ଖରା ପୂର୍ବରୁ ଜଳ କଷ୍ଟ; ନକଳୂପର ଆଇରନ୍‌ ମିଶା ପାଣି ପିଇ ବଞ୍ଚୁଛନ୍ତି ୫ଟି ୱାର୍ଡର ଲୋକେ

Advertisment

ସରକାର ବଦଳିଲେ । ବଦଳୁନି ଲୋକଙ୍କ ଅବସ୍ଥା । ଜଳ ଯନ୍ତ୍ରଣାରେ ଗାଁ । ରାତି ପାହିଲେ ଗାଁ ଦାଣ୍ଡରେ ପାଣି ପାଇଁ ପ୍ରତିଯୋଗିତା । ନଳକୂପ ଆଗରେ ଲମ୍ବା ଲାଇନ୍‌ ଲାଗିଯାଏ । ଯେଉଁ ପାଣି ପାଇଁ ଏତେ କଷ୍ଟ ତା’ ରଙ୍ଗ ପୂରା ମାଟିଆ । ପାଣି ତ’ ନୁହେଁ ଜହର !

ସରକାର ବଦଳିଲେ । ବଦଳୁନି ଲୋକଙ୍କ ଅବସ୍ଥା । ଜଳ ଯନ୍ତ୍ରଣାରେ ଗାଁ । ରାତି ପାହିଲେ ଗାଁ ଦାଣ୍ଡରେ ପାଣି ପାଇଁ ପ୍ରତିଯୋଗିତା । ନଳକୂପ ଆଗରେ ଲମ୍ବା ଲାଇନ୍‌ ଲାଗିଯାଏ । ଯେଉଁ ପାଣି ପାଇଁ ଏତେ କଷ୍ଟ ତା’ ରଙ୍ଗ ପୂରା ମାଟିଆ । ପାଣି ତ’ ନୁହେଁ ଜହର !

Water Crisis

Water Crisis Photograph: (Kanak News)

କନକ ବ୍ୟୁରୋ : ଖରା ଆସିନି ତା ପୂର୍ବରୁ ଦେଖାଦେଲାଣି ଉତ୍କଟ ଜଳ ସମସ୍ୟା । ଟାଙ୍କି ନିର୍ମାଣ ସରି ୨ବର୍ଷ ପରେ ବି ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଘରେ ପାଣି ପହଞ୍ଚୁନି  । ଅଭିଯୋଗ କଲେ ବାବୁ ଶୁଣୁନାହାନ୍ତି । ପ୍ରତିକ୍ରିୟା ଦେବାକୁ ମନା କରିଦଉଛନ୍ତି । ଫଳରେ ନଳକୂପର ଆଇରନ୍‌ ମିଶା ପାଣି ଭରସାରେ ବଞ୍ଚୁଛନ୍ତି ଗାଁ ଲୋକ ।

ସରକାର ବଦଳିଲେ । ବଦଳୁନି ଲୋକଙ୍କ ଅବସ୍ଥା । ଜଳ ଯନ୍ତ୍ରଣାରେ ଗାଁ । ରାତି ପାହିଲେ ଗାଁ ଦାଣ୍ଡରେ ପାଣି ପାଇଁ ପ୍ରତିଯୋଗିତା । ନଳକୂପ ଆଗରେ ଲମ୍ବା ଲାଇନ୍‌ ଲାଗିଯାଏ । ଯେଉଁ ପାଣି ପାଇଁ ଏତେ କଷ୍ଟ ତା’ ରଙ୍ଗ ପୂରା ମାଟିଆ । ପାଣି ତ’ ନୁହେଁ ଜହର ! ଜଳଯନ୍ତ୍ରଣାରେ ଏମିତି ଛଟପଟ ହେଉଛି ନିଆଳି ବ୍ଲକ ତିହୁଡ଼ି ପଞ୍ଚାୟତର ବାଘମରା ଗାଁର ୫ଟି ୱାର୍ଡ । ପୂର୍ବରୁ ବାମ୍ପିରୁ ପାଣି ଆଣୁଥିଲେ, ପରେ ୩ଟି ୱାର୍ଡ ପାଇଁ ନଳକୂପ ବସିଲା । କିନ୍ତୁ ଏଥିରୁ ବାହରୁଥିବା ଆଇରନ୍ ପାଣି ପିଇଲେ ରୋଗାକ୍ରାନ୍ତ ହେବା ସୁନିଶ୍ଚିତ । ଲୋକଙ୍କ ଦୁଃଖ ବୁଝି ଓଭର ହେଡ୍‌ ଟାଙ୍କି ନିର୍ମାଣ କରିଥିଲା ପ୍ରଶାସନ । କିନ୍ତୁ ଆଜି ଯାଏଁ କାହା ଘରକୁ ଟୋପେ ପାଣି ପହଞ୍ଚିନି ।

ଅଧିକ ପଢ଼ନ୍ତୁ : ବାଲି ମାଫିଆଙ୍କ ନୂଆ ଉପାୟ; ଅନ୍ୟ ଜିଲ୍ଲା ଟ୍ରାଞ୍ଜିଟ୍‌ ପରମିଟ୍‌ରେ ବାଲି ଚୋରାଚାଲାଣ

କେଉଁଠି ଷ୍ଟାଣ୍ଡ ପୋଷ୍ଟ ଲାଗିନି, ଆଉ କେଉଁଠି ପାଇପ୍‌ ପଡ଼ିନି । ପ୍ରକଳ୍ପକୁ ନେଇ କୌଣସି ସୂଚନା ଫଳକ ବି ନାହିଁ । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏନେଇ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ପାନୀୟ ଜଳ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରୁଥିବା ବେଳେ ଘଟଣାକୁ ହାଲ୍‌କାରେ ନେଇଛନ୍ତି କଟକ ଏସ୍‌ଡିଓ । କାହିଁକି ସରକାରୀ ବାବୁମାନେ ମୁହଁ ଖୋଲୁନାହାନ୍ତି ? ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe