କନକ ବ୍ୟୁରୋ : ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତରେ ୪୫ ଏକର ଜମିରେ ଇଡକୋ ପକ୍ଷ୍ୟରୁ ଏମଏସଏମଇ ପାର୍କ ନିର୍ମାଣ ଲାଗି ପ୍ରସ୍ତାବ ରହିଛି । ସୀମାଗୁଡି ଠାରେ ନିର୍ମାଣ ହବାକୁ ଥିବା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଥିଲେ ଗ୍ରାମବସୀ । ୨ ବର୍ଷ ପୁର୍ବେ ମାପଚୁପ ବେଳେ ବିରୋଧ କରି ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁଣି ଏବେ ଜମି ଅଧିଗ୍ରହଣ କାମ ଆରମ୍ଭ କରିଛି ପ୍ରଶାସନ । 

Advertisment

ସପ୍ତାହକ ପୁର୍ବେ ଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝା ସୁଝା କରି ଥିଲେ । ଜଙ୍ଗଲ ଜାତ ଦ୍ରବ୍ୟ ଟୋଲ ମହୁଲ, ବାଉଁଶ, ଛତୁ ଇତ୍ୟାଦି ସଂଗ୍ରହ କରି ଜୀବିକା ନିର୍ବାହ କରୁ ଥିବା ଯୁକ୍ତି ବାଢିଛନ୍ତି ଗ୍ରାମବାସୀ । ଗୋଚର ଜମି ହୋଇ ଥିବାରି ପାଖ ଆଖ ଗାଁର ଗାଇ ଗୋରୁ ଏହି ସ୍ଥାନରେ ଚରୁ ଥିବା ଯୁକ୍ତି ବାଢିଛନ୍ତି । ସତିଗୁଡା ଜଳଭଣ୍ଡାର କଡରେ ହୋଇ ଥିବାରୁ ଜଳଭଣ୍ଡାର ମାଛ ଧରି ଜୀବିକା ନିର୍ବାହ କରୁଥିବା ଯୁକ୍ତି ବାଢିଛନ୍ତି । 

ଅଧିକ ପଢ଼ନ୍ତୁ--୧୦୦ ପ୍ରତିଶତ ଲଗାଇବାକୁ କହୁଥିଲେ ୧୦ପ୍ରତିଶତ କମାଇଲେ: ଚୀନ୍ ଉପରୁ ୧୦ପ୍ରତିଶତ ଟାରିଫ୍ କମାଇଲେ ଟ୍ରମ୍ପ !

ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ସ୍ଥାନୀୟ ଲୋକଙ୍କୁ ଶିଳ୍ପ ପାଇଁ ସୁଯୋଗ ଓ ଚାକିରି ପ୍ରଦାନ ଲାଗି ପ୍ରତୁଶୃତି ଦେଇ ଥିଲେ । ପୁର୍ବରୁ ମାଲକାନଗିରି ବ୍ଲକ ଟିଟିବେରି ଠାରେ ମଧ୍ୟ ଏହି ୮୦ ଏକର ସ୍ଥାନ ନିରୁପଣ ହୋଇ ଥିଲା । ସେଠାରେ ମଧ୍ୟ ଜମି ଅଧିଗ୍ରହଣ ହୋଇ ପାରି ନ ଥିଲା ।