କନକ ବ୍ୟୁରୋ : ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ରଖି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜସ୍ୱ ମନ୍ତ୍ରୀ ସରକାରୀ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଆହ୍ୱାନ କରିଛନ୍ତି ।

Advertisment

ମିସନ୍ ପାୱାରକୁ ଗୁରୁତ୍ୱ ଏବଂ ଓଡ଼ିଆ ଭାଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ:

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମିସନ୍ ପାୱାରକୁ ଗୁରୁତ୍ୱ ଦେଇଛନ୍ତି । ସେ ଜିଲ୍ଲାପାଳଙ୍କ ସମ୍ମିଳନୀରେ ସରକାରୀ ଦପ୍ତରରେ ଓଡ଼ିଆ ଭାଷାର କାର୍ଯ୍ୟକାରିତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗର ଚିଠିପତ୍ର ଓ ବିଜ୍ଞପ୍ତି ଓଡ଼ିଆରେ ଲେଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି ।

ଆହୁରି ପଢ଼ନ୍ତୁ : ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ: ଆଇନ ମନ୍ତ୍ରୀ

କନକ ନ୍ୟୁଜ୍ ରିପୋର୍ଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି:

କନକ ନ୍ୟୁଜ୍ ରିପୋର୍ଟ ଦେଖି ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକାର ସୁବର୍ଣ୍ଣପୁର ଗାଁରେ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନଥିବାରୁ ପିଲାମାନେ ଲଣ୍ଠନ ଓ ମହମବତୀରେ ପାଠ ପଢୁଥିବା ବିଷୟରେ ସେ ଉଦବେଗ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ତୁରନ୍ତ ସେହି ଗାଁକୁ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ନୀତିମୁକ୍ତ ଶାସନ ଉପରେ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ:

ରାଜସ୍ୱ ମନ୍ତ୍ରୀ ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟ ଦଲାଲମୁକ୍ତ ହେବା ଦରକାର ଏବଂ ମିଡିଲ୍ ମ୍ୟାନ୍ ସିଷ୍ଟମ ହଟିବା ଆବଶ୍ୟକ । ସରକାରଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ଶାସନ ହେବା ଦରକାର । ଖବରକାଗଜରେ ପ୍ରକାଶ ପାଉଥିବା ଭିଜିଲାନ୍ସ ରେଡ୍, ମୃତ ଲୋକଙ୍କ ନାମରେ ଜମି ପଞ୍ଜିକରଣ, ଓ ଅନ୍ୟ ଲୋକଙ୍କୁ ଠିଆ କରି ଜମି ପଞ୍ଜିକରଣ ଭଳି ଘଟଣାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ସେ ଅଧିକାରୀମାନଙ୍କୁ ଆଖି କାନ ଖୋଲା ରଖିବାକୁ ଏବଂ ନାକ ତଳେ କଣ ହେଉଛି ତା'ର ଖବର ରଖିବାକୁ ପରାମର୍ଶ ଦେଇଛନ୍ତି । ଭିଜିଲାନ୍ସ ଧରିବା ପୂର୍ବରୁ ଅଧିକାରୀମାନେ ନିଜେ ଦୁର୍ନୀତିକୁ ଧରିବା ଉଚିତ ବୋଲି ସେ କହିଛନ୍ତି । ଏହା ସହ ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ--ଇଣ୍ଟରନେଟରେ ଭାରତୀୟ ୟୁଜର୍ସଙ୍କ ଦବଦବା ; ଆଶ୍ଚର୍ଯ୍ୟ କଲା ୟୁଟ୍ୟୁବ୍ ରିପୋର୍ଟ

ରାଜସ୍ୱ ବିଭାଗର ସଫଳତା ଓ ଜନତାଙ୍କୁ ସେବା:

ରାଜସ୍ୱ ବିଭାଗ ୨୪,୦୦୦ ଶିକ୍ଷାନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଥିବା ବେଳେ ୨୫,୦୦୦ ଭୂମିହୀନଙ୍କୁ ଜମି ଦେଇଛି । ତେବେ ଏଥିରେ ସରକାର ସନ୍ତୁଷ୍ଟ ନଥିବା ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଅଧିକ ପିପୁଲ୍ସ ଫ୍ରେଣ୍ଡଲି ହେବାର ଆବଶ୍ୟକତା ରହିଛି । ଆମେ ଜନତାଙ୍କ ସେବକ, ତେଣୁ ଲୋକଙ୍କୁ ସେବା ଯୋଗାଇବା ଆମର ଦାୟିତ୍ୱ । ଅଫିସ ଆସିବା କ୍ଷଣି ମାଲିକ ଭାବରେ ସେବା ଯୋଗାଇବା ଦରକାର । ଫିଲ୍ଡ ଭିଜିଟ୍ ନିତ୍ୟାନ୍ତ ଆବଶ୍ୟକ ଏବଂ ଏହା ଦ୍ଵାରା ଲୋକଙ୍କ ସମସ୍ୟା ଜାଣିବା ସହ ତା'ର ସମାଧାନ କରିବାର ମନୋଭାବ ରହିବା ଉଚିତ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।