକ୍ଷଣ ଅଭାବରୁ ହରାଉଛି ସୌନ୍ଦର୍ଯ୍ୟ

ପାର୍କ କଥା ଉଠିଲେ, ମନକୁ ଆସେ ମନେରାମ ପରିବେଶ ଭିତରେ ରଙ୍ଗବେରଙ୍ଗର ଫୁଲ ଗଛ, ବିଭିନ୍ନ ଖେଳ ଉପକରଣ, ଏକ ପୁଷ୍କରିଣୀ ଏମିତି ଅନେକ । ହେଲେ ଏଠି ପାର୍କର ଅବସ୍ଥା ଟିକେ ଭିନ୍ନ ।

Gandhi Park

Gandhi Park Photograph: (Kanak News)

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ପୁରୁଣା ପାର୍କ ହେଉଛି ବାରିପଦା ସହରରେ ଥିବା ଗାନ୍ଧୀ ପାର୍କ । ହେଲେ ଜିଲ୍ଲାର ଅନ୍ୟାନ୍ୟ ପାର୍କ ତୁଳନାରେ ଏହାର ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ । ସମ୍ପୂର୍ଣ୍ଣ ପାର୍କଟି ଏବେ ଅଚଳ ଅବସ୍ଥାରେ । ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଲାଗୁଛି, ପ୍ରଶାସନ ତରଫରୁ ପାର୍କକୁ ଆବଶ୍ୟକ ଗୁରୁତ୍ବ ମିଳୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପାର୍କ କଥା ଉଠିଲେ, ମନକୁ ଆସେ ମନେରାମ ପରିବେଶ ଭିତରେ ରଙ୍ଗବେରଙ୍ଗର ଫୁଲ ଗଛ, ବିଭିନ୍ନ ଖେଳ ଉପକରଣ, ଏକ ପୁଷ୍କରିଣୀ ଏମିତି ଅନେକ । ହେଲେ ଏଠି ପାର୍କର ଅବସ୍ଥା ଟିକେ ଭିନ୍ନ । ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ପୁରୁଣା ତଥା ବାରିପଦା ସହରର ଗାନ୍ଧୀ ପାର୍କ । ଭିତରେ ପଶୁ ପଶୁ ଦେଖିବାକୁ ମିଳିବ ଭଙ୍ଗାରୁଜାର ଦୃଶ୍ୟ , ସ୍ଲାବ୍‌ ଭାଙ୍ଗିଗଲାଣି । ଗୋଟିଏ ଶୌଚାଳୟରେ ତାଲା ଝୁଲୁଛି, ଅନ୍ୟଟି ପାର୍କର ଗୋଦାମ ଘର ପାଲଟିଛି , ସୌର ପ୍ୟାନେଲ୍‌ ବି ଅଚଳ । ୨ଟି ବଡ଼ ବଡ଼ ପୋଖରୀ ଅଛି ଯାହାର ସଫେଇ କରାଯାଉନାହିଁ ।  

ଅଧିକ ପଢ଼ନ୍ତୁ--ଟ୍ୟାପ୍‌ ଅଛି ହେଲେ ପାଣି ନାହିଁ ; ଗାଁ ଲୋକଙ୍କୁ ମିଳୁନି ପିଇବା ପାଣି

ମହାତ୍ମାଗାନ୍ଧୀଙ୍କ ନାଁରେ ନାମିତ ଏହି ପାର୍କ ଯେତିକି ଗୁରୁତ୍ବ ପାଇବା କଥା ତାହା ପାଇପାରିନି ବୋଲି ନିଜେ ସ୍ବୀକାର କରିଛନ୍ତି ବାରିପଦା ପୌରପାଳିକାର ଉପନଗରପାଳ । ସରକାରୀ ସହାୟତା ମିଳିଲେ ପାର୍କର ସୌନ୍ଦର୍ଯ୍ୟୀକରଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ବାରିପଦା ସହରର ଏହି ବହୁ ପୁରାତନ ପାର୍କ ପ୍ରାଶାସନିକ ଅବହେଳାର ଶିକାର ହେଲା ପରି ମନେ ହେଉଛି । ପରିଷ୍କାର ପରିଚ୍ଛନ୍ନତା ହେଉ କି ଆଧୁନୀକରଣ ଏହାକୁ ଛୁଇଁପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe