ଭୀଷଣ ହେଉଛି ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ, ଭାରତମହାସାଗରକୁ ବ୍ୟାପିଲା ଲଢ଼େଇ

Advertisment

କିଛି ଏଭଳି ଭାବେ ବୁଡ଼ାଜାହାଜରୁ ମିସାଇଲ୍ ମାଡ଼ରେ ଧ୍ୱଂସ ହୋଇଛି ଇରାନର ନୌସେନା ଯୁଦ୍ଧ ଜାହାଜ ଆଇଆରଆଇଏସ ଦେନା । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ସମରାଭ୍ୟାସ ମିଲନ ସରିବା ପରେ, ଇରାନକୁ ଫେରୁଥିଲା ଏହି ଜାହାଜ । ତେବେ ଆଜି ସକାଳେ ଶ୍ରୀଲଙ୍କାର ଦକ୍ଷିଣକୁ ଏକ ବୁଡ଼ାଜାହାଜରୁ ଆକ୍ରମଣ ହୋଇଛି । ଏଥିରେ ଶତାଧିକ ମୃତାହତ ହୋଇଥିବା ବେଳେ, କେଉଁ ଦେଶର ବୁଡ଼ାଜାହାଜରୁ କ୍ଷେପଣାସ୍ତ୍ର ମାଡ଼ ହୋଇଛି ସ୍ପଷ୍ଟ ହୋଇନି । ନିଖୋଜଙ୍କୁ ଠାବ ପାଇଁ ଅଭିଯାନ ଜାରି ରହିଛି ଶ୍ରୀଲଙ୍କା ନୌସେନା ।

କିଛି ଏଭଳି ଭାବେ ବୁଡ଼ାଜାହାଜରୁ ମିସାଇଲ୍ ମାଡ଼ରେ ଧ୍ୱଂସ ହୋଇଛି ଇରାନର ନୌସେନା ଯୁଦ୍ଧ ଜାହାଜ ଆଇଆରଆଇଏସ ଦେନା । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ସମରାଭ୍ୟାସ ମିଲନ ସରିବା ପରେ, ଇରାନକୁ ଫେରୁଥିଲା ଏହି ଜାହାଜ । ତେବେ ଆଜି ସକାଳେ ଶ୍ରୀଲଙ୍କାର ଦକ୍ଷିଣକୁ ଏକ ବୁଡ଼ାଜାହାଜରୁ ଆକ୍ରମଣ ହୋଇଛି । ଏଥିରେ ଶତାଧିକ ମୃତାହତ ହୋଇଥିବା ବେଳେ, କେଉଁ ଦେଶର ବୁଡ଼ାଜାହାଜରୁ କ୍ଷେପଣାସ୍ତ୍ର ମାଡ଼ ହୋଇଛି ସ୍ପଷ୍ଟ ହୋଇନି । ନିଖୋଜଙ୍କୁ ଠାବ ପାଇଁ ଅଭିଯାନ ଜାରି ରହିଛି ଶ୍ରୀଲଙ୍କା ନୌସେନା ।

7PM2

କନକ ବ୍ୟୁରୋ : ଆଉ ମଧ୍ୟପ୍ରାଚ୍ୟରେ ସୀମିତ ନାହିଁ ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ । ଭାରତରୁ ଫେରୁଥିବା ଇରାନର ଯୁଦ୍ଧ ଜାହାଜ ଶ୍ରୀଲଙ୍କା ନିକଟରେ ଆକ୍ରମଣର ଶିକାର ହୋଇଛି। ଶତାଧିକ ମୃତାହତ, ଶତାଧିକ ନିଖୋଜ ହୋଇଛନ୍ତି । ଇରାନକୁ ନୂଆ ସର୍ବୋଚ୍ଚ ନେତା ମିଳିଥିବା ଚର୍ଚ୍ଚା ଭିତରେ, ଯୁଦ୍ଧଭୂମିରେ ସ୍ଥିତି ଆହୁରି ଭୟଙ୍କର ହୋଇଛି। ଇରାନରେ ଏବେ ସୁଦ୍ଧା ୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଆହତଙ୍କ ସଂଖ୍ୟା ୫,୪୦୨ରେ ପହଞ୍ଚିଲାଣି ।

 କିଛି ଏଭଳି ଭାବେ ବୁଡ଼ାଜାହାଜରୁ ମିସାଇଲ୍ ମାଡ଼ରେ ଧ୍ୱଂସ ହୋଇଛି ଇରାନର ନୌସେନା ଯୁଦ୍ଧ ଜାହାଜ ଆଇଆରଆଇଏସ ଦେନା । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ସମରାଭ୍ୟାସ ମିଲନ ସରିବା ପରେ, ଇରାନକୁ ଫେରୁଥିଲା ଏହି ଜାହାଜ । ତେବେ ଆଜି ସକାଳେ ଶ୍ରୀଲଙ୍କାର ଦକ୍ଷିଣକୁ ଏକ ବୁଡ଼ାଜାହାଜରୁ ଆକ୍ରମଣ ହୋଇଛି । ଏଥିରେ ଶତାଧିକ ମୃତାହତ ହୋଇଥିବା ବେଳେ, କେଉଁ ଦେଶର ବୁଡ଼ାଜାହାଜରୁ କ୍ଷେପଣାସ୍ତ୍ର ମାଡ଼ ହୋଇଛି ସ୍ପଷ୍ଟ ହୋଇନି । ନିଖୋଜଙ୍କୁ ଠାବ ପାଇଁ ଅଭିଯାନ ଜାରି ରହିଛି ଶ୍ରୀଲଙ୍କା ନୌସେନା ।  ସେପଟେ ମହାଯୁଦ୍ଧର ପଞ୍ଚମ ଦିନରେ ଆମେରିକାର ଦୂତାବାସ ଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ଇରାନ୍ । ରିଆଦ ଏବଂ ଦୁବାଇସ୍ଥିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ହୋଇଛି । ପ୍ରାୟ ୪୦ଟି ମିସାଇଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନିଶାଣ କରିଛି ତେହରାନ୍ । ଅନ୍ୟପକ୍ଷରେ ଇସ୍ରାଏଲର ଏଫ୍-୩୫ ଓ ଲଢ଼ୁଆ ବିମାନ 'ଆଦିର୍‌' ଇରାନର ବାୟୁସେନା ବିମାନ ୟାକ୍-୧୩୦କୁ ଧ୍ୱଂସ କରିଛି ।

ଆହୁରି ପଢ଼ନ୍ତୁ:ଚାଉଳ କେଜି ଛୁଇଁଲାଣି ୩୦୦, କ୍ଷୀର ଲିଟର ବି ୮୦ ପାର୍ ...

ଆୟତୋଲ୍ଲା ଖାମେନେଇଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଇରାନର ସର୍ବୋଚ୍ଚ ନେତା ବଛାଯାଇଥିବା ଖବର ପ୍ରଚାର ପରେ, ନାଲି ଆଖି ଦେଖାଇଛି ଇସ୍ରାଏଲ୍ । ୫୬ ବର୍ଷୀୟ ମୋଜତବାଙ୍କୁ ଇରାନର ବିଶେଷଜ୍ଞ ସଭା ଚୟନ କରିଥିବା ଖବର ଆସିବା ପରେ, ଯିଏ  ବି ନୂଆ ସୁପ୍ରିମ ଲିଡର୍ ବନିବ, ସେ 'ଟାର୍ଗେଟ୍ ଅଫ୍ ଏଲିମିନେସନ୍' ହେବ ବା ତାକୁ ହତ୍ୟା କରାଯିବ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ । ଅନ୍ୟପକ୍ଷରେ ମୋଜତବାଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା ହୋଇନି ବୋଲି କହିଛି ଇରାନ । ସେପଟେ ଆୟତୋଲ୍ଲା ଖାମେନେଇଙ୍କ ୩ ଦିନିଆ ଶେଷକୃତ୍ୟ ପାଇଁ ଇରାନ ଘୋଷଣା କରିଥିବା ବେଳେ, ଇସ୍ରାଏଲର ଧମକ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ପରେ ନୂଆ ତାରିଖ ଘୋଷଣା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe