ଆଖିରେ ଲୁହ ଓ ମନରେ ଖୁସି ନେଇ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବିରାଟ-ଅନୁଷ୍କା, ଜାଣନ୍ତୁ କ’ଣ ମିଳିଲା ମନ୍ତ୍ର !

Advertisment

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣିଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଲେ । ପ୍ରେମାନନ୍ଦ ଜୀ କହିଲେ ବିନମ୍ର ରୁହନ୍ତୁ...

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣିଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଲେ । ପ୍ରେମାନନ୍ଦ ଜୀ କହିଲେ ବିନମ୍ର ରୁହନ୍ତୁ...

Anushka and Virat

Anushka and Virat Photograph: (Google)

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିରାଟ-ଅନୁଷ୍କା ।  ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କେବଳ ନିଜର ପେସାଗତ ଜୀବନ ପାଇଁ ନୁହେଁ, ବରଂ ନିଜର ଆଧ୍ୟାତ୍ମିକ ଯାତ୍ରା ପାଇଁ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି । ଉଜ୍ଜୈନର ମହାକାଳ ହୁଅନ୍ତୁ କିମ୍ବା ନିମ କରୋଲି ବାବାଙ୍କ ଆଶ୍ରମ, ଏହି ଦମ୍ପତିଙ୍କୁ ବିଭିନ୍ନ ତୀର୍ଥସ୍ଥାନରେ ଦେଖିବାକୁ ମିଳୁଛି । ନିକଟରେ ଏହି ଷ୍ଟାର ଦମ୍ପତି ବୃନ୍ଦାବନରେ ପହଞ୍ଚି ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସତସଙ୍ଗରେ ଯୋଗ ଦେଇଥିଲେ ।  ପୂର୍ବରୁ ମଧ୍ୟ ଅନେକ ଥର ବାବା ପ୍ରେମାନନ୍ଦ ମହାରାଜଙ୍କ ଶରାଣାପନ୍ନ ହୋଇଛନ୍ତି ଦମ୍ପତି  ।  ଏଥର ଆଖିରେ ଲୁହ ଏବଂ ଖୁସି ନେଇ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି ବିରାଟ । 

ଅଧିକ ପଢନ୍ତୁ ;ପ୍ରେମାନନ୍ଦ ମହାରାଜଙ୍କ ମୃତ୍ୟୁକୁ ନେଇ ଉଡୁଥିଲା ଗୁଜବ : ନିଜେ ପ୍ରତିକ୍ରିୟା ଦେଲେ ସନ୍ଥ,କହିଲେ ଭ୍ୟୁଜ୍ ଦୋଷରୁ ମୁକ୍ତ କରିପାରିବ ନାହିଁ

ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିବା ସମୟରେ ଅନୁଷ୍କା ଶର୍ମା ବହୁତ ଭାବପ୍ରବଣ ଦେଖାଯାଉଥିବା ବେଳେ କୋହଲି ପ୍ରଶନ ଥିଲେ । ଉଭୟେ ଏକାଠି ମହାରାଜ ଜୀଙ୍କ ଆଶୀର୍ବାଦ ନେଇଥିଲେ। ଭଜନ ମାର୍ଗର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ, ପ୍ରେମାନନ୍ଦ ମହାରାଜ କୋହଲି ଏବଂ ଅନୁଷ୍କାଙ୍କୁ ସେମାନଙ୍କର କାର୍ଯ୍ୟକୁ "ଭଗବାନଙ୍କ ସେବା" ଭାବରେ ବିବେଚନା କରିବାକୁ କହିଥିଲେ । ପ୍ରେମାନନ୍ଦ ମହାରାଜ କୋହଲି ଏବଂ ଅନୁଷ୍କାଙ୍କୁ କହିଥିଲେ, "ତୁମର କାର୍ଯ୍ୟକ୍ଷେତ୍ରକୁ ଈଶ୍ୱରଙ୍କ ସେବା ଭାବରେ ବିବେଚନା କର, ଗମ୍ଭୀର ହୁଅ । ନମ୍ର ହୁଅ  ଏବଂ ନାମ ପ୍ରଚୁର ଜପ କର ।" 

ଚଳିତ ବର୍ଷ ଏହି ଦମ୍ପତିଙ୍କର ବୃନ୍ଦାବନ ତୃତୀୟ ଗସ୍ତ ଥିଲା । ଗତ ସପ୍ତାହରେ ଏହି ଦମ୍ପତି ୟୁକେରୁ ଭାରତ ଫେରି ଆସିଥିଲେ । ଜାନୁଆରୀରେ, ବିରାଟ, ଅନୁଷ୍କା ଶର୍ମା ଏବଂ ସେମାନଙ୍କ ପିଲାମାନେ ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୀର୍ବାଦ ନେବା ପାଇଁ ବୃନ୍ଦାବନ ଆସିଥିଲେ ।  ସେହିପରି  ମେ ମାସରେ, କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବାର ଗୋଟିଏ ଦିନ ପରେ, ଏହି ଦମ୍ପତି ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe