କନକ ବ୍ୟୁରୋ: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବା ବେଳେ ଜୋର୍ ଧରିଛି ରାଜନୈତିକ ଗତିବିଧି। ଟିଏମସିରୁ ନିଲମ୍ବିତ ବିଧାୟକ ହୁମାୟୁନ କବୀର ଗତକାଲି ମୁର୍ଶିଦାବାଦରେ ବାବ୍ରି ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜି କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ବିରାଟ ସାମୁହିକ ଗୀତାପାଠ ଆୟୋଜନ କରାଯାଇଛି । ଏଥିରେ ବହୁ ସାଧୁସନ୍ଥଙ୍କ ସହିତ ପ୍ରାୟ ୫ ଲକ୍ଷ ଲୋକ ସାମିଲ ହେଉଥିବା ଆୟୋଜକ ସନାତନ ସଂସ୍କୃତି ସଂସଦର କର୍ମକର୍ତ୍ତା କହିଛନ୍ତି। 

Advertisment

ଆହୁରି ପଢ଼ନ୍ତୁ : ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା:  ୩ ଜଣକୁ ଅଟକ ରଖି ପଚରାଉଚରା

ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ‘୫ ଲକ୍ଷ କଣ୍ଠେ ଗୀତାପାଠ’ ।  ଏହା ପଶ୍ଚିମବଙ୍ଗର ଆୟୋଜିତ ସବୁଠାରୁ ବଡ଼ ସାମୂହିକ ଗୀତାପାଠ କାର୍ଯ୍ୟକ୍ରମ ବୋଲି କୁହାଯାଉଛି। ଏଥିରେ ଯୋଗଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାବା ରାମଦେବଙ୍କ ସମେତ ପଶ୍ଚିମବଙ୍ଗ ରାଜ୍ୟପାଳ, ନେପାଳ ଓ ବାଂଲାଦେଶର ସାଧୁସନ୍ଥଙ୍କୁ ଆମନ୍ତ୍ରଣ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଆୟୋଜକ ନିମନ୍ତ୍ରଣ କରିଛନ୍ତି। କାର୍ଯ୍ୟକ୍ରମ ଦ୍ବାରା ସାମ୍ପ୍ରତିକ ସଦଭାବନା ବାର୍ତ୍ତା ଯାଉଥିବା ଆୟୋଜକ କହିଛନ୍ତି।   

  • ଆସନ୍ତାବର୍ଷ ପଶ୍ଚିମବଙ୍ଗ ନିର୍ବାଚନ
  • ଜୋର୍ ଧରିଛି ରାଜନୈତିକ ଗତିବିଧି
  • କାଲି ମୁର୍ଶିଦାବାଦରେ ବାବ୍ରି ମସଜିଦ ପାଇଁ ଭିତ୍ତି ପଡ଼ିଥିଲା
  • ଟିଏମସିରୁ ନିଲମ୍ବିତ ବିଧାୟକ ଶୁଭ ଦେଇଥିଲେ
  • ବିଧାୟକ ହୁମାୟୁନ କବୀର ଶୁଭ ଦେଇଥିଲେ
  • ଆଜି କୋଲକାତାରେ ସମୂହ ଗୀତାପାଠ
  • ଆୟୋଜନ କରିଛି ସନାତନ ସଂସ୍କୃତି ସଂସଦ
  • କାର୍ଯ୍ୟକ୍ରମର ନାଁ ‘୫ ଲକ୍ଷ କଣ୍ଠେ ଗୀତାପାଠ’
  • ବହୁ ରାଜନେତା ଓ ସାଧୁସନ୍ଥଙ୍କୁ ନିମନ୍ତ୍ରଣ