ଏସୀୟ ବକ୍ସିଂ କାଉନସିଲର ସଦସ୍ୟ ଭାବେ ନିଯୁକ୍ତ ହେଲେ ବିଜେନ୍ଦର ସିଂ, ଅଲିମ୍ପିକ୍ ପଦକ ବିଜେତାଙ୍କୁ ମିଳିଲା ଏହି ବଡ଼ ଦାୟିତ୍ୱ

Advertisment

୨୦୦୮ ମସିହାରେ ଚୀନର ବେଜିଂଠାରେ ପ୍ରଥମ ଭାରତୀୟ ଭାବେ ବକ୍ସିଂରୁ ଅଲିମ୍ପିକ୍ସ ପଦକ ଜିତିଥିବା ବିଜେନ୍ଦରଙ୍କର ରିଙ୍ଗ୍‌ ଭିତରେ ଲଢ଼ିବାର ଦୁଇ ଦଶନ୍ଧିରୁ ଅଧିକ ଦିନର ଅଭିଜ୍ଞତା ରହିଛି ।

୨୦୦୮ ମସିହାରେ ଚୀନର ବେଜିଂଠାରେ ପ୍ରଥମ ଭାରତୀୟ ଭାବେ ବକ୍ସିଂରୁ ଅଲିମ୍ପିକ୍ସ ପଦକ ଜିତିଥିବା ବିଜେନ୍ଦରଙ୍କର ରିଙ୍ଗ୍‌ ଭିତରେ ଲଢ଼ିବାର ଦୁଇ ଦଶନ୍ଧିରୁ ଅଧିକ ଦିନର ଅଭିଜ୍ଞତା ରହିଛି ।

Vijenders new phase

Vijenders new phase Photograph: (Google)

କନକ ବ୍ୟୁରୋ: ଉଭୟ ପେସାଦାର ଓ ସୌଖିନ ବକ୍ସିଂରେ ନିଜ ଯାଦୁ ଦେଖାଇଥିବା ଅଲିମ୍ପିକ୍ସ ପଦକ ବିଜେତା ବିଜେନ୍ଦର ସିଂହ ନୂଆ ପାଳି ଆରମ୍ଭ କରିଛନ୍ତି । ଖେଳାଳି ଜୀବନରୁ ଅବ୍ୟାହତି ନେଇ ବକ୍ସିଂ ପରିଚାଳନାରେ ମନ ବଳାଇଛନ୍ତି ସେ । ବିଜେନ୍ଦର ନିକଟରେ ଏସୀୟ ବକ୍ସିଂ ପରିଷଦର ସଦସ୍ୟ ନିଯୁକ୍ତ ହୋଇଛନ୍ତି । ଯାହା ତାଙ୍କୁ ବକ୍ସିଂ ପରିଚାଳନାର ବିଶ୍ବ ମାନଚିତ୍ରରେ ସ୍ଥାପିତ କରିଛି । ୨୦୦୮ ମସିହାରେ ଚୀନର ବେଜିଂଠାରେ ପ୍ରଥମ ଭାରତୀୟ ଭାବେ ବକ୍ସିଂରୁ ଅଲିମ୍ପିକ୍ସ ପଦକ ଜିତିଥିବା ବିଜେନ୍ଦରଙ୍କର ରିଙ୍ଗ୍‌ ଭିତରେ ଲଢ଼ିବାର ଦୁଇ ଦଶନ୍ଧିରୁ ଅଧିକ ଦିନର ଅଭିଜ୍ଞତା ରହିଛି ।

ଅଧିକ ପଢନ୍ତୁ : ୧୯ ବର୍ଷରୁ କମ ବିଶ୍ବକପ୍: ହାତ ମିଳାଇଲେନି ଭାରତ-ବାଂଲାଦେଶ ଅଧିନାୟକ

ଏସୀୟ ବକ୍ସିଂ ପରିଷଦ ଏସିଆ ମହାଦେଶର ବିଭିନ୍ନ ଅଞ୍ଚଳ‌ରେ ବକ୍ସିଂର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ସ୍ବରୂପର ଆକାର ବୃଦ୍ଧି ତଥା ଅନ୍ୟାନ୍ୟ ବିକାଶ ନେଇ କାର୍ଯ୍ୟ କରିଥାଏ। ଏହି ଉଚ୍ଚକ୍ଷମତା ସଂପନ୍ନ ପରିଷଦରେ ବିଜେନ୍ଦର ନିଯୁକ୍ତି ପାଇବା ଭାରତୀୟ ବକ୍ସିଂ ପାଇଁ ବହୁତ ବଡ଼ ଖୁସି ଖବର ଭା‌ବେ ବିବେଚନା କରାଯାଉଛି । ଏଭଳି ଏକ ସମ୍ମାନଜନକ ପଦ ପାଇବା ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଆଶା କରୁଛି ଏହି ନୂଆ ଭୂମିକାକୁ ମୁଁ ସଫଳତାର ସହ ତୁଲାଇ ପାରିବି । ବେଜଂରେ ନୂଆ ଇତିହାସ ରଚିବା ଭଳି ଏସିଆ ମହାଦେଶ‌ରେ ବକ୍ସିଂର ବିକାଶ ଲାଗି ମୁଁ ପ୍ରତିଶ୍ରୁତିବଦ୍ଧ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe