କନକ ବ୍ୟୁରୋ: ଆଜି ଆସିବ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ମାମଲାଙ୍କ ରାୟ । ଯାହାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଜାତୀୟ ରାଜଧାନୀରେ ପୁଲିସ୍କୁ ହିଂସାତ୍ମକ ବିକ୍ଷୋଭକାରୀ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ଅଭିଯୋଗ ରହିଛି । ରବିବାର ଅଭିଯୋଗକାରୀ ହାସିନାଙ୍କ ମୃତ୍ୟୁଦଣ୍ଡର ଦାବି ପୁନରାବୃତ୍ତି କରିଛନ୍ତି । ମାମଲାର ବିଚାର ପାଇଁ ୭୮ ବର୍ଷୀୟ ହାସିନାଙ୍କ ଅନୁପସ୍ଥିତ ପରେ ସୋମବାର ବାଂଲାଦେଶର ଇଣ୍ଟରନ୍ୟାଶନାଲ୍ କ୍ରାଇମ୍ସ ଟ୍ରିବ୍ୟୁନାଲ୍ ରାୟ ଘୋଷଣା କରିବାକୁ ଯୋଜନା କରିଛି । ଅଭିଯୋଗକାରୀ ଗାଜୀ ଏମ୍ଏଚ୍ ତମିମ୍ ହାସିନାଙ୍କୁ ସର୍ବୋଚ୍ଚ ଦଣ୍ଡ ପ୍ରଦାନ କରିବାକୁ ଦାବି କରିଛି । ଏଥିସହ ହାସୀନାଙ୍କ ସମ୍ପତ୍ତି ଜବତ କରି ସହୀଦ ପରିବାର ଏବଂ ପୀଡ଼ୀତଙ୍କ ମଧ୍ୟରେ ବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି ଅଭିଯୋଗକାରୀ ।
ଜଗତସିଂହପୁରରେ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଅଟକ: ଗୋଟିଏ ବନ୍ଧୁକ, ୧୦ଟି କଟୁରୀ ଜବତ
ଆଇସିଟି-ବିଡି ଆଇନ୍ ଅନୁଯାୟୀ, ଯଦି ସେ ଆତ୍ମସମର୍ପଣ କରନ୍ତି ଅବା ରାୟ ଘୋଷଣାର ପରବର୍ତ୍ତୀ ୩୦ ଦିନ ମଧ୍ୟରେ ଗିରଫ ହୁଅନ୍ତି ତେବେ, ଶେଖ୍ ହାସିନାଙ୍କୁ ସୁପ୍ରିମ୍ କୋର୍ଟରେ ଆବେଦନ କରିବାକୁ ସୁଯୋଗ ମିଳିବ ନାହିଁ । ସୁରକ୍ଷା ଦୃଷ୍ଟିରୁ ବର୍ଡର ଗାର୍ଡ ବାଂଲାଦେଶ କର୍ମଚାରୀଙ୍କୁ ଢାକା ସମେତ ଚାରିଟି ଜିଲ୍ଲାରେ ମୁତୟନ କରାଯାଇଛି । ମାମଲାର ରାୟ ପୂର୍ବରୁ ବାଂଲାଦେଶରେ ବିକ୍ଷୋଭ ଆରମ୍ଭ ହୋଇଯାଇଛି । ଢାକାରେ ପୁଲିସ୍କୁ ହିଂସାତ୍ମକ ବିକ୍ଷୋଭକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶେଖ୍ ହାସିନା, ତାଙ୍କର ଗୃହ ମନ୍ତ୍ରୀ ଆସାଦୁଜ୍ଜମାନ ଖାନ କାମାଲ ଏବଂ ତତ୍କାଳୀନ ପୁଲିସ୍ ଇନ୍ସପେକ୍ଟର ଜେନେରାଲ୍ ଚୌଧୁରୀ ଆବଦୁଲ୍ଲା ଆଲ୍-ମାମୁନଙ୍କ ବିରୋଧରେ ମାମଲା ରହିଛି । ଗତ ବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ସରକାର ବିରୋଧୀ ବିକ୍ଷୋଭ ସମୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ମାମଲା ରହିଛି । ଏଥିରେ ପ୍ରାୟ ୧,୪୦୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥଲା । ଅଭିଯୁକ୍ତମାନଙ୍କୁ ହତ୍ୟା, ହତ୍ୟା ପ୍ରଚେଷ୍ଟା, ନିର୍ଯାତନା ଏବଂ ଅନ୍ୟ ଅମାନବିକ କାର୍ଯ୍ୟର ଅଭିଯୋଗ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/17/15-2025-11-17-09-27-39.jpg)