୩୦ କୋଟି ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା, କରାଚୀ ଇତିହାସର ସବୁଠୁ ବଡ଼ ଲୁଟ୍

Advertisment

ପାକିସ୍ତାନର ସବୁଠୁ ବଡ଼ ସହର କରାଚୀରୁ ୩୦ କୋଟି ପାକିସ୍ତାନୀ ଟଙ୍କା ମୂଲ୍ୟର ସୁନା, ରୁପା ଅଳଙ୍କାର ଲୁଟେରା ଲୁଟିନେଇଛନ୍ତି । ଲୁଟେରାମାନେ ଅତି ଚାଲାକର ସହ ଦୋକାନ ପଛପଟ କାନ୍ଥ କଣା କରି ଭିତରେ ପଶି ସବୁ ଲୁଟିନେଇଛନ୍ତି ।

ପାକିସ୍ତାନର ସବୁଠୁ ବଡ଼ ସହର କରାଚୀରୁ ୩୦ କୋଟି ପାକିସ୍ତାନୀ ଟଙ୍କା ମୂଲ୍ୟର ସୁନା, ରୁପା ଅଳଙ୍କାର ଲୁଟେରା ଲୁଟିନେଇଛନ୍ତି । ଲୁଟେରାମାନେ ଅତି ଚାଲାକର ସହ ଦୋକାନ ପଛପଟ କାନ୍ଥ କଣା କରି ଭିତରେ ପଶି ସବୁ ଲୁଟିନେଇଛନ୍ତି ।

Karachi

Karachi Photograph: (Google)

କନକ ବ୍ୟୁରୋ: ପାକିସ୍ତାନର ସବୁଠୁ ବଡ଼ ସହର କରାଚୀରୁ ୩୦ କୋଟି ପାକିସ୍ତାନୀ ଟଙ୍କା ମୂଲ୍ୟର ସୁନା, ରୁପା ଅଳଙ୍କାର ଲୁଟେରା ଲୁଟିନେଇଛନ୍ତି । କରାଚୀ ଇତିହାସର ଏହା ସବୁଠୁ ବଡ଼ ଲୁଟ୍ ବୋଲି କୁହାଯାଉଛି । ଲୁଟେରାମାନେ ଅତି ଚାଲାକର ସହ ଦୋକାନ ପଛପଟ କାନ୍ଥ କଣା କରି ଭିତରେ ପଶି ସବୁ ଲୁଟିନେଇଛନ୍ତି । ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି । ପୁଲିସର କହିବା ମୁତାବକ, ଲୁଟେରାଙ୍କ ପାଖରେ ବଜାରର ନକ୍ସା ଥିଲା। ନକ୍ସାକୁ ଆଧାର କରି କରାଚୀର ମାଲିର ଅଞ୍ଚଳରେ ଇକବାଲ ଜୋଏଲାରୀ ନାମକ ଏକ ଦୋକାନକୁ ଟାର୍ଗେଟ୍ କରିଥିଲେ ।

ଅଧିକ ପଢନ୍ତୁ: ଗୁଗଲ୍‌ ମ୍ୟାପକୁ ପଚାରି ୨୫ଲକ୍ଷ ଲୁଟ୍, ଚୋରକୁ ଧରିବା ପାଇଁ ୫ଶହ ସିସିଟିଭି ଯାଞ୍ଚ କଲା ପୁଲିସ

ଦୋକାନ ବନ୍ଦ ଥିବାର ସୁଯୋଗ ନେଇ ଲୁଟେରାମାନେ ଅପରାଧ ଘଟାଇଥିଲେ । ଲୁଟେରାମାନେ ଦୋକାନ କାନ୍ଥ କଣା କରି ଭିତରେ ପ୍ରବେଶ କରି ସବୁ ଅଳଙ୍କାର ଲୁଟିନେଇଥିଲେ । ଦୋକାନ ମାଲିକ ଆୟୁବ ଖାନଙ୍କ କହିବା ଅନୁଯାୟୀ, ସବୁ ସପ୍ତାହ ପରି ଗତ ଶୁକ୍ରବାର ଓ ଶନିବାର ବି ଦୋକାନ ବନ୍ଦ ଥିଲା। ଦୋକାନ କର୍ମଚାରୀ ରବିବାର ଦୋକାନ ଖୋଲିଲା ବେଳକୁ ସବୁ ଅଳଙ୍କାର ବକ୍ସ ଖାଲିଥିବା ଦେଖିବାକୁ ପାଇଥିଲେ। ତେବେ ଦୋକାନ ମାଲିକ ପୁଲିସରେ ଅଭିଯୋଗ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe