ମତଦାତା ହିଁ ଗଣତନ୍ତ୍ରର ଆତ୍ମା : ରାଷ୍ଟ୍ରୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍

Advertisment

କେହି ଯୁବକ ବା ଯୁବତୀ ପ୍ରଥମ ଥର ଭୋଟର ଦେଉଥିଲେ , ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ସବ ପାଳନ କରାଯିବା ଉଚିତ୍ ।   ଆଜି ରାଷ୍ଟ୍ରୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୩୦ତମ ମନ୍ କି ବାତରେ ଏହି ଆହ୍ବାନ ଦେଇଛନ୍ତି ।  

କେହି ଯୁବକ ବା ଯୁବତୀ ପ୍ରଥମ ଥର ଭୋଟର ଦେଉଥିଲେ , ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ସବ ପାଳନ କରାଯିବା ଉଚିତ୍ ।   ଆଜି ରାଷ୍ଟ୍ରୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୩୦ତମ ମନ୍ କି ବାତରେ ଏହି ଆହ୍ବାନ ଦେଇଛନ୍ତି ।  

NARENDRA MODI 1

Photograph: (KANAKNEWS)

କନକବ୍ୟୁରୋ :  କେହି ଯୁବକ ବା ଯୁବତୀ ପ୍ରଥମ ଥର ଭୋଟର ଦେଉଥିଲେ , ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ସବ ପାଳନ କରାଯିବା ଉଚିତ୍ ।   ଆଜି ରାଷ୍ଟ୍ରୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୩୦ତମ ମନ୍ କି ବାତରେ ଏହି ଆହ୍ବାନ ଦେଇଛନ୍ତି ।  ଭୋଟ୍ ଅଧିକାର ନେଇ ସଚେତନତା ବୃଦ୍ଧି ଉପରେ ଗୁରୁତ୍ବ ଦେଇଛନ୍ତି ମୋଦୀ  ।  

ଆମର ସୈନିକ ରକ୍ତ ବୁହାଇଛନ୍ତି : ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

୨୦୨୬ରେ ଆଜି ଥିଲା ମୋଦୀଙ୍କ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ । ମୋଦୀ କହିଥିଲେ, ମତଦାତା ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଜନ୍ମଦିନ ପାଳନ ପରି ୧୮ ବର୍ଷ ବୟସରେ ଭୋଟର ହେବାର ପ୍ରଥମ  ଦିନକୁ ପାଳନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ।  ସମ୍ବାଧାନ ଲାଗୁ ହୋଇଥିବା ଗଣତନ୍ତ୍ର ଦିବସ ପୂର୍ବରୁ  ସମ୍ବିଧାନ ପ୍ରଣେତାଙ୍କୁ ପ୍ରଣାମ ଜଣାଇଥିଲେ ମୋଦୀ ।    

ମୋଦୀଙ୍କ ମନ୍ କି ବାତ୍ 
୨୦୨୬ରେ ପ୍ରଥମ ମନ୍ କି ବାତ୍ 
ମତଦାତା ଦିବସରେ ସମ୍ବୋଧନ
ଭୋଟର ହେବାର ପ୍ରଥମ ଦିନ ପାଳନ୍ତୁ ଉତ୍ସବ
ଭୋଟର ହେଉଛନ୍ତି ଗଣତନ୍ତ୍ରର ଆତ୍ମା:  ମୋଦୀ 
ସମ୍ବିଧାନ ପ୍ରଣେତାଙ୍କୁ ପ୍ରଣାମ କଲେ ମୋଦୀ 

କିନ୍ତୁ ଆଜି ବି ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଜାନୁଆରୀ ୨୫ ତାରିଖ ‘ନ୍ୟାସନାଲ ଭୋଟର୍ସ ଡେ’। ଭୋଟରମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଯେତେବେଳେ ଜଣେ ଯୁବକ ପ୍ରଥମ ଥର ପାଇଁ ଭୋଟର ହୁଅନ୍ତି, ସେତେବେଳେ ସମଗ୍ର ପଡ଼ୋଶୀ, ଗାଁ କିମ୍ବା ସହର ଏକାଠି ହୋଇ ତାଙ୍କୁ ଅଭିନନ୍ଦନ ଜଣାଇବା ଏବଂ ମିଠା ବଣ୍ଟନ କରିବା ଉଚିତ । ଏହା ଭୋଟ ଦେବା ବିଷୟରେ ସଚେତନତା ବୃଦ୍ଧି କରିବ । ତେଣୁ ୧୮ ବର୍ଷ ବୟସ ହେବା ପରେ ନିଜକୁ ଭୋଟର ଭାବରେ ପଞ୍ଜୀକୃତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଲଟିଛି । ଷ୍ଟାର୍ଟଅପ୍ ଇଣ୍ଡିଆର ଏହି ଆଶ୍ଚର୍ଯ୍ୟଜନକ ଯାତ୍ରାର ନାୟକ ହେଉଛନ୍ତି ଆମର ଯୁବ ବନ୍ଧୁ । ନିଜର କଫର୍ଟ ଯୋନରୁ ବାହାରି ସେମାନେ ଯେଉଁ ଇନୋଭେସନ୍ କରିଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇଛି । ଏଆଇ, ମହାକାଶ, ପରମାଣୁ ଶକ୍ତି, ସେମିକଣ୍ଡକ୍ଟର, ମୋବିଲିଟି, ଗ୍ରୀନ ହାଇଡ୍ରୋଜେନ୍, ବାୟୋଟେକ୍ନୋଲୋଜି, ଭଳି ଷ୍ଟାର୍ଟଅପ୍ ଗୁଡିକରେ ଆମ ଯୁବପିଢ଼ିମାନେ ସଫଳତାର ସହ ଆଗକୁ ବଢ଼ୁଛନ୍ତି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe