କନକ ବ୍ୟୁରୋ;  ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଅକ୍ଟୋବର ୧୦ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ଉଭୟପକ୍ଷ ଉଲ୍ଲଂଘନ କରି ପରସ୍ପରକୁ ଆକ୍ରମଣ କରିଛନ୍ତି ।  ଇସ୍ରାଏଲ ଏହି ଯୁଦ୍ଧବିରତିକୁ ୪୦ରୁ ଅଧିକ ଥର ଉଲ୍ଲଂଘନ କରିଛି । ଯେଉଁଥିରେ ୩ଦିନ ମଧ୍ୟରେ ଅତିକମ୍‌ରେ ୩୮ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ୧୪୩ ଜଣ ଆହତ ହୋଇଛନ୍ତି ।

Advertisment

ବିଶ୍ୱପ୍ରସିଦ୍ଧ ଲୁବ୍ର ମ୍ୟୁଜିୟମରୁ ଫିଲ୍ମ ଷ୍ଟାଇଲରେ ଲୁଟ୍, ସ୍କୁଟରରେ ଆସି ମାତ୍ର ୭ ମିନିଟରେ ନେଇଗଲେ ନେପୋଲିୟନଙ୍କ ବହୁମୂଲ୍ୟ ୯ ଗହଣା

ଅନ୍ୟପକ୍ଷରେ, ଆମେରିକା ଦାବି କରିଛି ଯେ ହମାସ ଗାଜାରେ ନାଗରିକଙ୍କ ଉପରେ ଆକ୍ରମଣ ଯୋଜନା କରୁଛି ଏବଂ ବଡ଼ଧରଣର ଗଣହତ୍ୟା ପାଇଁ ଏହାର ସଦସ୍ୟମାନେ ପ୍ରସ୍ତୁତ ଅଛନ୍ତି। ତେବେ ହମାସ ଏଭଳି ଦାବିକୁ ଖଣ୍ଡନ କରିଛି । ଇସ୍ରାଏଲ ହମାସ ଉପରେ ଯୁଦ୍ଧବିରତି ଭାଙ୍ଗିବାର ଅଭିଯୋଗ ଆଣିଛି ।  ଗାଜାରେ ବିମାନ ଆକ୍ରମଣ କରି ୪୫ ଜଣଙ୍କୁ ହତ୍ୟା କରିଥିବା କହିଛି ଇସ୍ରାଏଲ । ରବିବାର ବୁରେଇଜ ଶରଣାର୍ଥୀ ଶିବିର ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣରେ ଅଧିକାଂଶ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲର ଦୁଇ ଯବାନ ମଧ୍ୟ ରାଫାରେ ନିହତ ହୋଇଛନ୍ତି । ସେପଟେ ଇସ୍ରାଏଲର ଅଭିଯୋଗକୁ ହମାସ ଅସ୍ୱୀକାର କରିଛି । 

ମାନୁନାହାଁନ୍ତି ଯୁଦ୍ଧବିରତି ଚୁକ୍ତି
ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଇସ୍ରାଏଲ-ହମସା
ଅକ୍ଟୋବର ୧୦ର ଯୁଦ୍ଧବିରତି ଚୁକ୍ତିକୁ ଉଭୟପକ୍ଷଙ୍କ ଉଲ୍ଲଂଘନ
ଇସ୍ରାଏଲ ଏହି ଯୁଦ୍ଧବିରତିକୁ ୪୦ରୁ ଅଧିକ ଥର ଉଲ୍ଲଂଘନ କରିଛି
ହମାସ ଗାଜାରେ ନାଗରିକଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ
ଗାଜାରେ ବିମାନ ଆକ୍ରମଣ କରି ୪୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ
ଇସ୍ରାଏଲର ଦୁଇ ଯବାନ ରାଫାରେ ନିହତ ସୂଚନା
ଅସ୍ତ୍ରବିରତି ଉଲଂଘନ ନେଇ ଉଭୟପକ୍ଷଙ୍କ ଅସ୍ବିକାର
ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଶାନ୍ତି ପ୍ରୟାସ ଭାଙ୍ଗିବା ଆଶଙ୍କା