କନକ ବ୍ୟୁରୋ : ସୀମା ନିର୍ଦ୍ଧାରଣକୁ ନେଇ ପୁଲିସ-ଜନତା ମୁହାଁମୁହିଁ । ଯାଜପୁର ରୋଡ୍- ଯଖପୁରା ଥାନା ମନୋହରପୁର ଅଞ୍ଚଳରେ ଉତ୍ତେଜନା । ଏକ ଜମି ସିମା ନିର୍ଦ୍ଧାରଣକୁ ନେଇ ପୁଲିସ ଓ ସ୍ଥାନୀୟ ଗ୍ରାମବାସୀ ମୁହାଁମୁହିଁ ହୋଇଛି । ଉତ୍ତେଜନା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ଫଳରେ ମିଲେଟାରି ଛକରୁ ବଙ୍ଗଳା ଛକ ପର୍ଯ୍ୟନ୍ତ ଗାଡ଼ି ଯାତାୟାତ ବନ୍ଦ ରହିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତହସିଲ ପ୍ରଶାସନ ପକ୍ଷରୁ ଜମି ମାପଚୁପ କରୁଥିବା ସମୟରେ ବିରୋଧ କରିଥିଲେ ଗ୍ରାମବାସୀ ।

Advertisment

ଅଧିକ ପଢ଼ନ୍ତୁ : ପାରାଦୀପରେ ଅର୍ଦ୍ଧଉଲଗ୍ନ ଯୁବତୀଙ୍କ ଶବ ମିଳିବା ଘଟଣା ; ଆଜି ପୁଲିସର ସାମ୍ବାଦିକ ସମ୍ମିଳନୀ

ସେପଟେ ଜନଶୁଣାଣି ବେଳେ ଗୋଷ୍ଠୀ ସଂଘର୍ଷ । ବାଡ଼ାବାଡ଼ି, ହାତାହାତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବାଲି ଖାଦାନ ନିଲାମ ପାଇଁ ଜନଶୁଣାଣି ବେଳେ ଏଭଳି ତୁମୁଳକାଣ୍ଡ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣ ଜନଶୁଣାଣି ଅନୁଷ୍ଠିତ ହେଉଥିଲା । ଏହି ସମୟରେ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏତେ ଜୋରରେ ଗଣ୍ଡଗୋଳ ଏବଂ ମାରପିଟ୍ ହୋଇଛି ଯେ, ଅଧାରୁ ବନ୍ଦ ରହିଛି ଜନଶୁଣାଣି । ଏହି ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି । ଜଳେଶ୍ୱର ତହସିଲ ଅନ୍ତର୍ଗତ ମହମ୍ମଦନଗର ପାଟଣା ପଞ୍ଚାୟତ ସେଖସରାଇ ବାଲି ଖାଦାନ ନିଲାମ ପାଇଁ ଏହି ଜନଶୁଣାଣି ଚାଲିଥିଲା ।