କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ମାତିଛନ୍ତି ବାଲିମାଫିଆ । ନଦୀରୁ ବେଧଡ଼କ ବାଲି ଉଠାଉଛନ୍ତି । ପ୍ରଶାସନର କଟକଣା ଯୋଗୁଁ ମାଫିଆ ମାନେ ଏବେ ବାଲି ପରିବହନ ପାଇଁ ନୂଆ ତରିକା ଆପଣେଇଛନ୍ତି । ଅନ୍ୟ ଜିଲ୍ଲାର ଟ୍ରାଞ୍ଜିଟ୍ ପରମିଟ୍ରେ ବାଲି ଚୋରା ଚାଲାଣ କରୁଛନ୍ତି । ଆଉ ସବୁ ଜାଣି ପ୍ରଶାସନର ନୀରବତା ରହୁଥିବା ଅଭିଯୋଗ ହୋଇଛି ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପାଲିଟିଛି ବାଲି ମାଫିଆଙ୍କ ଆଡ୍ଡା । ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଧଡ଼କ ବାଲି ଉଠୁଛି । ପ୍ରତିଦିନ ଶହଶହ ସଂଖ୍ୟାରେ ହାଇୱା ଯୋଗେ ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଅନେକ ଥର ବିନା ଟ୍ରାଞ୍ଜିଟ୍ ପରମିଟ୍ ବା ଟିପିରେ ବାଲି ପରିବହନ ଯୋଗୁଁ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ତଥାପି ବାଲି ଚୋରିରେ ରୋକ୍ ଲାଗିପାରୁନି । ବାହାର ଜିଲ୍ଲାର ଟିପି ବ୍ୟବହାର କରି ବାଲି ଚୋରା ଚାଲାଣ କରୁଛନ୍ତି ।
ଅଧିକ ପଢ଼ନ୍ତୁ : ବିପଦକୁ ଡାକୁଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ! ପୁରୁଣା ଭଙ୍ଗାଘରେ ଚାଲିଛି ଚିକିତ୍ସା
କେନ୍ଦୁଝର ଜିଲ୍ଲାରୁ ବାଲି ଉଠୁଥିବା ବେଳେ ସୁଦୂର ବଲାଙ୍ଗୀର, ଅନୁଗୁଳ, ଯାଜପୁର ବାଲିଘାଟର ଟିପି ବ୍ୟବହାର କରାଯାଉଛି । ସେଠାକାର ଟିପି ବହୁତ କମ୍ ମୂଲ୍ୟରେ ମିଳୁଥିବାରୁ ଘାଟ ମାଲିକ ଓ ଟ୍ରକ ମାଲିକ ମାଲେମାଲ ହେଉଛନ୍ତି । ଆଉ କୋଟିକୋଟିର ରାଜସ୍ୱ ହରାଉଛି କେନ୍ଦୁଝର ! ଯାହାକୁ ନେଇ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।
ଗତ ୨ ଦିନ ତଳେ ପ୍ରାଶାସନିକ ଅଧିକାରୀ ଗାଡ଼ି ଯାଞ୍ଚ ବେଳେ ମାଫିଆଙ୍କର ଏହି ନୂଆ ଉପାୟ ବିଷୟରେ ଅବଗତ ହୋଇଥିଲେ । ତଥାପି ପ୍ରଶାସନର ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/25/sand-mafia-2026-02-25-18-25-37.png)