Kandhamal Photograph: (KanakNews)
କନକ ବ୍ୟୁରୋ: ଚାଉଳ ଚୋରି ଅଭିଯୋଗ, ପ୍ରଧାନଶିକ୍ଷକଙ୍କୁ ପୁଲିସ ଜିମା ଦେଲେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ମୁଣ୍ଡିଗଡ଼ ସରକାରୀ ବିଦ୍ୟାଳୟରୁ ଚାଉଳ ଚୋରି ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ରାତିଅଧରେ ପ୍ରଧାନଶିକ୍ଷକ ଗୌତମ ବଡ଼ସେଠ ଏକ ଅଟୋରେ ୬ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ନେଉଥିବା ବେଳେ ଗ୍ରାମବାସୀ ତାଙ୍କୁ ଘେରି ଯାଇ ପୁଲିସ ଜିମା ଦେଇଛନ୍ତି । ରାତିରେ ପ୍ରଧାନଶିକ୍ଷକ ଏକ ଅଟୋ ଡକାଇ ସେଥିରେ ୬ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ନେଉଥିଲେ । ଏତିକି ବେଳେ ଗାଁଲୋକେ ପ୍ରଧାନଶିକ୍ଷକଙ୍କୁ କାବୁ କରି ଉଚ୍ଚ ପ୍ରାଥମିକ ସ୍କୁଲ୍ ଚାଉଳ କୁଆଡ଼େ ନେଉଛ ବୋଲି ପ୍ରଶ୍ନ କରିଥିଲେ ।
ହୀରାକୁଦରେ ପର୍ଯ୍ୟଟନକୁ ଗୁରୁତ୍ବ: ଜଳଭଣ୍ଡାର ଚାରିପଟେ ହେବ ବିଳାସପୂର୍ଣ୍ଣ ହୋଟେଲ୍
ହେଲେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଘଟଣାସ୍ଥଳରେ କିଛି ସମୟ ଯୁକ୍ତିତର୍କ ଚାଲିବା ପରେ ତୁମୁଡ଼ିବନ୍ଧ ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ । ପୁଲିସ ପହଁଚିବା ପରେ ଗ୍ରାମବାସୀ ଚାଉଳ ବୋଝେଇ ଅଟୋ ସହ ପ୍ରଧାନଶିକ୍ଷକଙ୍କୁ ପୁଲିସ ଜିମା ଦେଇଥିଲେ। ଏଭଳି ଏକ ଘଟଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।
Follow Us