କନକ ବ୍ୟୁରୋ: ଶ୍ରୀଲଙ୍କା କ୍ରିକେଟ୍‌ ସୋମବାର ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଗ୍ୟାରି କର୍ଷ୍ଟେନଙ୍କୁ ପୁରୁଷ ଦଳ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି । ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର୍‌-୮ରୁ ଶ୍ରୀଲଙ୍କା ବିଦାୟ ନେବା ପରେ ମୁଖ୍ୟପ୍ରଶିକ୍ଷକ ସନଥ ଜୟସୂରିୟା ଓହରି ଯାଇଥିଲେ । ତାଙ୍କ ସ୍ଥାନରେ କର୍ଷ୍ଟେନଙ୍କୁ ନିଯୁକ୍ତି ମିଳିଛି । ସେ ଆସନ୍ତା ଏପ୍ରିଲ୍‌ ୧୫ ତାରିଖରୁ ଦାୟିତ୍ବ ନେବେ । ତାଙ୍କ ସହ ଦୁଇ ବର୍ଷିଆ ଚୁକ୍ତି ‌ହୋଇଛି । ୫୮ ବର୍ଷୀୟ କର୍ଷ୍ଟେନ ଟ୍ବେଣ୍ଟି-୨୦ ବିଶ୍ବକପରେ ନାମିବ୍ୟାର ପରମାର୍ଶଦାତା ଥିଲେ । ସେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଫଳ ପ୍ରଶିକ୍ଷକ ଥିଲେ ।  

Advertisment

ଏହା ବି ପଢ଼ନ୍ତୁ; ଜାତୀୟ ରଗ୍‌ବି ୧୫ଏସ୍‌: ସେମିରେ ଦିଲ୍ଲୀ ହରିକେନ୍‌ସ, ଫ୍ୟୁଚର ହୋପ୍‌