ଖରା ଆରମ୍ଭରୁ ଜଳକଷ୍ଟ; ପିଇବା ପାଣି ପାଇଁ ସଂଘର୍ଷ

Advertisment

ଖରା ତେଜ ଦେଖାଇବା ପୂର୍ବରୁ ବଢ଼ିଗଲାଣି ଜଳକଷ୍ଟ । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ରାଜ୍ୟର ଚାରିଆଡୁ ଆସୁଛି ପିଇବା ପାଇଁ ଲୋକଙ୍କ ସଂଘର୍ଷର ଦୃଶ୍ୟ । ରାସଗୋବିନ୍ଦପୁର, ମୟୂରଭଞ୍ଜ.. ଲକ୍ଷ୍ମୀପୁର, କୋରାପୁଟ.. ନୀଳଗିରି, ବାଲେଶ୍ୱର କେଉଁଠି ନଳକୂପ ଅଚଳ ହୋଇ ପଡିଛି ତ ଆଉ କେଉଁଠି ଗୋଳିଆ ପାଣି ବାହାରୁଛି ।

ଖରା ତେଜ ଦେଖାଇବା ପୂର୍ବରୁ ବଢ଼ିଗଲାଣି ଜଳକଷ୍ଟ । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ରାଜ୍ୟର ଚାରିଆଡୁ ଆସୁଛି ପିଇବା ପାଇଁ ଲୋକଙ୍କ ସଂଘର୍ଷର ଦୃଶ୍ୟ । ରାସଗୋବିନ୍ଦପୁର, ମୟୂରଭଞ୍ଜ.. ଲକ୍ଷ୍ମୀପୁର, କୋରାପୁଟ.. ନୀଳଗିରି, ବାଲେଶ୍ୱର କେଉଁଠି ନଳକୂପ ଅଚଳ ହୋଇ ପଡିଛି ତ ଆଉ କେଉଁଠି ଗୋଳିଆ ପାଣି ବାହାରୁଛି ।

Water Crisis

Water Crisis Photograph: (Kanak News)

କନକ ବ୍ୟୁରୋ : ଶୀତ କମୁଛି, ଧିରେ ଧିରେ ତାତି ବଢ଼ୁଛି । ଆଗକୁ ତାତି ଆହୁରି ବଢ଼ିବ। ହେଲେ, ଏବେଠୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଜଳକଷ୍ଟର ଚିତ୍ର । ପିଇବା ପାଣି ପାଇଁ ଡହଳ ବିକଳ ହେବା ପରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଲେଣି ଲୋକେ ।

ଖରା ତେଜ ଦେଖାଇବା ପୂର୍ବରୁ ବଢ଼ିଗଲାଣି ଜଳକଷ୍ଟ । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ରାଜ୍ୟର ଚାରିଆଡୁ ଆସୁଛି ପିଇବା ପାଇଁ ଲୋକଙ୍କ ସଂଘର୍ଷର ଦୃଶ୍ୟ । ରାସଗୋବିନ୍ଦପୁର, ମୟୂରଭଞ୍ଜ.. ଲକ୍ଷ୍ମୀପୁର, କୋରାପୁଟ.. ନୀଳଗିରି, ବାଲେଶ୍ୱର କେଉଁଠି ନଳକୂପ ଅଚଳ ହୋଇ ପଡିଛି ତ ଆଉ କେଉଁଠି ଗୋଳିଆ ପାଣି ବାହାରୁଛି । ତୁରନ୍ତ ପାଣି ଯୋଗାଇବା ଦାବିରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବାଗାମ ଗାଁର ଲୋକେ ଦୁଇ ଦିନ ତଳେ ରାସ୍ତା ଅବରୋଧ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ନାକିଚୁଆରେ ବାରମ୍ବାର ଗୁହାରି ସତ୍ତ୍ୱେ କେହି ଶୁଣୁନଥିବାରୁ ପଂଚାୟତ ଅଫିସରେ ତାଲା ପକାଇ ଦେଇଥିଲେ ଗ୍ରାମବାସୀ । ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ପହଁଚିବାରୁ ତାଙ୍କୁ ବି କିଛି ସମୟ ପାଇଁ ଅଟକ ରଖିଥିଲେ । ବାଲେଶ୍ୱର ନୀଳଗିରି ମାଟିଆଳ ଗାଁରୁ ଆସିଛି ସମାନ ଦୃଶ୍ୟ । ପିଇବା ପାଣି ପାଇଁ ଗରା, ବାଲତି ରଖି ଲୋକେ ରାସ୍ତା ଅବରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ : ନିମ୍ନମାନର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ : ଗ୍ରାମବାସୀ ଓ ଠିକାଦାର ସଂସ୍ଥା ମୁହାଁମୁହିଁ

କଟକ ଜିଲ୍ଲା ନିଆଳି ବିନିଶିପୁର ପଂଚାୟତ ମହତାପାରି ଗାଁରୁ ଜଳସଂକଟ ଦୂର କରିବା ପାଇଁ ଓଭରହେଡ୍ ଟାଙ୍କିର ନିର୍ମାଣ ଆରମ୍ଭ ହୋଇଥିଲା । ଜଳ ଯୋଗାଣ ପାଇଁ ପାଇପ୍ ବି ପଡିଥିଲା । କିନ୍ତୁ ଷ୍ଟାଣ୍ଡପୋଷ୍ଟ ବସାଯାଇ ନାହିଁ । ୪ବର୍ଷ ହେଲା ନିର୍ମାଣ ଚାଲିଛି ଯେ ସରୁନି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।

ଆଗକୁ ଖରା ବଢ଼ିଲେ ପାନୀୟ ଜଳ ସଂକଟ ଆହୁରି ଉତ୍କଟ ହେବାର ଆଶଙ୍କା ରହିଛି । ତେଣୁ ଏବେଠୁ ସରକାର ଓ ଜଳ ଯୋଗାଣ ବିଭାଗ ଏହାକୁ ଗୁରୁତର ସହ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଯାଉଛି ଶୀତ, ଆସୁଛି ଖରା । ଶୀତ କମିବା ସହ ବଢ଼ୁଛି ଦିନ ତାପମାତ୍ରା । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୪ଡିଗ୍ରି ଟପିଛି ପାରଦ । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନା ଅନୁସାରେ, ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ଜାରି ରହିବ । ଆସନ୍ତା ୫ ଦିନ ଭିତରେ ୨ ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ପ୍ରଥମ ଥର ପାଇଁ ୩୪ ଡିଗ୍ରି ଟପିଛି ରାଜ୍ୟର ତାପମାତ୍ରା । ଝାରସୁଗୁଡ଼ାରେ ୩୪.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରି, ଭୁବନେଶ୍ୱରରେ ୩୨.୨ ଡିଗ୍ରି ତାପମାତ୍ରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe