କନ୍ଧମାଳରେ ପୁଣି କୁମାରୀ ମାତୃତ୍ବ : ଶିଶୁପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ

Advertisment

ଶିଶୁ ପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏହିଭଳି ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ

ଶିଶୁ ପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏହିଭଳି ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ

baby boy

Photograph: (kanaknews)

କନକବ୍ୟୁରୋ :  ଶିଶୁ ପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏହିଭଳି ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ । ଛାତ୍ରୀ ନିବାସରେ ରହି ପଡୁଥିବା ନାବାଳିକା ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି ।  ଘଟଣା ପୁରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିଥିବା ବେଳେ, ପୀଡ଼ିତାର ପରିବାର ଲୋକ ଗୋଚ୍ଛାପଡ଼ା ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।  ଛାତ୍ରୀ ଜଣକ ଲୋକ ଲଜ୍ୟା ଭୟରେ ନିଜ ଘରେ ହିଁ ଶିଶୁ ପୁତ୍ରକୁ ଧରି ରହିଛନ୍ତି ।  

ଅଧିକ ପଢନ୍ତୁ... ରାନର ‌ତୈଳ ପ୍ରତିଷ୍ଠାନ ଉପରେ ବଡ଼ ଆକ୍ରମଣ; ଇରାନକୁ 'ନର୍କ'ରେ ପରିଣତ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ

ଉଭୟ ମା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସେତେଟା ଭଲ ନଥିଲେ ମଧ୍ୟ, ଲୋକ ଲଜ୍ୟା ଭୟରେ ଚିକିତ୍ସା ପାଇଁ ମେଡିକାଲକୁ ମଧ୍ୟ ଯାଉନଥିବା ଜଣାପଡ଼ିଛି  ।  ତେବେ ସୂଚନା ଅନୁସାରେ, ଗତବର୍ଷ ପୀଡ଼ିତା ନାବାଳିକା ଜଣକ ଛୁଟିରେ ଘରକୁ ଯାଇଥିବା ବେଳେ ଜଣେ ଯୁବକ ସହିତ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା ।  ଛୁଟି ସରିବା ପରେ ସେ ବିଦ୍ୟାଳୟକୁ ଆସି ହଷ୍ଟେଲରେ ରହି ପାଠ ପଢ଼ୁଥିଲା ଏବଂ ଗର୍ଭବତୀ ମଧ୍ୟ ହୋଇଥିଲା । ଗତମାସ ଏହା ଜଣାପଡ଼ିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘର ଲୋକଙ୍କୁ ଡ଼ାକି ୮ ମାସର ଗର୍ଭବତୀ ଥିବା ପୀଡ଼ିତା ଛାତ୍ରୀକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତାପରେ ପରିବାର ଲୋକ ଯାଇ ଗୋଚ୍ଛାପଡ଼ା ଥାନାରେ ଏତଲା ଦେଇଥିଲେ । ଗତ ୧  ତାରିଖ ଦିନ ପୀଡ଼ିତା ଛାତ୍ରୀ ଜଣକ ନିଜ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe