କନକ ବ୍ୟୁରୋ : ସେୟାର ବଜାରରେ ହାହାକାର । ଲଗାତାର ଦ୍ୱିତୀୟ ଦିନରେ କ୍ରାସ ହେଲା ଘରୋଇ ପୁଞ୍ଜି ବଜାର । ହୋଲିରେ ଖୁସି ଭିତରେ ନିବେଶକଙ୍କୁ ଦୁଃଖି କରିଦେଲା ବଜାରର ମାହୋଲ । ଆଜି ଭାରତୀୟ ସେୟାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୧୭୦୦ ଅଙ୍କ ଏବଂ ନିଫ୍ଟି ୫୩୦ ପଏଣ୍ଟ ହ୍ରାସ ପାଇଥିଲା । ଯଦି ପ୍ରତିଶତରେ କହିବା, ତେବେ ବିଏସଇ ସେନସେକ୍ସ ୨.୧୭ ଓ ନିଫ୍ଟି ୨.୧୩ ପ୍ରତିଶତ ଖସିଥିଲା । ମାତ୍ର କିଛି ମିନିଟରେ ନିବେଶକଙ୍କ ୧୦ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଥିଲା । ବିଏସଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ୪୫୬.୯୦ ଲକ୍ଷ କୋଟିରୁ ହ୍ରାସ ପାଇଁ ୪୪୬.୪୫ ଲକ୍ଷ କୋଟି ଟଙ୍କା ହୋଇଥିଲା । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ, ଅଶୋଧିତ ତୈଲର ମୂଲ୍ୟ ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ପୁଞ୍ଜି ପ୍ରତ୍ୟାହାର ଘରୋଇ ନିବେଶକଙ୍କ ମନୋବଳକୁ ଦୁର୍ବଳ କରିଛି। ଆଇଟି ବ୍ୟତୀତ ସମସ୍ତ ପ୍ରମୁଖ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ ସଂକେତରେ କାରବାର କରୁଛି । ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ମଧ୍ୟ ୨%ରୁ ଅଧିକ ହ୍ରାସ ପାଇଥିଲା ।

Advertisment

ଅଧିକ ପଢ଼ନ୍ତୁ :ଟ୍ରେଡ ଡିଲକୁ ନେଇ ବହୁତ କିଛି ଆଶା କରିଥିଲେ ନିବେଶକ, ଆଶା ଠାରୁ ଅଧିକ ତଳକୁ ଖସିଲା ସେୟାର ବଜାର

ମାର୍କେଟ୍ କ୍ରାସ୍ ପଛର ପ୍ରମୁଖ କାରଣ

  • ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଥିବା ସଂଘର୍ଷ
  • ବିଶ୍ୱର ପ୍ରମୁଖ ସେୟାର ମାର୍କେଟରେ ଦୁର୍ବଳ ସଂକେତ
  • ଅଶୋଧିତ ତୈଳ ମୂଲ୍ୟର ମୂଲ୍ୟ ବୃଦ୍ଧି
  • ବ୍ରେଣ୍ଟ କ୍ରୁଡର ମୂଲ୍ୟ ବ୍ୟାରେଲ ପିଛା ୮୧-୮୨ ଡଲାର
  • ବିଦେଶୀ ନିବେଶକଙ୍କ ଦ୍ୱାରା ସେୟାର ବିକ୍ରି
  • ଷ୍ଟକ୍ ବଜାରର ଅସ୍ଥିରତା ସୂଚକ ଇଣ୍ଡିଆ ଭିଆଇଏକ୍ସ ଆଜି ୧୪% ବୃଦ୍ଧି ପାଇଛି