କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଦୀର୍ଘ ୨୮ବର୍ଷ ତଳୁ ଗଠନ ହୋଇଛି ବିକାଶ ପରିଷଦ । ପରିଚାଳନା ପାଇଁ ସରକାରୀ କର୍ମଚାରୀ, ସଦସ୍ୟ ଓ ଅଧ୍ୟକ୍ଷ ନିଯୁକ୍ତି ହେଉଛନ୍ତି । କିନ୍ତୁ ଠିକ୍ ସମୟରେ ୨୩ ଜଣଙ୍କୁ ନେଇ ଗଠନ ହେବାକୁ ଥିବା କାଉନସିଲ ଗଠନ ପରିବର୍ତ୍ତେ ବାବୁ ହିଁ ସବୁକିଛି ବୁଝୁଛନ୍ତି । ଫଳରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଯେଉଁ ଲକ୍ଷ୍ୟରେ ଗଠନ ହୋଇଥିଲା ତାହା ପୂରଣ ହୋଇପାରିନି ।
୧୯୯୮ ମସିହାରେ ଗଠନ ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । କିନ୍ତୁ ଯେଉଁ ଉଦେଶ୍ୟ ରଖି ଏହି ପରିଷଦ ଗଠନ କରାଯାଇଥିଲା ୨୮ ବର୍ଷ ପରେ ମଧ୍ୟ ତା’ର ଉଦ୍ଦେଶ୍ୟ ସଫଳ ହୋଇନାହିଁ । ପଶ୍ଚିମ ଓଡ଼ିଶାର ବିକଶିତ ଜିଲ୍ଲା ବଲାଙ୍ଗୀର ସହରଠାରୁ ମାତ୍ର ୨୦କିଲୋମିଟର ଦୂରରେ ଥିବା ଗାଁ ଆଜି ବି ଅପହଞ୍ଚ ବିକାଶ । ସାକ୍ଷରତା ହାର ଦୟନୀୟ ସ୍ଥିତିରେ ରହିଛି। ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । କଳାହାଣ୍ଡି ଲାଞ୍ଜିଗଡ ପୋଡାପଦର ଗାଁକୁ ନାଁ ଅଛି ରାସ୍ତା, ନାଁ ମିଳୁଛି ପିଇବା ପାଇଁ ଶୁଦ୍ଧ ପାନୀୟ ଜଳ । ଆଜି ଝରଣା ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ : ବିକାଶ ବିନା ଚାଲିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ; କାହା ସୁପାରିସରେ ଖର୍ଚ୍ଚ ହେଉଛି ୧୦୨୦ କୋଟି ?
ଏଥିପାଇଁ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ନା ନିଯୁକ୍ତ ହେଉଛନ୍ତି ସ୍ଥାୟୀ ଅଧ୍ୟକ୍ଷ ନା ଜନ ପ୍ରତିନିଧିଙ୍କୁ ନେଇ ଗଠନ ହେଉଛି କାଉନସିଲ୍ । ୨ ସାଂସଦ, ୧୧ ବିଧାୟକ ଓ ୧୦ ବିଶେଷଜ୍ଞଙ୍କୁ ନେଇ କାଉନ୍ସିଲ ଗଠନ ହେବା କଥା । କିନ୍ତୁ ଦୁଇ ଜଣ ବାବୁ ହିଁ ଚଲାଉଛନ୍ତି ବିକାଶ ପରିଷଦ । ବଡ଼ କଥା ହେଉଛି ଏହି ଦୁଇ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଏହି ଦାୟିତ୍ୱ ଦିଆଯାଇଛି । ସ୍ଥାୟୀ ଅଧ୍ୟକ୍ଷ ଓ କାଉନସିଲ୍ ଗଠନ ହୋଇନଥିବାରୁ ବଡ଼ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର ହୋଇପାରୁନାହିଁ ।
ବାସ୍ତବରେ ଏହି ପରିଷଦ କେବେ ପୂର୍ଣ୍ଣ ରୂପରେ କାର୍ଯ୍ୟ କରିବ ? ଏବଂ ପଶ୍ଚିମ ଓଡ଼ିଶାର ୧୦ଜିଲ୍ଲାର ବିକାଶ କାର୍ଯ୍ୟ କେବେ ଆଗକୁ ବଢ଼ିବ ? ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/11/western-odisha-2026-02-11-20-49-43.jpg)