କନକବ୍ୟୁରୋ : ଯଦି ଇରାନ ହର୍ମୁଜ ପ୍ରଣାଳୀରେ ତେଲ ଟ୍ୟାଙ୍କରଗୁଡ଼ିକୁ ଅବରୋଧ କରେ ତେବେ "କୋଡ଼ିଏ ଗୁଣ ଅଧିକ" ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଠୋର ଚେତାବନୀ ଦେବା ସହ କହିଛନ୍ତି, ଆମେ ଏଭଳି ବିନାଶ ଲୀଳା ରଚିବୁ ଯେ ଇରାନ ନିଜକୁ କେବେ ଏକ ଦେଶ ଭାବରେ ପୁନରୁଦ୍ଧାର କରିପାରିବ ନାହିଁ, କିନ୍ତୁ ମୁଁ ଆଶା କରୁଛି ଓ ପ୍ରାର୍ଥନା କରୁଛି ଯେ ଏପରି କେବେ ବି ନଘଟୁ" 
ଟ୍ରମ୍ପ ତାଙ୍କର ଏହି ପଦକ୍ଷେପକୁ ଅନ୍ତର୍ଜାତୀୟ ଶକ୍ତି ବଜାରକୁ ସୁରକ୍ଷା ଦେବା ପାଇଁ ଏକ ପ୍ରମୁଖ ପ୍ରୟାସ ଭାବରେ ଉପସ୍ଥାପନ କରିଥିଲେ। ସେ ଏହାକୁ "ଆମେରିକା ପକ୍ଷରୁ ଚୀନ୍ ଓ ହରମୁଜ୍ ପ୍ରଣାଳୀକୁ ବ୍ୟାପକ ଭାବରେ ବ୍ୟବହାର କରୁଥିବା ସମସ୍ତ ଦେଶ ପାଇଁ ଏକ ଉପହାର" ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, "ମୁଁ ଆଶା କରୁଛି ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯିବ।"

Advertisment