କନକ ବ୍ୟୁରୋ :  ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ମୁଖା ପିନ୍ଧା ଚୋର ସହରର ଲୁବ୍ର ମ୍ୟୁଜିୟମରେ ପହଞ୍ଚିଥିଲେ ଓ କଟ୍ଟର ସହାୟତାରେ  ମୂଲ୍ୟବାନ ଗହଣା ଚୋରି କରି ଫେରାର ହୋଇଯାଇଛନ୍ତି । ସବୁଠାରୁ ବଡ କଥା ହେଲା, ମ୍ୟୁଜିୟମରେ ମାତ୍ର ୭ ମିନିଟ ମଧ୍ୟରେ ଏମାନେ ଏତେ ବଡ ଚୋରି କରି ଫେରାର ହୋଇଯାଇଛନ୍ତି । ଏତେ କମ ସମୟ ମଧ୍ୟରେ ଏଭଳି ଚୋରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶ୍ବର ପ୍ରମୁଖ ମ୍ୟୁଜିୟମ ମଧ୍ୟରେ ଲୁବ୍ର ମ୍ୟୁଜିୟମ ଅନ୍ୟତମ ଓ ଏଠାରେ ବିଶ୍ବପ୍ରସିଦ୍ଧ ମୋନାଲିସା ପେଟିଂ ରହିଛି । ଆଜି ସକାଳେ ଏହି ଚୋକି ଖବର ଜଣାପଡିବା ପରେ ମ୍ୟୁଜିୟମକୁ ବନ୍ଦ କରିଦିଆଯାଇଛି । ରବିବାର ୯ଟା୩୦ରୁ ୯ଟା ୪୦ ମଧ୍ୟରେ ଏହି ଚୋରି ହୋଇଛି । ମାତ୍ର ୭ ମିନିଟ ମଧ୍ୟରେ ଚୋରି କର ଚୋର ସ୍କୁଟରରେ ଫେରାର ହୋଇଯାଇଛନ୍ତି । ହାଇଡ୍ରୋଲିକ ସିଢି ଭଳି ମେସିନ ବ୍ୟବହାର କରି ଚୋର ମ୍ୟୁଜିୟମ ଭିତରେ ପ୍ରବେଶ କରିଛନ୍ତି  ଓ ମୂଲ୍ୟବାନ ଗହଣା ଚୋରି କରିନେଇଛନ୍ତି । ଫ୍ରାନ୍ସର ଜଣେ ମନ୍ତ୍ରୀଙ୍କ କହିବା ଅନୁସାରେ,
-୩ରୁ ୪ ଜଣ ଲୋକ ଏହି ଚୋରି କରିଛନ୍ତି
-ଘଟଣା ପୂର୍ବରୁ ମ୍ୟୁଜିୟମର ରେକି କରାଯାଇଛି
-ଏହା ଏକ ପେଶାଦାର ଟିମର କାମ ବୋଲି ଅନୁମାନ କରାଯାଉଛି
-କାଚକୁ କାଟିବା ପାଇଁ ଡିସ୍କ କଟରର ବ୍ୟବହାର କରାଯାଇଛି
- ନେପୋଲିୟନ ଓ ମହାରଣୀଙ୍କ ଗହଣା କଲେକ୍ସନର ୯ଟି ମୂଲ୍ୟବାନ ଗହଣା ଚୋରି ହୋଇଛି
-ଗ୍ୟାଲେରିରେ ପହଞ୍ଚିବା ପାଇଁ ବାସ୍କେଟ ଲିଫ୍ଟର ବ୍ୟବହାର କରିଥିଲେ ଚୋର
-ଯେଉଁ ଭାଗରେ ନିର୍ମାଣ କାମ ଚାଲିଥିଲା, ସେଠାରେ ଡିସ୍କ କଟରରେ ଝରକାକୁ କାଟିଥିଲେ
-ଏହାପରେ ୯ଟି ମୂଲ୍ୟବାନ ଗହଣା ନେଇ ଫେରାର ହୋଇଯାଇଥିଲେ । 
ସାଧାରଣତଃ ଲୁବ୍ର ମ୍ୟୁଜିୟମରେ ଯେଭଳି ସୁରକ୍ଷା ବଳୟ ରହିଛି , ସେହି ସୁରକ୍ଷା ବଳୟକୁ ଭେଦ କରିବା କାହା ପକ୍ଷରେ ଏତେ ସହଜ ନୁହେଁ । କିନ୍ତୁ ମାତ୍ର ୭ ମିଟିଟରେ ଏଭଳି ବଡ ଚୋରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

Advertisment