ଗ୍ରାମାଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି କୁଟିର ଶିଳ୍ପ । ତେଜପତ୍ର, ସଞ୍ଜବତୀ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରି ରୋଜଗାର କରୁଛନ୍ତି ଭୋଗରାଇ ଅଂଚଳର ମହିଳା

102

କନକ ବ୍ୟୁରୋ : ସଞ୍ଜବତୀ, ତେଜପତ୍ର ଓ ବିଭିନ୍ନ ପ୍ରକାରର ଖାଇବା ଜିନିଷ ପ୍ରସ୍ତୁତ କରୁଛନ୍ତି ଭୋଗରାଇ ଦେହୁର୍ଦା ଅଂଚଳର ମହିଳା । ସ୍ଥାନୀୟ ଅଂଚଳରେ ପ୍ରଚୁର ପରିମାଣର ତେଜପତ୍ର ମିଳୁଥିବା ବେଳେ ଏହାକୁ ସଂଗ୍ରହ କରି ତାଙ୍କୁ ଶୁଖାଇବା ପରେ ମହିଳା ମାନେ ମେସିନରେ ପ୍ୟାକେଟିଂ କରୁଛନ୍ତି । ବିକ୍ରି କରିବା ପାଇଁ କଟକ, ଭୁବନେଶ୍ୱର, ପୁରୀ, ଗଂଜାମ, ବ୍ରହ୍ମପୁର ଭଳି ସହରକୁ ପଠାଉଛନ୍ତି   ।

ଖାଲି ତେଜପତ୍ର ବ୍ୟବସାୟ ନୁହେଁ ବଜାରରୁ ତୁଳା କିଣି ସଞ୍ଜବତୀ ପ୍ରସ୍ତୁତ କରୁଛନ୍ତି । ଏହାକୁ ବିଡ଼ା ବାନ୍ଧି ବିଭିନ୍ନ ଦୋକାନ କିମ୍ବା ପୂଜା ସାମଗ୍ରୀ ଦୋକାନରେ ବିକ୍ରି କରୁଛନ୍ତି । ସେହିପରି ବାଦାମ, ଚଣା, ମସଲା, ମଟର ପ୍ୟାକେଟ୍ କରି ବିକ୍ରି କରୁଛନ୍ତି ମହିଳା । ୨୦୧୩ ମସିହାରେ ୫୦ ଜଣ ମହିଳା ମିଶି ଦୁର୍ଗତିନାଶିନୀ ଆଂଚଳିକ ମଂଚ ଗଠନ କରିଥିଲେ । ସେଥିରୁ ୧୦ ଜଣ ମହିଳା ୨୦୧୫ରେ ୫୦ ହଜାର ଟଙ୍କା ରୁଣ ନେଇ ତେଜପତ୍ର ବ୍ୟବସାୟ ଆରମ୍ଭ କଲେ । ଭଲ ବ୍ୟବସାୟ ହେବାରୁ ଅଧିକ କାମ ହାତକୁ ନେଇ ଲାଭବାନ ହେଉଛନ୍ତି ।

୧୦ ବର୍ଷ ଭିତରେ ୧୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲାଣି ଏହି ଅନୁଷ୍ଠାନ । ଏଥିରୁ ମାସକୁ ପ୍ରତି ମହିଳା ମାନେ ୨ର ୩ ହଜାର ଟଙ୍କା ପର୍ୟ୍ୟନ୍ତ ରୋଜଗାର କରିପାରୁଛନ୍ତି । ନିଜର ଖର୍ଚ୍ଚ ନିଜେ ତୁଲାଇପାରୁଛନ୍ତି ।