ଯୁଦ୍ଧ କେବେ ଶେଷ ହେବ ତାହା ଆମେ ନିଷ୍ପତ୍ତି ନେବୁ ଆମେରିକା ନୁହେଁ: ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଇରାନ

Advertisment

ଇରାନରେ ଯୁଦ୍ଧ ଶେଷ କରିବା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟର ଜବାବରେ ତେହେରାନ କହିଛି ଯେ, ଯୁଦ୍ଧ କେବେ ଶେଷ ହେବ ତାହାର ନିଷ୍ପତ୍ତି ଆମେ ନେବୁ ଆମେରିକା ନୁହେଁ ।

ଇରାନରେ ଯୁଦ୍ଧ ଶେଷ କରିବା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟର ଜବାବରେ ତେହେରାନ କହିଛି ଯେ, ଯୁଦ୍ଧ କେବେ ଶେଷ ହେବ ତାହାର ନିଷ୍ପତ୍ତି ଆମେ ନେବୁ ଆମେରିକା ନୁହେଁ ।

donald-trump

donald-trump Photograph: (Google)

 କନକ ବ୍ୟୁରୋ:   ଇରାନରେ ଯୁଦ୍ଧ ଶେଷ କରିବା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟର ଜବାବରେ ତେହେରାନ କହିଛି ଯେ, ଯୁଦ୍ଧ କେବେ ଶେଷ ହେବ ତାହାର ନିଷ୍ପତ୍ତି ଆମେ ନେବୁ ଆମେରିକା ନୁହେଁ । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି)କହିଛି,ଏହି ଅଞ୍ଚଳର ରାଜନୈତିକ ସମୀକରଣ ଏବଂ ଭବିଷ୍ୟତର ସ୍ଥିତି ଏବେ ତେହେରାନର ସୈନ୍ୟଙ୍କ ଉପରେ ନିର୍ଭର କରୁଛି। ଆମେରିକୀୟ ସେନା ଯୁଦ୍ଧ ଶେଷ କରିପାରିବ ନାହିଁ। ଆମେ ଯୁଦ୍ଧର ଶେଷର ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।

ଅଧିକ ପଢନ୍ତୁ: ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ ସାମରିକ କାର୍ଯ୍ୟାନୁଷ୍ଠାନ ହେବ, ଇରାନକୁ ଟ୍ରମ୍ପଙ୍କ ଶେଷ ଚେତାବନୀ

 ଟ୍ରମ୍ପ ପୂର୍ବରୁ କହିଥିଲେ, ଇରାନରେ ଲଢ଼େଇ ଖୁବ୍ ଶୀଘ୍ର ଶେଷ ହେବ। କିନ୍ତୁ ଇରାନ ଯଦି ବିଶ୍ୱ ତୈଳ ଯୋଗାଣରେ ବାଧା ସୃଷ୍ଟି କରେ ତେବେ ଯୁଦ୍ଧ ଆହୁରି ଜୋରଦାର ହୋଇପାରେ। କିଛି ଖରାପ ଜିନିଷରୁ ମୁକ୍ତି ପାଇବା ପାଇଁ ଆମେ ମଧ୍ୟପ୍ରାଚ୍ୟରେ ଏକ ଛୋଟ ଅଭିଯାନ କରିଥିଲୁ। ମୁଁ ଭାବୁଛି ଏହି ଅଭିଯାନ ଛୋଟ ହେବ ବୋଲି ଟ୍ରମ୍ପ ମିଆମି ନିକଟସ୍ଥ ତାଙ୍କ ଗଲ୍ଫ କ୍ଲବରେ ରିପବ୍ଲିକାନ ସାଂସଦମାନଙ୍କୁ କହିଥିଲେ।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe