କନକ ବ୍ୟୁରୋ : ଓଡ଼ିଆ ସାହିତ୍ୟ ବିରୋଧରେ ବଡ଼ ଧରଣର ଷଡ଼୍ଯନ୍ତ୍ର। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ସାହିତ୍ୟ ଏକାଡ଼େମି ସଭାପତି ପଦ ବଖାଣୁଛି ସାହିତ୍ୟ ରାଜନୀତି ପଛର ଗହନ କଥା। ଦିନେ ଏହି ପଦବିର ଗରିମା ଏମିତି ଥିଲା ଯେ ଚୌକିରେ ବସୁଥିଲେ ଓଡ଼ିଶାର ଏକନମ୍ବର ସାହିତ୍ୟିକ। ସଭାପତି ଚୌକିକୁ ଆଖଉଥିଲେ ମୁଖ୍ୟମନ୍ତ୍ରୀ। ଏବେ କିନ୍ତୁ ବାବୁ ମାଡ଼ିବସିଛନ୍ତି ସାହିତ୍ୟ ଚୌକି । ୨୦୨୪ ମେ’ ୨୪ ତାରିଖଠାରୁ ଏକାଡେମି ସଭାପତି ପଦରେ ବାବୁଙ୍କୁ ଥଇଥାନ କରିଛନ୍ତି ସରକାର। ସାହିତ୍ୟ ଏକାଡ଼େମିର ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ। ଅର୍ଥାତ୍ ସାହିତ୍ୟିକ ହୃଷିକେଶ ମଲ୍ଲିକଙ୍କ ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦରେ କାହାକୁ ନିଯୁକ୍ତି ଦେଉନାହାନ୍ତି ସରକାର।
ଅଧିକ ପଢ଼ନ୍ତୁ : ସାହିତ୍ୟ ଏକାଡେମୀ ବିବାଦ ମଧ୍ୟରେ ୭ ଭାଷା ପାଇଁ ତାମିଲନାଡୁ ସାହିତ୍ୟ ପୁରସ୍କାର ଘୋଷଣା...
ପ୍ରଶ୍ନ ଉଠୁଛି, ଓଡ଼ିଆ ଅସ୍ମିତା ଓ ଭାଷାକୁ ଗୁରୁତ୍ବ ଦେଉଥିବା ସରକାର ଅତି ଗୁରୁତ୍ବପୂର୍ଣ୍ଣ ଓଡ଼ିଶା ସାହିତ୍ୟ ଏକାଡ଼େମି ପଦବି ସଭାପତି ପଦକୁ ଏମିତି ଅବହେଳା କରୁଛନ୍ତି କାହିଁକି?
ଓଡ଼ିଆ ପ୍ରେମୀଙ୍କ ଭାବନାକୁ ଏହା ଆଘାତ ଦେଉନାହିଁ କି?
ଏମିତି କେଉଁ ବ୍ୟକ୍ତିଙ୍କୁ ଥଇଥାନ ଲାଗି ସରକାର ଅଲମ୍ବନ କରୁଛନ୍ତି କାଳକ୍ଷେପଣ ନୀତି?
ଓଡ଼ିଶାରେ କ’ଣ ସାହିତ୍ୟିକ ନାହାନ୍ତି?
କାହିଁକି ଚୁପ୍ ବସିଛନ୍ତି ବିଶିଷ୍ଟ ସାହିତ୍ୟିକ?
ରେଜିଷ୍ଟ୍ରେସନ୍ ଅଫ୍ ସୋସାଇଟି ଆଇନ, ୧୮୬୦ ଅନୁସାରେ ୧୯୭୦ ମସିହାରେ ପଞ୍ଜୀକରଣ ହୋଇଛି ଓଡ଼ିଶା ସାହିତ୍ୟ ଏକାଡେମି। ହେଲେ ୧୯୫୭ ମସିହାରୁ ଜୀବନ୍ୟାସ ପାଇଛି ଏହି ବିଶିଷ୍ଟ ଅନୁଷ୍ଠାନ। ମାତ୍ର ଏବେ ଏକାଡେମି ଏଭଳି ରାସ୍ତାରେ ଯାଉଛି ଯେ ପ୍ରଶଂସା କମ୍, ଦିନକୁ ଦିନ ଅଧିକ ସମାଲୋଚିତ ହେବାରେ ଲାଗିଛି । ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ, ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ବାଳ ଓ ନବୀନ ପଟ୍ଟନାୟକ ସାହିତ୍ୟ ଏକାଡେ଼ମିର ସଭାପତି ଥିଲେ। ଯଦିଓ ଏହି ଧାରା ନାହିଁ, ଏହା କିନ୍ତୁ ସଙ୍କେତ ଦେଉଛି ଯେ ସାହିତ୍ୟ ଏକାଡେମି ସଂସ୍ଥା ଗୁରୁତ୍ବ ଏତେ ଅଧିକ ଥିଲା ଯେ ମୁଖ୍ୟମନ୍ତ୍ରୀମାନେ ଏହି ଆସନରେ ବସିବାକୁ ଆଗ୍ରହ ରଖୁଥିଲେ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଦୁଇ ଦୁଇ ଥର ସଭାପତି ଥିଲେ, ଯଦିଓ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ନଥିଲେ। ନବୀନ ଆଗଧାଡ଼ିର ଓଡ଼ିଆ ସାହିତ୍ୟିକ ନଥିଲେ ମଧ୍ୟ ଚାରିମାସ (୨୦୦୦ ମସିହାରେ) ସଭାପତି ପଦରେ ରହିଥିଲେ। ଏହି ସମୟରେ ଥରେ ମଧ୍ୟ ଏକାଡେମି ଯାଇନଥିଲେ ନବୀନ। କିନ୍ତୁ ପଦବିକୁ ବିଶେଷ ଗୁରୁତ୍ବ ଦେଉଥିଲେ ବୋଲି ତ ସେ ଏହି ଚୌକି ନିଜ ହାତରେ ରଖିବାକୁ ଚାହିଁଥିଲେ!
ଏକଦା ଓଡ଼ିଶାର ବିଶିଷ୍ଟ ସାହିତ୍ୟ ସାଧକମାନେ ଏହି ପଦବିରେ ବସିଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବି ଅତି ଗୁରୁତ୍ବପୂର୍ଣ୍ଣ ସମୟରେ (ରଜତ ଜୟନ୍ତୀ)ଏହାର କର୍ଣ୍ଣଧାର ଥିଲେ।
ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ମାନସୀ : ସମ୍ବାଦ ସାହିତ୍ୟଘର ପକ୍ଷରୁ ଯୁବ କବୟିତ୍ରୀ ସମ୍ମାନରେ ହୋଇଛନ୍ତି ସମ୍ମାନିତ
ଏକଦା ଓଡ଼ିଶାର ବିଶିଷ୍ଟ ସାହିତ୍ୟ ସାଧକମାନେ ଏହି ପଦବିରେ ବସିଛନ୍ତି। ସୁରେନ୍ଦ୍ର ମହାନ୍ତିଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବି ଅତି ଗୁରୁତ୍ବପୂର୍ଣ୍ଣ ସମୟରେ (ରଜତ ଜୟନ୍ତୀ) ଏହାର କର୍ଣ୍ଣଧାର ଥିଲେ। ଯେଉଁ ଚୌକି ଏତେ ପ୍ରଭାବ ରଖୁଥିଲା ଯେ ବିଶିଷ୍ଟ ସାହିତ୍ୟିକ ମାନଙ୍କ ସ୍ଥାନରେ ବଡ଼ ବଡ଼ ରାଜନୈତିକ ନେତା ତାକୁ ଆଖଉଥିଲେ, ହଠାତ୍ କଣ ହେଲା ଯେ ସରକାରଙ୍କ ଦୃଷ୍ଟିଭଙ୍ଗୀ ବଦଳିଗଲା?
ସରକାର କାହିଁକି ଏହି ପଦବିକୁ ଏତେ ଗୌଣ ମନେକଲେ?
ଏହାକୁ କାମଚଳା ଅନୁଷ୍ଠାନ ଭାବେ ପରିଚାଳନା କରିବାକୁ ସାହସ କଲେ କେମିତି?
ଓଡିଶାରେ ସାହିତ୍ୟର ବିକାଶ ପାଇଁ ଏକାଡେମିର କିଛି ଭୂମିକା ଅଛି ନା ନାହିଁ?
ଯଦି ଏହା ସରକାରଙ୍କ ପ୍ରାଥମିକତାରେ ନାହିଁ ଏମିତି ସଂସ୍ଥା କାହିଁକି ରହିବ?
ଯଦି ଓଡ଼ିଶାର ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଏହାର ଏକ ବିଶେଷ ଗୁରୁତ୍ବ ରହିଛି, ତେବେ ଏହାକୁ ସେଭଳି ବ୍ୟକ୍ତିଙ୍କ ହାତରେ ରଖାଯିବା ଦରକାର, ଯେଉଁଥିରେ ଓଡ଼ିଆ ଭାଷା କେବଳ ସମୃଦ୍ଧ ଓ ଦୀର୍ଘଜୀବୀ ହେବ ତା ନୁହେଁ, ବରଂ ଓଡ଼ିଶାର କୃତିକୁ ବିଶ୍ବ ଦରବାରରେ ସମ୍ମାନ ମିଳିବ। ହେଲେ ଏମିତି ଘଟୁନି କାହିଁକି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/21/11-sahitya-ecademy-2026-01-21-15-56-08.jpg)