କନକ ବ୍ୟୁରୋ : ଲୋକସଭାରେ ପ୍ରବଳ ହୋହଲ୍ଲା ଓ ହଙ୍ଗାମା ଭିତରେ ଗୃହୀତ ହେଲା 'ଭିବି-ଜି ରାମ-ଜି' ବିଲ୍ । ବିରୋଧୀ ସାଂସଦମାନେ ବିଲ୍ କପି ଚିରି ଫଙ୍ଗି ପ୍ରତିବାଦ କରିଥିଲେ। ମନରେଗା ନାଁ ବଦଳାଇ ନୂଆ ଯୋଜନା ଆଣିବାକୁ ସରକାରଙ୍କ ଉଦ୍ୟମକୁ କଂଗ୍ରେସ ଓ ବିରୋଧୀ ବିରୋଧ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇବା ପାଇଁ ଏହା କରାଯାଉଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ : 'ଭିବି-ଜି ରାମ-ଜି' ବିଲ୍କୁ ନେଇ ଥମୁନି ଝଡ଼: ଲୋକସଭାରେ ରାତି ୧ଟା ୩୫ ଯାଏ ଚାଲିଲା ବିତର୍କ
ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଭିତରେ ଲୋକସଭାରେ ଗୃହୀତ ହେଲା ଭିବି-ଜି ରାମ-ଜି ବିଲ୍ । ପ୍ରବଳ ହଟ୍ଟଗୋଳ ଭିତରେ ଏହି ବିଲ୍ ପାସ୍ ହୋଇଛି । ଗତକାଲି ଓ ଆଜି ଏହାକୁ ନେଇ ସଂସଦରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ବିଲର କପି ଚିରି ବିରୋଧୀ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ମନରେଗା ନାଁ ବଦଳାଇ ନୂଆ ଯୋଜନା ଭିବି-ଜି ରାମ-ଜି ଆଣିବାକୁ ସରକାରଙ୍କ ଉଦ୍ୟମକୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଏନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।
ବିରୋଧୀ ମନରେଗା ନାମ ପରିବର୍ତ୍ତନକୁ ଆଦୌ ଗ୍ରହଣ କରୁନାହାନ୍ତି। ଯୋଜନା ସହ ମହାତ୍ମା ଗାନ୍ଧୀଙ୍କ ନାମ ଜଡ଼ିତ ଥିଲା। ହେଲେ ସେମାନେ ଗାନ୍ଧିଜୀଙ୍କ ନାଁ ହଟାଇବାକୁ ଚାହୁଛନ୍ତି। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ବଡ଼ ଅପମାନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାର ଜବାବ ରଖିଥିଲେ । 'ଭିବି-ଜି ରାମ-ଜି' ବିଲ୍ରେ ପରିବର୍ତ୍ତନ କରିଛନ୍ତି ସରକାର। ଯେଉଁଥିରେ ରୋଜଗାର ଗ୍ୟାରେଣ୍ଟି ୧୦୦ ଦିନରୁ ୧୨୫ ଦିନ କାମକୁ ବୃଦ୍ଧି କରାଯାଇଛି । ପୂର୍ବରୁ କେନ୍ଦ୍ର ସରକାର ମନରେଗା ଖର୍ଚ୍ଚ ପୂରା ବହନ କରୁଥିଲେ । ଏବେ ରାଜ୍ୟଗୁଡ଼ିକୁ ବି ୧୦ରୁ ୪୦ ପ୍ରତିଶତ ଖର୍ଚ୍ଚ ଦେବାକୁ ପଡ଼ିବ । ତେବେ ମନରେଗା ନାମ ପରିବର୍ତ୍ତନକୁ ବିରୋଧୀଙ୍କ ବିରୋଧ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/18/lokasabha-2025-12-18-20-06-45.jpg)