କନକ ବ୍ୟୁରୋ: ବି ଟାଉନରେ ବିବେକ ଓବରଏଙ୍କୁ ନେଇ ବିବାଦ ଯେତିକି ହୁଏ ଚର୍ଚ୍ଚା ବି ସେତିକି କରାଯାଏ । ହେଲେ ଏବେ ବଲିଉଡର ଏହି ଷ୍ଟାର କୌଣସି ବିବାଦ ନୁହେଁ ବରଂ ବଡ଼ପଣ ପାଇଁ ଖବରର ହେଡଲାଇନ୍ ପାଲଟିଛନ୍ତି । ମନୋରଞ୍ଜନ ଦୁନିଆରେ ମନ ଜିଣିଥିବା ବିବେକ ଏବେ କର୍କଟ ପୀଡ଼ିତଙ୍କୁ ସହାୟତା ଦେବାର ନିଷ୍ପତ୍ତି ନେଇ ସମସ୍ତଙ୍କ ହୃଦୟକୁ ଜିତି ଯାଇଛନ୍ତି ।
ଟାରିଫ୍ ଲଢ଼େଇ ଭିତରେ ସୁଧୁରୁଛି ସମ୍ପର୍କ: ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ନୂଆ ଅଧ୍ୟାୟ
ଅଧିକ ପଢନ୍ତୁ ......
ବିବେକ ଓବରଏ ଏବେ ଅନେକ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି । ତାଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି, ଯେଉଁଥିରୁ ଗୋଟିଏ ହେଉଛି ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ନିର୍ଦ୍ଦେଶିତ ଫିଲ୍ମ "ରାମାୟଣ"। ସୁପରଷ୍ଟାର ରଣବୀର କପୁର ଏବଂ ସାଇ ପଲ୍ଲବୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ବିବେକ ଲଙ୍କାପତି ରାବଣଙ୍କ ଭାଇ ବିଭୀଷଣଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି । ଫ୍ୟାନ୍ସ ମାନେ ଏହି ସିନେମା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ବିବେକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜଣାପଡ଼ିଛି ଯେ, ବିବେକ ଏହି ଫିଲ୍ମ ପାଇଁ ପାରିଶ୍ରମିକ ନନେଇ ଏହାକୁ କର୍କଟ ପୀଡ଼ିତ ଶିଶୁଙ୍କ ପାଇଁ ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ପଶୁମାନଙ୍କର ବି ଥାଏ ଆଧାର କାର୍ଡ ? ଜାଣନ୍ତୁ କେଉଁ କାମରେ ଆସିଥାଏ କାନରେ ଲଗାଇଯାଇଥିବା ହଳଦିଆ ଟ୍ୟାଗ୍
ଅଧିକ ପଢନ୍ତୁ .....
ଏକ ସାକ୍ଷାତକାରରେ ବିବେକ କହିଛନ୍ତି ଯେ "ମୁଁ ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରାଙ୍କୁ କହିଥିଲି ଯେ ମୁଁ ଏଥିପାଇଁ ଗୋଟିଏ ଟଙ୍କା ମଧ୍ୟ ଚାହେ ନାହିଁ । ମୁଁ ଏହାକୁ ଏକ ବଡ଼ ଉଦ୍ଦେଶ୍ୟ ପାଇଁ ଦାନ କରିବାକୁ ଚାହୁଛି । ଖାସ୍ କରି କର୍କଟ ରୋଗରେ ପୀଡିତ ପିଲାମାନଙ୍କ ଚିକିତ୍ସା ପାଇଁ ମୋ ପାରିଶ୍ରମିକ ଦେଇଦେବି ।
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା: ସିବିଆଇ ତଦନ୍ତ ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ବୟାନ
ଅଧିକ ପଢନ୍ତୁ ....
ଏପଟେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ "ରାମାୟଣ" ଦୁଇଟି ପାର୍ଟରେ ରିଲିଜ୍ ହେବ । ପ୍ରଥମ ଭାଗ ଆସନ୍ତା ବର୍ଷ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ । ଫିଲ୍ମର ଷ୍ଟାରକାଷ୍ଟ ବହୁତ ବଡ଼ । ରଣବୀର କପୁର, ୟଶ, ସାଇ ପଲ୍ଲବୀ, ରବି ଦୁବେ, ସନି ଦେଓଲ, ଅରୁଣ ଗୋଭିଲ, ରାକୁଲ ପ୍ରୀତ ସିଂହ, ଲାରା ଦତ୍ତା, ଶୀବା ଚଡ୍ଡା, ଅମିତାଭ ବଚ୍ଚନ, କୁନାଲ କପୁରଙ୍କ ସମେତ ଅନେକ କଳାକାର ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ରାମାୟଣ ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ ହେବାକୁ ଯାଉଛି । ଏହି ଫିଲ୍ମଟି ୪୦୦୦ କୋଟି ଟଙ୍କାରେ ନିର୍ମିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/31/vivek-ober-2025-10-31-16-48-35.jpg)