ସଫଳ ହୋଇଛି ଗାଁ ମହିଳାଙ୍କ ଉଦ୍ୟମ, ଅଞ୍ଚଳର ତେଜପତ୍ର ଗଛରୁ ପତ୍ରତୋଳି ବିକ୍ରି କରନ୍ତି, ମାସକୁ ୩ ହଜାରରୁ ୪ ହଜାର ଟଙ୍କା ରୋଜଗାର

Advertisment

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ହାଣ୍ଡିପଡ଼ା ଗାଁର ମହିଳା ମାନେ ଦିନେ ସାଧାରଣ ଗୃହିଣୀ ଭାବେ ଘର କାମ କରୁଥିଲେ । ନିଜର ଖର୍ଚ୍ଚ ପାଇଁ ପରିବାର ଲୋକଙ୍କ ଉପରେ ନିର୍ଭର କରୁଥିଲେ। ଏବେ ସେହି ମହିଳା ମାନେ ନିଜ ଅଞ୍ଚଳରେ ମିଳୁଥିବା ତେଜପତ୍ର ସଂଗ୍ରହ କରି ବିକ୍ରି କରୁଛନ୍ତି ।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ହାଣ୍ଡିପଡ଼ା ଗାଁର ମହିଳା ମାନେ ଦିନେ ସାଧାରଣ ଗୃହିଣୀ ଭାବେ ଘର କାମ କରୁଥିଲେ । ନିଜର ଖର୍ଚ୍ଚ ପାଇଁ ପରିବାର ଲୋକଙ୍କ ଉପରେ ନିର୍ଭର କରୁଥିଲେ। ଏବେ ସେହି ମହିଳା ମାନେ ନିଜ ଅଞ୍ଚଳରେ ମିଳୁଥିବା ତେଜପତ୍ର ସଂଗ୍ରହ କରି ବିକ୍ରି କରୁଛନ୍ତି ।

balasore

କନକ ବ୍ୟୁରୋ : ପତ୍ର ବି ରୋଜଗାର ଦିଏ । ମହିଳାଙ୍କୁ ଲକ୍ଷପତି କରାଏ। ଏକଥା ବିଶ୍ବାସ ହେଉନଥିଲେ ବି ସତ। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ହାଣ୍ଡିପଡ଼ା ଗାଁର ମହିଳା ମାନେ ତେଜପତ୍ର ବିକ୍ରି କରି ଲାଭବାନ ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ମେଳା ମହୋତ୍ସବରେ ବିକ୍ରି କରୁଛନ୍ତି । ପାଖାପାଖି ୨୫ ଜଣ ମହିଳା ଏହି ବ୍ୟବସାୟ କରି ଉପକୃତ ହେଉଛନ୍ତି । 

ଶୁଖିଲାପତ୍ର ବିକି ବିକି କୋଟିପତି : ମହିଳାଙ୍କୁ ସଶକ୍ତ କରିଛି ତେଜପତ୍ର ଚାଷ

କୁହାଯାଏ, ଅଭାବ ହିଁ ଉଦ୍ଭାବନର ଜନନୀ । ଆଉ ଏଥିପାଇଁ କେବଳ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ତେବେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ହାଣ୍ଡିପଡ଼ା ଗାଁର ମହିଳା ମାନେ ଦିନେ ସାଧାରଣ ଗୃହିଣୀ ଭାବେ ଘର କାମ କରୁଥିଲେ । ନିଜର ଖର୍ଚ୍ଚ ପାଇଁ ପରିବାର ଲୋକଙ୍କ ଉପରେ ନିର୍ଭର କରୁଥିଲେ। ଏବେ ସେହି ମହିଳା ମାନେ ନିଜ ଅଞ୍ଚଳରେ ମିଳୁଥିବା ତେଜପତ୍ର ସଂଗ୍ରହ କରି ବିକ୍ରି କରୁଛନ୍ତି । ବାଲେଶ୍ବର, କଟକ, ଭୁବନେଶ୍ବର, ଗଞ୍ଜାମ, ବ୍ରହ୍ମପୁର, ବରଗଡ଼, ଜଗତସିଂହପୁର, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ହେଉଥିବା ବଡ଼ ବଡ଼ ମେଳା ମହୋତ୍ସବରେ ଷ୍ଟଲ ପକାଇ ବ୍ୟବସାୟ କରୁଛନ୍ତି । 

ଗ୍ରାମାଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି କୁଟିର ଶିଳ୍ପ । ତେଜପତ୍ର, ସଞ୍ଜବତୀ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରି ରୋଜଗାର କରୁଛନ୍ତି ଭୋଗରାଇ ଅଂଚଳର ମହିଳା

୨୦୧୮ ମସିହାରେ ୩୦ ଜଣ ମହିଳା ମିଶି ଗଠନ କରିଥିଲେ ମା’ ବିଜୟାଲକ୍ଷ୍ମୀ ଉତ୍ପାଦିକା ଗୋଷ୍ଠୀ । ପ୍ରଥମେ ପ୍ରତ୍ୟକ ମହିଳା ୨୫୦ ଟଙ୍କା ଲେଖାଏଁ ଆଦାୟ କରି ମୋଟ ୭ ହଜାର ୫ ଶହ ଟଙ୍କା ବିନିଯୋଗ କରଥିଲେ। ସେହି ଟଙ୍କାରେ ତେଜପତ୍ର ସଂଗ୍ରହ କରି ତାକୁ ଆଣି ଶୁଖାଇ ପ୍ୟାକେଟ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବା ଆରମ୍ଭ କଲେ।  ଏସଏଚଜି  ଜରିଆରେ କଟକ ବାଲିଯାତ୍ରାରେ ବ୍ୟବସାୟ କରି ୫୦ ହଜାର ଟଙ୍କାର ଲାଭ ପାଇବା ପରେ ସେମାନଙ୍କ ଆଗ୍ରହ ବଢ଼ିଥିଲା । ଆଜି ସେହି ବ୍ୟବସାୟ ୮ ବର୍ଷରେ ପାଖାପାଖି ୧୫ ଲକ୍ଷ ଟଙ୍କାରେ ପହଞ୍ଚିଛି । ଘର କାମ ସାରିବା ପରେ ବଳକା ସମୟରେ ମହିଳା ମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୁଅନ୍ତି ।  ତେଜପତ୍ର ସଂଗ୍ରହ କରି ତାକୁ ଭଲ ଭାବେ ସଫା କରି ଶୁଖାଇଥାନ୍ତି। ପରେ ଓଜନ ଅନୁସାରେ ଜରିରେ ଭର୍ତି କରି ୫୦ ଗ୍ରାମ୍ ଓ ୧୦୦ ଗ୍ରାମ୍ ପ୍ୟାକେଟ୍‌ କରନ୍ତି । ଯାହାର ମୂଲ୍ୟ ମାତ୍ର ୧୦ ଟଙ୍କା ଓ ୨୦ ଟଙ୍କା । ଆଉ ଏହାକୁ ବିକ୍ରି କରି ମହିଳା ମାନେ ମାସକୁ ୩ରୁ ୪ ହଜାର ଟଙ୍କା ରୋଜଗାର କରୁଛନ୍ତି ।

ଭୋଗରାଇ ଅଞ୍ଚଳରେ ତେଜପତ୍ର ଗଛ ଅଧିକ ଥିବାରୁ ଏହାକୁ ମାଧ୍ୟମ କରି ଭଲ ବ୍ୟବସାୟ କରୁଛନ୍ତି ମହିଳା । ଏହି ବ୍ୟବସାୟ କରିବା ପରେ ମହିଳା ମାନେ ଆଉ ପୁରୁଷଙ୍କ ଉପରେ ନିର୍ଭର କରୁନାହାନ୍ତି । ଘର ଖର୍ଚ୍ଚ ପାଇଁ ମଧ୍ୟ ସହଯୋଗ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe