Photograph: (KANAKNEWS)
କନକ ବ୍ୟୁରୋ : ଶୀତ ପଡ଼ିଲାଣି । ବଜାରରେ ବିଭିନ୍ନ ପରିବାର ଭିଡ଼ ବି ଜମିଲାଣି । ବିଶେଷ କରି ଏ ଦିନରେ ବିଭିନ୍ନ ଶାଗର ବଜାରରେ ମିଳେ । ଏସବୁ ଭିତରେ ଥାଏ ବଥୁଆ ଶାଗ । ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ଅନେକ ରୋଗର ନିରାକରଣ କରିବାରେ ବି ସେତିକି ସମର୍ଥ । ତେଣୁ ଏହାକୁ ଶୀତ ଦିନର ସୁପରଫୁଡ୍ ବୋଲି କୁହାଯାଏ । ଆମ ଜେଜେ ବାପା,ମାଙ୍କ ଅମଳରୁ ଏ ଶାଗ ଖାଇବାର ପ୍ରଚଳନ ରହିଛି । ସେ ସମୟରେ ସେମାନେ କିଛି ନ ଜାଣିବି ବହୁତ କିଛି ଜାଣିଥିଲେ । ବିଶେଷ କରି ଶୀତଦିନେ ମିଳୁଥିବା ଏହି ବଥୁଆ ଶାଗ ମହୌଷଧୀ ଭଳି କାମ କରେ । ହେଲେ ଏ ଶାଗ କିଛି ଲୋକଙ୍କ ପାଇଁ ବାରଣ ରହିଛି। ତାର କାରଣ ବି ଅଛି ।…
କି କି ରୋଗପାଇଁ ମହୌଷଧୀ ବଥୁଆ ଶାଗ ?
ବଥୁଆ ଶାଗରେ ରହିଛି ପ୍ରଚୂର ପରିମାଣରେ ଭିଟାମିନ୍ A, C, Iron, Calcium । ଅଲଗା ଶାଗ ହଜମ ହେବାକୁ ସମୟ ନେଉଥିବାବେଳେ ବଥୁଆ ଶାଗ କିନ୍ତୁ ହଜମ ଶକ୍ତିକୁ ବଢ଼ାଇଥାଏ । ଯେଉଁମାନଙ୍କର ଗ୍ୟାସ୍, କିମ୍ବା ପେଟର କିଛି ସମସ୍ୟା ଥାଏ ସେମାନଙ୍କ ପାଇଁ , ଶାଗ କୌଣସି ଔଷଧଠାରୁ କମ୍ ନୁହେଁ ।
ଏହାସହ ବଥୁଆ ଶାଗ ରକ୍ତ ପରିଷ୍କାର କରିବା ସହ ତ୍ବଚାରେ ଚମକ ଆଣେ । ବଥୁଆ ଶାଗର ଜୁସ୍ ପିଇଲେ ଲିଭର ସୁସ୍ଥ ରହିବା ସହ ଶରୀରରୁ ବର୍ଜ୍ୟ ଉପାଦାନ ନିଷ୍କାସନ ହୋଇଯାଏ ।
ଅଧିକ ପଢନ୍ତୁ.... ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ
ଯଦି କାହାର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଥାଏ , ଉଚ୍ଚ ରକ୍ତଚାପ ସମସ୍ୟା ଥାଏ , ସେମାନଙ୍କ ପାଇଁ ବଥୁଆ ଶାଗ ବେଶ୍ ଉପକାରୀ । ବଥୁଆ ଶାଗକୁ ଖାଦ୍ୟରେ ସାମିଲ କଲେ ଏସବୁ ସମସ୍ୟାରୁ ମୁକ୍ତି ମିଳେ । ଖାଲି ସେତିକି ନୁହେଁ ବଥୁଆ ଶାଗ ଥଣ୍ଡାର ଦୂରେଇ ରଖିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
ଶୀତ ଦିନେ ବଥୁଆ ଶାଗର ରୁଟି ନହେଲେ ପରଟା ଭାରି ଉପାଦେୟ । ଏଥିରେ ଟିକେ ବଟର ନହେଲେ ଘିଅ ଲଗାଇ ପରଟା କରି ଖାଇଲେ ଶରୀରରୁ ତଣ୍ଡା କଟିଯାଏ ।
ଅଧିକ ପଢନ୍ତୁ... ସେ ପୁରୁଷ : ପଥର ନୁହେଁ ....
ଏ ଶାଗ ଶରୀର ପାଇଁ ମହୌଷଧୀ ଭଳି କରୁଥିଲେ ବି କିଛି ବର୍ଗର ଲେକାଙ୍କ ପାଇଁ ଏହାକୁ ଖାଇବା ଉପରେ କଟକଣା ରହିଛି । ଯେଉଁମାନଙ୍କର କିଡନି ଷ୍ଟୋନ୍ ସମସ୍ୟା ଥିବ ସେମାନଙ୍କୁ ଏହା ଖାଇବା ଅନୁଚିତ । କାରଣ ଏଥିରେ ଅକ୍ସଲେଟ୍ ନାମକ ଉପାଦାନ ଥାଏ ଯାହା ପଥୁରୀ ସମସ୍ୟାକୁ ଆହୁରି ବଢ଼ାଇଦିଏ । ଗର୍ଭବତୀ ମହିଳା ବି ଏହି ଶାଗକୁ ବେଶି ମାତ୍ରାରେ ନକାଇବା ଭଲ ।
ବଥୁଆ ଶାଗରେ ପ୍ରଚୂର ମାତ୍ରାରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ପେଟ ସଫା କରିବାରେ ସହାୟକ ହୁଏ । ତେଣୁ ଶୀତରେ ଏହି ଶାଗକୁ ରାନ୍ଧି ଉଷୁମ ଉଷୁମ ଖାଆନ୍ତୁ , ଥଣ୍ଡାରୁ ଛୁ ମନ୍ତର କରନ୍ତୁ ।
Follow Us