ଏଥର ବଜେଟ୍ ବ୍ୟାଗରୁ ବାହାରିବ କ’ଣ ? କେଉଁମାନଙ୍କୁ ମିଳିବ ଅଧିକ ଲାଭ ?

Advertisment

କିଏ ଚାହୁଛି ଟିକସରୁ ମୁକ୍ତି, ତ କିଏ ଚାହୁଛି ବ୍ୟବସାୟ ପାଇଁ ସରକାରୀ ସାହାଯ୍ୟ। ଫେବୃଆରି ୧ରେ ଅର୍ଥମନ୍ତ୍ରୀଙ୍କ ସେହି ବଜେଟ୍ ବ୍ୟାଗରୁ କ’ଣ ବାହାରିବ ? ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ, କ’ଣ କହୁଛି ଆର୍ଥିକ ସର୍ଭେ ଆସନ୍ତୁ ଜାଣିବା...

କିଏ ଚାହୁଛି ଟିକସରୁ ମୁକ୍ତି, ତ କିଏ ଚାହୁଛି ବ୍ୟବସାୟ ପାଇଁ ସରକାରୀ ସାହାଯ୍ୟ। ଫେବୃଆରି ୧ରେ ଅର୍ଥମନ୍ତ୍ରୀଙ୍କ ସେହି ବଜେଟ୍ ବ୍ୟାଗରୁ କ’ଣ ବାହାରିବ ? ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ, କ’ଣ କହୁଛି ଆର୍ଥିକ ସର୍ଭେ ଆସନ୍ତୁ ଜାଣିବା...

Budget

Budget Photograph: (Kanak news)

କନକ ବ୍ୟୁରୋ : କାହା ପାଇଁ ରୋଷେଇ ଘରର ଚିନ୍ତା, ତ କାହା ପାଇଁ ନୂଆ ଚାକିରିର ଆଶା । କିଏ ଚାହୁଛି ଟିକସରୁ ମୁକ୍ତି, ତ କିଏ ଚାହୁଛି ବ୍ୟବସାୟ ପାଇଁ ସରକାରୀ ସାହାଯ୍ୟ। ଫେବୃଆରି ୧ରେ ଅର୍ଥମନ୍ତ୍ରୀଙ୍କ ସେହି ବଜେଟ୍ ବ୍ୟାଗରୁ କ’ଣ ବାହାରିବ ? ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ, କ’ଣ କହୁଛି ଆର୍ଥିକ ସର୍ଭେ ଆସନ୍ତୁ ଜାଣିବା...

ସମ୍ପତ୍ତି ଏବଂ ଗୃହ ଋଣ

ଯେତେବେଳେ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଲୋକଙ୍କ ଋଣ ବୋଝ ବୃଦ୍ଧି ପାଉଛି, ସେତେବେଳେ ଘର କିଣୁଥିବା ବା ଘର କିଣିବାକୁ ଚାହୁଥିବା ଲୋକମାନେ ଟିକସ ରିହାତି ଦାବି କରୁଛନ୍ତି। ସେମାନଙ୍କର ପ୍ରାଥମିକ ଦାବି ହେଉଛି ଗୃହ ଋଣ ଉପରେ ଟିକସ ଛାଡ଼ କରିବା। ବର୍ତ୍ତମାନ, ଆୟକର ଆଇନର ଧାରା ୨୪(ବି) ଅନୁଯାୟୀ ସୁଧ ରିହାତି ସୀମା ୨ ଲକ୍ଷ ଟଙ୍କା ରହିଛି, ଯାହା କିଛି ବର୍ଷ ପୂର୍ବରୁ ସ୍ଥିର କରାଯାଇଥିଲା ଏବଂ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ଅପର୍ଯ୍ୟାପ୍ତ ବୋଲି କୁହାଯାଉଛି । ପ୍ଲସ୍ କ୍ୟାସର ପ୍ରତିଷ୍ଠାତା ତଥା ସିଇଓ ପ୍ରଣବ କୁମାର କହିଛନ୍ତି, ବଜେଟ୍ ୨୦୨୬-୨୭ ଟିକସ ସଞ୍ଚୟ ଏବଂ ଦୀର୍ଘକାଳୀନ ନିବେଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବାର ସମ୍ଭାବନା ଅଛି। ଏଥିରେ ଟିକସ ସ୍ଲାବକୁ ସରଳ କରିବା, ଗୃହ ଋଣ ଓ ବୀମା ସମ୍ବନ୍ଧୀୟ ଅତିରିକ୍ତ ଆଶ୍ୱସ୍ତି ପ୍ରଦାନ କରିବା ଅନ୍ତର୍ଭୁକ୍ତ ।

ଅଧିକ ପଢ଼ନ୍ତୁ---ବଦଳିଲା ବଜେଟ୍ ପରମ୍ପରା : ରେଳ ଓ ସାଧାରଣ ବଜେଟ୍‌ର ଏକତ୍ର ଯାତ୍ରା

ସ୍ୱାସ୍ଥ୍ୟ

ରିପୋର୍ଟ ଅନୁଯାୟୀ, ଦେଶରେ ସ୍ୱାସ୍ଥ୍ୟସେବାର ପରିସର ନିରନ୍ତର ବୃଦ୍ଧି ପାଉଛି ଏବଂ ଏହାକୁ ୨୦୨୬ ବଜେଟରେ ଆହୁରି ବିସ୍ତାର କରାଯାଇପାରିବ। ଏହା ଅଧୀନରେ, ଅଧିକ ଲୋକଙ୍କୁ କଭର କରିବା ଏବଂ ଦୀର୍ଘକାଳୀନ ଚିକିତ୍ସାକୁ କଭର କରିବା ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନାର ପରିସରକୁ ବିସ୍ତାର କରାଯାଇପାରିବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଗୋଟିଏ ପଟେ ଏହା ସ୍ୱାସ୍ଥ୍ୟ କ୍ଷେତ୍ରକୁ ଏକ ସକାରାତ୍ମକ ପ୍ରୋତ୍ସାହନ ଦେବ, ଅନ୍ୟପଟେ ଯଦି ସରକାରୀ ଦରରେ ସେବା ଯୋଗାଇ ଦିଆଯାଏ, ତେବେ ଘରୋଇ ହସ୍ପିଟାଲଗୁଡ଼ିକ ଉପରେ ଚାପ ପଡ଼ିବ ।

ଚଳିତ ବଜେଟରେ କାହାକୁ ଫୋକସ୍?

ଜିଡିପି ଅଭିବୃଦ୍ଧି: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଜିଡିପି ୬.୮% ରୁ ୭.୨% ରହିବା ନେଇ ଅନୁମାନ କରାଯାଉଛି ।

ଟ୍ରେଡ୍ ଡିଲ୍: ଆମେରିକା ସହ ହେବାକୁ ଥିବା ବାଣିଜ୍ୟିକ ଚୁକ୍ତି ଉପରେ ସର୍ଭେରେ ଗୁରୁତ୍ୱ ।

ଆଶାୟୀ ବଜେଟ୍: ଖାସ୍ କରି ଟିକସ ରିହାତିଠାରୁ ଆରମ୍ଭ କରି କୃଷି ଓ ଶିଳ୍ପ କ୍ଷେତ୍ର ପାଇଁ ବଡ଼ ଘୋଷଣା ହେବାର ସମ୍ଭାବନା ।

ବଡ଼କଥା ହେଉଛି ଚଳିତ ଆର୍ଥିକ ବର୍ଷରେ ‘ଜିଡିପି’ ଅଭିବୃଦ୍ଧି ୭.୪% ରହିଥିବା ବେଳେ ଆଗାମୀ ବର୍ଷ ପାଇଁ ଏହା ସାମାନ୍ୟ କମ୍ ରହିପାରେ, କିନ୍ତୁ ଏହା ସତ୍ତ୍ୱେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ । ରେଟିଂ ଏଜେନ୍ସି ‘ଆଇସିଆରଏ’ର କହିବା ଅନୁଯାୟୀ, ସରକାର ରାଜକୋଷୀୟ ନିଅଣ୍ଟକୁ ୪.୩% ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରିବେ ।

ବଜେଟ ବ୍ୟାଗରୁ କ’ଣ ଆଶା ?

ଇଲେକ୍ଟ୍ରୋନିକ୍ସ ଓ ମାନୁଫ୍ୟାକ୍ଚରିଂ

ଶିଳ୍ପ ଜଗତ ଚାହୁଛି, ଜିଏସଟି(GST) ସମସ୍ୟାର ସମାଧାନ ହେଉ ଏବଂ କଞ୍ଚାମାଲ ଉପରେ ଟିକସ କମ୍ କରାଯାଉ, ଯାହାଦ୍ୱାରା ଭାରତରେ ଜିନିଷ ତିଆରି କରିବା ଶସ୍ତା ହେବ।

ଶକ୍ତି ଓ ପରିବେଶ

ସୌର ଶକ୍ତି ଏବଂ ନୂତନ ଟେକ୍ନୋଲୋଜି ପାଇଁ ଅଧିକ ବଜେଟ୍ ବ୍ୟବସ୍ଥା ସହ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବା ନେଇ ଆଶା କରାଯାଉଛି।

ଏମଏସଏମଇ ଓ ଷ୍ଟାର୍ଟଅପ୍

ଛୋଟ ବ୍ୟବସାୟୀଙ୍କ ପାଇଁ ସହଜ ଋଣ ଏବଂ ଟିକସ ନିୟମରେ କୋହଳ କରିବାକୁ ଦାବି ହୋଇଛି।

ସେୟାର ବଜାର ଓ ସାଧାରଣ ନିବେଶକ

ସିକ୍ୟୁରିଟି ଟ୍ରାଞ୍ଜାକସନ୍ ଟ୍ୟାକ୍ସ (STT) କମାଇବା ଏବଂ କ୍ୟାପିଟାଲ ଗେନ୍ ଟ୍ୟାକ୍ସରେ ରିହାତି ପାଇଁ ନିବେଶକମାନେ ଚାହି ରହିଛନ୍ତି। ଯାହା ଫଳରେ ନିବେଶକମାନେ ଅଧିକ ଲାଭ ପାଇପାରିବେ। ଖାଲି ସେତିକି ନୁହେଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଗୁରୁତର ରୋଗ ଉପରେ ଫୋକସ୍, ଶିକ୍ଷାରେ ଡିଜିଟାଲ କ୍ଲାସରୁମ୍ ଓ କୃଷି କ୍ଷେତ୍ରରେ ଏଫପିଓ(ଫାରମର୍ ପ୍ରଡ୍ୟୁସର ଅରଗାନାଇଜେସନ୍)କୁ ଶକ୍ତିଶାଳୀ କରିବା ପାଇଁ ସରକାର ପାଣ୍ଠି ବଢ଼ାଇ ପାରନ୍ତି। ତେବେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ପେଡ଼ିରୁ ଏଥର କାହାକୁ କଣ ମିଳୁଛି, ତାହା ଫେବ୍ରୁଆରି ୧ ତାରିଖରେ ସ୍ପଷ୍ଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe