କନକବ୍ୟୁରୋ : ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ ବିକ୍ରମ ପଣ୍ଡା। ଗତକାଲି ରାତିରେ ପେଟ ଓ ଛାତିରେ ଯନ୍ତ୍ରଣା ହେବା ପରେ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।
ଅଧିକ ପଢନ୍ତୁ ... କଟକ ସହରରେ କାୟା ବିସ୍ତାର କଲାଣି ଜଣ୍ଡିସ : ଭୟ ଆତଙ୍କରେ ଅଞ୍ଚଳବାସୀ
ଅସୁସ୍ଥ ଥିବା ସତ୍ବେ ତାଙ୍କୁ ଏମକେସିଜିରୁ ଡିସଚାର୍ଜ କରାଯାଇଥିବା ନେଇ ବିକ୍ରମ ଅଭିଯୋଗ କରିଛନ୍ତି । ସେପଟେ ଆଜି ବିଜେଡିର କିଛି ନେତା ଓ କର୍ମୀ ବିକ୍ରମଙ୍କୁ ଏମକେସିଜି ମେଡିକାଲରେ ସାକ୍ଷାତ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷ ଚାପରେ ଆସି ବିକ୍ରମଙ୍କୁ ସ୍ବାସ୍ଥ୍ୟସେବା ସଠିକ୍ ଭାବେ ଯୋଗାଇ ଦେଉନଥିବା ଅଭିଯୋଗ କରିଛନ୍ତି । ..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/bikram-panda-2026-02-18-20-36-31.jpg)