କନକ ବ୍ୟୁରୋ : ପାନୀୟ ଜଳପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ । ଗ୍ରାମବାସୀ ଓ ଠିକାଦାର ସଂସ୍ଥା ମୁହାଁମୁହିଁ । ବାଲେଶ୍ୱର ଭୋଗରାଇ ଶ୍ରଦ୍ଧାପୁର କନ୍ୟାନଗରୀ ଗାଁରେ ପାନୀୟ ଜଳ ପ୍ରକଳ୍ପରେ ନିର୍ମାଣ ହେଉଥିବା ପାଣି ଟାଙ୍କି ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ : ଠିକାଦାର ସଂଘର କଡା ନିଷ୍ପତ୍ତି : ଏବେ ପାଟଣାଗଡରେ କାମ କରିପାରିବେନି ବାହାର ଠିକାଦାର
ଦୀର୍ଘ ୩ମାସ ଧରି ଚାଲିଥିବା କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ନିମ୍ନ ମାନର ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକୁ ତଦାରଖ କରିବା ସହିତ ବାଲିକୁ ଛାଣି କାର୍ଯ୍ୟ କରିବାକୁ ଠିକାଦାରକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଠିକାଦାର ନିଜ ମନମାନିରେ ନିମ୍ନମାନର କାର୍ଯ୍ୟକୁ ଗାଁ ଲୋକେ ପ୍ରବଳ ବିରୋଧ କରିବା ସହିତ ସଠିକ ଭାବରେ କାର୍ଯ୍ୟ କରିବାକୁ ଜିଦରେ ଅଟଳ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/screenshot-2026-02-04-090548-2026-02-04-09-06-09.png)