କନକ ବ୍ୟୁରୋ : ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାକୁ ମାଳା ବ୍ୟବସାୟ କରିବାକୁ ଆସିଥିବା ମୋନାଲିସା ଯେ ରାତରାତି ଷ୍ଟାର ପାଲଟିଯିବେ ଏକଥା ସେ କି ତାଙ୍କ ପରିବାର ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ । କିନ୍ତୁ ଅସମ୍ଭବ ପରି ଲାଗୁଥିବା ସମୟ ଏବେ ସମ୍ଭବ ହୋଇଛି । ଗୋଟିଏ ଭାଇରାଲ୍ ଭିଡିଓରୁ ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି ମୋନାଲିସା । ମହାକୁମ୍ଭରୁ ମୋନାଲିସାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାପରେ ସେ ସାଉଁଟିଲେଣି ଅନେକଙ୍କ ଭଲପାଇବା, ଢ଼େରସାରା ଲୋକପ୍ରିୟତା ଓ ଚର୍ଚ୍ଚା । କେବଳ ଏତିକି ନୁହେଁ ଏହାପରେ ତାଙ୍କୁ ମିଳିଥିଲା ବଲିଉଡ ସିନେମାରେ କାମ କରିବାର ଅଫର ।
/filters:format(webp)/kanak/media/media_files/2025/08/20/monalisa-flight-2025-08-20-16-42-58.jpg)
ନିର୍ଦ୍ଦେଶକ ସଜୋନ ମିଶ୍ରା ତାଙ୍କ ଆଗାମୀ ଫିଲ୍ମ 'ଦ ଡାଏରୀ ଅଫ୍ ମଣିପୁର'ରେ ମୋନାଲିସାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ମୋନାଲିସାଙ୍କ ଅନେକ ମ୍ୟୁଜିକ ଭିଡିଓ ରିଲିଜ ହୋଇସାରିଲାଣି । କେବଳ ଏତିକି ନୁହେଁ ବଲିଉଡ ସହିତ ମୋନାଲିସାା ଆଗାମୀ ଦିନରେ ସାଉଥ ସିନେମାରେ ବି କାମ କରିବାକୁ ନେଇ ଯୋଜନା ରଖିଛନ୍ତି । କିଛିଦିନ ତଳେ ମୋନାଲିସା ତାଙ୍କ ମା’ଙ୍କୁ ଏକ ସୁନାର ଚେନ ଉପହାରରେ ଦେଇଛନ୍ତି । ଝିଅଠାରୁ ସୁନା ଉପହାର ପାଇ ମୋନାଲିସାଙ୍କ ମା’ କାନ୍ଦି ପକାଇଥିଲେ । ସେ ତାଙ୍କ ବ୍ୟସ୍ତବହୁଳ କାମ ମଧ୍ୟରୁ ସମୟ ବାହାର କରି ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ମୁଁ ମୋ ଗାଁର ପିଲାଙ୍କ ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛି । ଖୁବ ପରିଶ୍ରମ କରୁଛି ମନ ଦେଇ କାମ କରୁଛି । ହିରୋଇନ ହେବା ପାଇଁ ପ୍ରଶିକ୍ଷଣ ନେଉଛି । ଆଗକୁ ଭଲ ଦୁଇପଇସା ରୋଜଗାର କରି ପାରିଲେ ମୁଁ ଆମ ଗାଁରେ ସ୍କୁଲଟେ ଖୋଲିବି । ଯାହାଦ୍ବାରା ଗାଁରେ ଆଉ କେହି ଅଶିକ୍ଷିତ ରହିବେ ନାହିଁ ।’