କନକ ବ୍ୟୁରୋ: ବିଦ୍ୟୁତ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ବିଶେଷ ଗୁରୁତ୍ଵ ଦେଉଛି ଟିପିଏନଓଡିଏଲ । ଏହି କ୍ରମରେ ବାଲେଶ୍ଵର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଚୋରି ରୋକିବାକୁ ଚଢାଉ ଜାରି ରହିଛି । ଗତ ୪ ତାରିଖରେ ଟିପିଏନଓଡିଏଲ ପ୍ରବର୍ତ୍ତନ ବିଭାଗ କର୍ମଚାରୀଙ୍କ ଏକ ଦଳ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ ଅଧିକାରୀ, ସେକ୍ସନ ଅଧିକାରୀ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୁରୁଣା ବାଲେଶ୍ଵର, ବଡଖୁଆ, ତୁଳସୀପଦା, ଫୁଲବଜାର, କଂସେଇମହଲା ବସ୍ତି, ଦର୍ଘାମଇଦାନ ଆଦି ସ୍ଥାନରେ ଚଢାଉ କରାଯାଇ ୧୨୧ କିଲୋୱାଟର ବିଦ୍ୟୁତ୍ ଚୋରି ରୋକିବାରେ ସମର୍ଥ ହୋଇପାରିଛି। ଏହା ସହ ୩୦ଜଣ ଅସାଧୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଆହୁରି ପଢ଼ନ୍ତୁ : ‘କେକ୍ ଦିଅନି, ପୁଣି ମୋଟା ହେଇଯିବି….’; ଭାଇରାଲ୍ ହେଲା ରୋହିତ ଶର୍ମାଙ୍କ ଭିଡିଓ...
ସୂଚନା ଅନୁଯାୟୀ, ବାଲେଶ୍ଵର ମଣ୍ଡଳରେ ଆର୍ଥିକ ବର୍ଷ ୨୦୨୨ରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ୧୧୭.୮୮ ମେଗାୱାଟ ବିଦ୍ୟୁତ ଚୋରି ରୋକାଯାଇଥିବା ବେଳେ ଆର୍ଥିକ ବର୍ଷ ୨୦୨୬ ମସିହାରେ ଏଯାବତ୍ ୨୭.୫୨ ମେଗାୱାଟରୁ ଅଧିକ ବିଜୁଳି ଚୋରି ରୋକିବାରେ ଟିପିଏନଓଡିଏଲ ସଫଳ ହୋଇଛି ଏବଂ ପ୍ରାୟତଃ ୪୦,୦୦୦ରୁ ଉର୍ଦ୍ଧ୍ଵ ମାମଲା ମଧ୍ୟ ରୁଜୁ କରାଯାଇଛି । ବିଦ୍ୟୁତ ଚୋରିକୁ ରୋକିବା ପାଇଁ ସେକ୍ସନ ଠାରୁ ଆରମ୍ଭ କରି ବୈଦ୍ୟୁତିକ ମଣ୍ଡଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ଏପରିକି ବିଶେଷ କେନ୍ଦ୍ରୀୟ ଟିମ ଗଠନ କରି ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡାକଡି କରିବା ସହ ବିଦ୍ୟୁତ ଚୋରିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଟିପିଏନଓଡିଏଲ ପକ୍ଷରୁ କଠୋର ଆଭିମୁଖ୍ୟ ମଧ୍ୟ ଗ୍ରହଣ କରାଯାଉଛି ।
ଆହୁରି ପଢ଼ନ୍ତୁ : କାମ ପରେ କୌଣସି କଲ୍ , ଇ-ମେଲ୍ ନାହିଁ;ଲୋକସଭାରେ ଆସିଲା ‘ରାଇଟ୍ ଟୁ ଡିସକନେକ୍ଟ’ ବିଲ୍
ବିଦ୍ୟୁତ୍ ଚୋରି ଦ୍ଵାରା ବିଦ୍ୟୁତ ସରବରାହର ଗୁଣବତ୍ତା ଉପରେ କୁପ୍ରଭାବ ପଡିବା ସହ ସଚ୍ଚୋଟ ଉପଭୋକ୍ତାମାନେ ମଧ୍ୟ ବିଶେଷ ପ୍ରଭାବିତ ହୋଇଥାନ୍ତି । ଏଥିଯୋଗୁଁ, ଟ୍ରାନ୍ସଫର୍ମରରେ ଅଧିକ ଲୋଡ ବୃଦ୍ଧି ସହ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଏବଂ ବିଦ୍ୟୁତ ସୁରକ୍ଷା ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ଏଥିପାଇଁ, ବିଦ୍ୟୁତ ଚୋରି ରୋକିବାକୁ ଟିପିଏନଓଡିଏଲ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଆସିଛି । ଏନେଇ, ସାଧାରଣ ଲୋକମାନଙ୍କ ନଜରରେ କେହି ବିଦ୍ୟୁତ ଚୋରି କରୁଥିବାର ଆସିଲେ ସେମାନେ ମଧ୍ୟ ସଚେତନ ନାଗରିକ ଭାବେ ନିଜର ଅଭିଯୋଗ ୯୪୩୮୯-୦୬୦୦୨ ନମ୍ବର ଯୋଗେ ଟିପିଏନଓଡିଏଲ ପ୍ରବର୍ତ୍ତନ ବିଭାଗ ନିକଟରେ ଦାଖଲ କରିପାରିବେ । ସେମାନଙ୍କ ନାମ ଗୋପନ ରଖାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବିଦ୍ୟୁତ୍ ଚୋରି ନେଇ ଟିପିଏନଓଡିଏଲର ଏତାଦୃଶ କଠୋର ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/07/tpnodl-2025-12-07-11-37-00.jpeg)