ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଘନଉଛି ଯୁଦ୍ଧ : ଆମେରିକାକୁ ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତାବ ଦେଲା ରୁଷ୍‌

Advertisment

ମଧ୍ୟପ୍ରାଚ୍ୟରେ ସାମରିକ ଅଭିଯାନକୁ ଜୋରଦାର କରିଛି ଇସ୍ରାଏଲ। ତେହେରାନ, ଇସଫାହାନ ଓ ଦକ୍ଷିଣ ଇରାନ ଉପରେ ଏହାର ଆକ୍ରମଣକୁ ବ୍ୟାପକ କରିଛି। ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଏ ନେଇ ଏକ ବିବୃତି ଜାରି କରିଛି ।

ମଧ୍ୟପ୍ରାଚ୍ୟରେ ସାମରିକ ଅଭିଯାନକୁ ଜୋରଦାର କରିଛି ଇସ୍ରାଏଲ। ତେହେରାନ, ଇସଫାହାନ ଓ ଦକ୍ଷିଣ ଇରାନ ଉପରେ ଏହାର ଆକ୍ରମଣକୁ ବ୍ୟାପକ କରିଛି। ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଏ ନେଇ ଏକ ବିବୃତି ଜାରି କରିଛି ।

Screenshot 2026-03-10 071806

Photograph: (kanaknews)

କନକବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସାମରିକ ଅଭିଯାନକୁ ଜୋରଦାର କରିଛି ଇସ୍ରାଏଲ। ତେହେରାନ, ଇସଫାହାନ ଓ ଦକ୍ଷିଣ ଇରାନ ଉପରେ ଏହାର ଆକ୍ରମଣକୁ ବ୍ୟାପକ କରିଛି। ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଏ ନେଇ ଏକ ବିବୃତି ଜାରି କରିଛି । ତୈଳଭଣ୍ଡାର ଗୁଡ଼ିକୁ ଟାର୍ଗେଟ୍‌ କରି ଇସ୍ରାଏଲ ଲଗାତାର ଆକ୍ରମଣ ଜାରି ରଖିଥିବାରୁ ଇରାନରେ ଏବେ ବିନାଶକାରୀ ସ୍ଥିତି ଉପୁଜିଛି। ତୈଳଭଣ୍ଡାରରେ ଯେଉଁଭଳି ନିଆଁ ଜଳୁଛି ସେଥିରେ ରାତି ବି ଦିନ ହୋଇଯାଉଛି।

ଅଧିକ ପଢନ୍ତୁ... କ‌ର୍ଷ୍ଟେନ ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକ, ପଦ ଛାଡ଼ିଥିଲେ ସନଥ ଜୟସୂରିୟା

ଇସ୍ରାଏଲ ଇରାନରେ ୩୦ରୁ ଅଧିକ ତୈଳଭଣ୍ଡାର ଉପରେ ଟାର୍ଗେଟ୍‌ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣଜନିତ ନିଆଁରୁ ୪  ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲର ଏହି କାର୍ଯ୍ୟରେ ଆମେରିକା ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଇସ୍ରାଏଲ ଏହି ଆକ୍ରମଣ ସଂକ୍ରାନ୍ତରେ ଆମେରିକାକୁ ପୂର୍ବରୁ ସୂଚନା‌ ଦେଇଥିଲା। କିନ୍ତୁ ଆମେରିକା ଯେଉଁଭଳି ଆଶା କରୁଥିଲା ତା’ଠାରୁ  ମଧ୍ୟ ଏହି ଆକ୍ରମଣ ଆହୁରି ଭୟଙ୍କର ହୋଇଛି। ଇସ୍ରାଏଲର ଏହି ଭୟାନକ ଆକ୍ରମଣରେ ଆମେରିକା ଆଶ୍ଚର୍ଯ୍ୟ ହୋଇଯାଇଛି। ତୈଳଭଣ୍ଡାର ଉପରେ ଆକ୍ରମଣ ଦ୍ବାରା ଇରାନରେ ଅଣାୟତ୍ତ ସ୍ଥିତି ଉପୁଜିଛି।

 ‘ଏସିଡ୍ ବର୍ଷା’ ହେବ ବୋଲି ଆତଙ୍କ ସୃଷ୍ଟି ହୋଇଛି ଏବଂ ଏଥିପାଇଁ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ଏହି ଆକ୍ରମଣକୁ ପସନ୍ଦ କରୁନାହାନ୍ତି। ସେ ତୈଳକୁ ସୁରକ୍ଷିତ ରଖିବାକୁ ଚାହାନ୍ତି। ଟ୍ରମ୍ପ ତେଲ ଜାଳିବା ପାଇଁ ଚାହାନ୍ତିନି ବୋଲି ତାଙ୍କ ପରାମର୍ଶଦାତା କହିଛନ୍ତି। ଅନ୍ୟପକ୍ଷରେ ତୈଳଭଣ୍ଡାର ଉପରେ ଆକ୍ରମଣ ଦ୍ବାରା ଇରାନ କ୍ଷୁବ୍ଧ ହୋଇଛି। ଏହାର କଡ଼ା ଜବାବ ଦିଆଯିବ ବୋଲି ଇରାନ ଚେତାଇ ନେଇଛି ।

ଇସ୍ରାଏଲକୁ କଡ଼ା ଜବାବ ଦେବାକୁ ଯାଇ ଇରାନ ଆଜି ଇସ୍ରାଏଲ ଉପରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ କରିବାରୁ ଜଣେ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଯୁଦ୍ଧ ଯୋଗୁଁ ଇସ୍ରାଏଲରେ ମୋଟ୍‌ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି। ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସଙ୍କେତ ଦେଇଛନ୍ତି ଯେ ସଂଘର୍ଷ ଆଗକୁ ଆହୁରି ଭୟଙ୍କର ହେବ। ନେତାନ୍ୟାହୁ କହିଛନ୍ତି, ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଘଟିବ। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୮ ତାରିଖରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ସପ୍ତାହରେ ୧୬ ରାଷ୍ଟ୍ରରେ ୧ ହଜାରରୁ ଅଧିକ ହିଂସାତ୍ମକ ଘଟଣା ଘଟିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe