କନକ ବ୍ୟୁରୋ :ଭାରତୀୟ ସେୟାର ବଜାରକୁ କ'ଣ ହୋଇଛି ? ଯେତେବେଳେ ବି କୌଣସି ଖରାପ ଖବର ଆସିଛି ସେୟାର ବଜାର ତଳକୁ ଖସିଛି, ଋଷ-ୟୁକ୍ରେନ ଯୁଦ୍ଧ ହେଉ କି ଆମେରିକା-ଇରାନ ମୁହାଁମୁହିଁ କି ଆମେରିକାରେ ଭେନେଜୁଏଲାର ପ୍ରବେଶ । ଏଭଳି ଘଟଣାକୁ ନେଇ ସାରା ବିଶ୍ୱ ବଜାର ମାନ୍ଦା ହୋଇଥିଲା । ମାତ୍ର ସାରା ବିଶ୍ୱର ଯେବେ ଆଗକୁ ବଢ଼ୁଥିଲା ସେତେବେଳେ ବି ଭାରତୀୟ ବଜାର ତଳକୁ ଖସୁଥିଲା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ଭଲ ଖବର ଆସିବା ପରେ ବି ନିବେଶକ ନିରାଶ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଗୋଟିଏ ଗୋଟିଏ ପଏଣ୍ଟ କହିବୁ ଯାହା ଟ୍ରେଡ ଡିଲରେ ରହିଛି ଓ ଏଥିରୁ ନିବେଶକଙ୍କୁ ଲାଭ ମିଳିବ ବୋଲି ସବୁ ବଜାର ବିଶେଷଜ୍ଞ ମତ ଦେଇଥିଲେ । ହେଲେ ...
ସପ୍ତାହର ଶେଷ କାରବାର ଦିନ ଆଜି ନିଫ୍ଟି ୨୫୫୦୦ ଅଙ୍କକୁ ଖସି ଆସିଛି । ହେଲେ ଜାନୁଆରୀ ମାସରେ ନିଫ୍ଟ ୨୬,୩୭୩ ଛୁଇଁଥିଲା । ଗତ ୬ ମାସରେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଅନେକ ସୁଧାର କରାଯାଇଥିଲେ ବି ନିଫ୍ଟ ମାତ୍ର ୪ ପ୍ରତିଶତ ବଢ଼ିଥିଲା । ୬ମାସ ମଧ୍ୟରେ ଆର୍ଥିକ କାରବାରକୁ ନେଇ ପ୍ରଥମେ ଜିଏସଟି ରିଫର୍ମ ହୋଇଥିଲା । ହେଲେ ଏହା ବଜାର ବୃଦ୍ଧି ଉପରେ ପ୍ରଭାବ ପକାଇବା ସହ ବଜାର ଥଣ୍ଡା ରହିଥିଲା । ସୁଧହାର କମ୍ କରାଯାଥିଲା, ଶ୍ରମ ଆଇନର ପରିବର୍ତ୍ତନ କରାଯାଇଥିଲା । ଜିଡିପିର ପରିସଂଖ୍ୟାନ ସୁଧାର ଆସିଲା, ଖୁଚୁରା ମୁଦ୍ରସ୍ପିତି ହାର ବି ନିର୍ଦ୍ଧାରିତ ସୀମାରେ ଥିବା ବେଳେ ସେୟାର ବଜାର ଆଗକୁ ବଢ଼ିପାରିନଥିଲା ।
ଏହାପରେ ୟୁରୋପୀୟ ଦେଶମାନଙ୍କ ସହ ଏଫଟିଏ କରାଯାଇ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଏକ ବଡ଼ ପଦକ୍ଷେପ ନିଆଯାଇଥିଲା । ଏହାପରେ ବଜେଟରେ ପୁଞ୍ଜିଗତ ଖର୍ଚ୍ଚ ଉପରେ ଗୁରୁତ୍ୱ ଦିଆଗଲା । ବଜେଟର ଗୋଟିଏ ଦିନ ପରେ ଆମେରିକା ସହ ବାଣିଜ୍ୟ ଚୁକ୍ତି ହେଲା । ଲାଗୁଥିଲା ସବୁକିଛି ଠିକ୍ ହୋଇଯିବ । ହେଲେ....
ଆମେରିକା ସହ ଚୁକ୍ତି ପରଦିନ ଅର୍ଥାତ ଫେବୃଆରୀ ୩ ତାରିଖରେ ଭାରତୀୟ ସେୟାର ବଜାର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ବିଶେଷଜ୍ଞମାନେ କହିଥିଲେ କି ଖୁବଶୀଘ୍ର ବଜାର ଅଲ୍ ଟାଇମ୍ ହାଇରେ ପହଂଚିଯିବ । ହେଲେ ଗୋଟିଏ ସପ୍ତାହ ଭିତରେ ମାର୍କେଟ୍ କ୍ରାସ ହେବା ପରିସ୍ଥିତିକୁ ଆସିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/33a-2026-02-13-14-58-43.jpg)