କନକ ବ୍ୟୁରୋ : ଖୁଣ୍ଟିଆ ନିବାସ ଚାରିମହଲା କୋଠା ତଳୁ ଅର୍ଦ୍ଧ ଉଲଗ୍ନ ଯୁବତୀଙ୍କ ଶବ ମିଳିବା ଘଟଣାରେ ଆଜି ହେବ ସାମ୍ବାଦିକ ସମ୍ମିଳନୀ । ଗତକାଲି ବିହାରୀ ଯୁବକ ଜଣଙ୍କର ଡାକ୍ତରୀ ମାଇନା କରାଯାଇଥିବା ବେଳେ ସ୍କାନରରେ ଥିବା ପୁରୁଷ ବନ୍ଧୁ ସୋମନାଥ ଓଝାକୁ ପୁଲିସ୍ ଗିରଫ କରିଛି । ଆଜି ବିହାରୀ ଯୁବକ ସୁଭମ୍ ସିଂ ଓ ପୁରୁଷ ବନ୍ଧୁ ସୋମନାଥ ଓଝାକୁ କୋର୍ଟ ଚାଲାଣ କରିପାରେ ପୁଲିସ୍ ।
ଏନେଇ ମୃତ ଯୁବତୀର ଭାଇ ଅପହରଣ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପାରାଦୀପ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଯୁବକଙ୍କର ଡାକ୍ତରୀ ମାଇନା କରିଛି କିନ୍ତୁ ମୃତ ଯୁବତୀ ଜଣଙ୍କ ସହ ଉକ୍ତ କୋଠାରେ କଣ ହେଲା, କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଓ ତାଙ୍କ ଅଭିଯୁକ୍ତ ଯୁବକଙ୍କ ସହ ଅନ୍ୟ ଭଡାଟିଆ ଅଛନ୍ତି କି ନାହିଁ ତାହା ଉପରେ ଏବେ ସୁଦ୍ଧା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ : ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ଆସିଲା ରାୟ , ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁଲିସ୍ ଉକ୍ତ ଚାରି ମହଲା କୋଠାର ସିସିଟିଭି ହାର୍ଡଡିସ୍କ ଜବତ କରିଥିବା ସହ ପାସୱାର୍ଡ ଖୋଲି କି ତଦନ୍ତ କରିଛି ଏବଂ ତାହା ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଘର ମାଲିକ କିମ୍ବା ଘର ମାଲିକର ପୁଅର ସମ୍ପୃକ୍ତି ଥାଇପାରେ ଓ ତାଙ୍କୁ ଖସେଇ ଦେବାକୁ ଯୋଜନା ହେଉଥିବା ପରିବାର ଲୋକେ କହିଛନ୍ତି । ତେବେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରିବ ପାରାଦୀପ ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/27/death-2026-02-27-10-25-16.jpeg)