Kidney Ailments Photograph: (Kanak News)
କନକ ବ୍ୟୁରୋ : ବଡ଼ଚଣା ଅନେକ ହେଭିୱେଟ ନେତାଙ୍କ କର୍ମସ୍ଥଳୀ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ସୁଯୋଗ ଦେଇଛି ଏ ମାଟି । ପ୍ରତିବଦଳରେ ମିଳିଛି କେବଳ ପ୍ରତାରଣା । ଗୋଟିଏ ବ୍ଲକକୁ ନେଇ ଗୋଟିଏ ନିର୍ବାଚନମଣ୍ଡଳୀ, ତଥାପି ବିକାଶ ଏଠାରେ ବାଟବଣା । ବର୍ଷ ବର୍ଷ ଧରି ଛାତଘର ଅପେକ୍ଷାରେ ଥିବା କେଶରପଡା ଗାଁ ।
ଯାଜପୁରର ବଡଚଣା ନିର୍ବାଚନମଣ୍ଡଳୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନିର୍ବାଚନମଣ୍ଡଳୀ ଭାବେ ୧୯୫୧ରୁ ଏ ଅଞ୍ଚଳର ରହିଛି ଖ୍ୟାତି । ହେଲେ ଏହି ନିର୍ବାଚନମଣ୍ଡଳୀ ଅପଖ୍ୟାତି ମୁଣ୍ଡାଇଥିଲା ୨୦୦୩ ମସିହାରେ । ୨୩ ବର୍ଷ ପୂର୍ବେ ବଡଚଣା ଦେହରେ ବୋଳି ହୋଇଥିଲା ଇନ୍ଦିରା ଆବାସ ଦୁର୍ନୀତିର କାଳିମା । ଛାତ ଘର ଦେବା ନାଁରେ ହୋଇଥିଲା ୪୦ କୋଟି ଟଙ୍କାର କେଳେଙ୍କାରୀ । କିନ୍ତୁ ଦୁଭାଗ୍ୟ ଦୀର୍ଘ ୨ ଦଶନ୍ଧି ପରେ ଏବେ ବି ଛାତଘର ଅପେକ୍ଷାରେ ବଡଚଣା କେଶରପଡା ଗାଁର ସଂଖ୍ୟାଧିକ ପରିବାର । ଗାଁର ଆରମ୍ଭରୁ ଶେଷ ଯାଏଁ ଲମ୍ବିଛି ଭଙ୍ଗା ଦଦରା ଚାଳ ଛପର ଘର । ଏହି ଅବସ୍ଥାରେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ଚଳି ଆସୁଛନ୍ତି ୪ ଶହରୁ ଅଧିକ ଲୋକ । ହେଲେ ପ୍ରଶ୍ନ ଉଠୁଛି, ଛାତଘର ଯୋଗାଇଦେବାକୁ ସରକାରଙ୍କର ଏକାଧିକ ଯୋଜନା । ହେଲେ କାହିଁକି କେଶରପଡ଼ା ବାସିନ୍ଦା ଛାତ ଘରୁ ବଞ୍ଚିତ ହେଉଛନ୍ତି ?
ଅଧିକ ପଢ଼ନ୍ତୁ : ବିହାରରେ ପୁଣି ଥରେ ହେଉ ବିଧାନସଭା ନିର୍ବାଚନ, ସୁପ୍ରିମକୋର୍ଟରେ ପହଂଚିଲା ପ୍ରଶାନ୍ତ କିଶୋରଙ୍କ ଜନସ୍ୱରାଜ
କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନୁହନ୍ତି ବଡଚଣା ମାଟିରୁ ଏକାଧିକ ନେତା ପୂର୍ବରୁ ମନ୍ତ୍ରିମଣ୍ଡଳରେ ମଧ୍ୟ ରହିଛନ୍ତି । ହେଲେ ବଡ଼ଚଣାରେ ବିକାଶ ବର୍ଷ ବର୍ଷ ଧରି ବାଟ ହୁଡ଼ିଛି । ଆବାସ ଏଠି କେବଳ ଅଭିଶପ୍ତ ଶବ୍ଦରେ ସୀମିତ । ଯାହାର ପ୍ରମାଣ କେଶରପଡାର ପଲିଥିନ ଘୋଡା ଚାଳ ଘର । ଘରପଟ୍ଟା ମିଳିନଥିବାରୁ ଆବାସରୁ ବଞ୍ଚିତ ହୋଇଛନ୍ତି ଲୋକେ । ପୂର୍ବରୁ ମନ୍ତ୍ରୀଙ୍କୁ ଗୁହାରି କରି ଅନେକବାର ନିରାଶ ହୋଇଛନ୍ତି କେଶରପଡା ବାସିନ୍ଦା । ଏଭଳି ଅଭିଯୋଗ ଭିତରେ ବଡଚଣା ବିଧାୟକ କହିଛନ୍ତି, ସମସ୍ତଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରାଥମିକତା ଦିଆଯିବ । ଅନ୍ୟପଟେ ବିରୋଧୀଙ୍କ ଯୁକ୍ତି, ଲୋକଙ୍କୁ ନ୍ୟାୟ ଦେବାରେ ଶାସକ ଦଳ ଫେଲ୍ ମାରିଛି ।
ଆରୋପ ଓ ପ୍ରତ୍ୟାରୋପ ଭିତରେ ଗୋଟିଏ କଥା ଦେଖିବା ବାକି ରହିଲା, କେବେ ମିଳିବ କେଶରପଡ଼ାବାସୀଙ୍କୁ ଆବାସ ଘର ?
Follow Us