କନକବ୍ୟୁରୋ : କଟକ ସହରରେ କାୟା ବିସ୍ତାର କଲାଣି ଜଣ୍ଡିସ । ଏ ୱାର୍ଡରୁ ସେ ୱାର୍ଡ ବ୍ୟାପି ଚାଲିଛି କାମଳ ରୋଗ । ଗତକାଲି ମେୟର, କମିସନର ସ୍ଥିତି ଯାଞ୍ଚ କରିଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚିଚନ୍ତି ୱାଟ୍କୋ ଅଧିକାରୀ, ଜଳସାଥି ଏବଂ ସିଏମ୍ସିର ଅଧିକାରୀ । କଟକ ମହାନଗର ନିଗମର ୧୦ ଏବଂ ୧୨ ନମ୍ବର ୱାର୍ଡ ଏବେ ଜଣ୍ଡିସ କବଜାରେ। ମାନସିଂହପାଟଣା, ମସ୍ତରା ମଠ ଗଳି ଓ କାଫଲା ବଜାରରେ ବ୍ୟାପୁଛି ଜଣ୍ଡିସ୍ । ହେଲେ ଏହାର କାରଣ ଏଯାଏଁ ଜଣାପଡ଼ିନାହିଁ । ଅନ୍ଧାରରେ ବାଡ଼ି ବୁଲାଇବା ଭଳି କୂଅ ଏବଂ ଢ଼ିଙ୍କିଆ କଳର ଦୂଷିତ ପାଣିରୁ ଏଭଳି ଜଣ୍ଡିସ ବ୍ୟାପୁଛି ବୋଲି ସଫେଇ ଦେଉଛନ୍ତି ଅଧିକାରୀ ।
ହାତରେ ନୁହେଁ ପାଦରେ କଲମ : ଦିବ୍ୟାଙ୍ଗ ହେଲେ ବି ମାନିନାହାନ୍ତି ହାର୍
ଏପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଗତ ଦୁଇ ମାସ ହେଲା କାଁ ଭାଁ ଜଣ୍ଡିସ ଦେଖାଦେଇଥିଲା । ସେତେବେଳେ ଅଭିଯୋଗ ପରେ ବି କାହାରି ନିଘା ନଥିଲା। ଏବେ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ତତ୍ପର ଦେଖାଉଛନ୍ତି ଅଧିକାରୀ । ଦୂଷିତ ପାନୀୟ ଜଳ ପିଇ ୨୦ରୁ ଅଧିକ ଲୋକ କାମଳ ରୋଗରେ ଆକ୍ରାନ୍ତ ହେଲେଣି। ଡ୍ରେନ୍ ଭିତର ଦେଇ ଯାଇଥିବା ପାଣି ପାଇପରେ ଫାଟ ଯୋଗୁଁ ପିଇବା ପାଣି ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି । ଏପଟେ ପ୍ରଭାବିତ ଅଞ୍ଚଳରେ ନିୟମିତ ରକ୍ତ ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆକ୍ରାନ୍ତଙ୍କୁ ଝଡ଼ାଫୁଙ୍କା ନକରି ତୁରନ୍ତ ମେଡିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ,ଜଣ୍ଡିସ ଭଳି ମାରାତ୍ମକ ରୋଗର ସ୍ଥାୟୀ ପ୍ରତିକାର ଲାଗି ଆଗକୁ ମହାନଗର ନିଗମ କି ପଦକ୍ଷେପ ନେଉଛି ତାହା ଦେଖିବାର କଥା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/jaundice-2026-02-18-20-28-33.jpg)