କନକ ବ୍ୟୁରୋ : ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଯୋଡ଼ି କୁହାଯାଉଥିବା କପଲ୍ ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା । ବର୍ତ୍ତମାନ ଇଣ୍ଟରନେଟରେ ଦୁହିଁଙ୍କ ବିବାହକୁ ନେଇ ଖୁବ୍ ଆଲୋଚନା ହେଉଛି । ଏହି ଲଭ୍ ବାର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ବିବାହକୁ ନେଇ ମୁହଁ ଖୋଲି ନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଦୁହିଁଙ୍କ ବିବାହ ଫେବୃଆରି ୨ ରେ ହେବ ବୋଲି ସୂଚନା ମିଳୁଛି । ତେବେ ଜଣେ ସୋସିଆଲ୍ ମିଡିଆ ୟୁଜର ଏକ ଭିଡିଓ ପୋଷ୍ଟ୍ କରି ଦାବି କରିଛନ୍ତି ଯେ ରଶ୍ମିକା ଏବଂ ବିଜୟ ଫେବୃଆରି ୨ ରେ ଉଦୟପୁରର ସିଟି ପ୍ୟାଲେସରେ ବିବାହ କରିବେ । ଯେଉଁଥିପାଇଁ ପ୍ୟାଲେସକୁ ବଧୂ ଭଳି ସଜା ଯାଉଛି । ଭିଡିଓରେ ଜଣେ ଯୁବତୀ ସିଟି ପ୍ୟାଲେସର ଦୃଶ୍ୟ ଦେଖାଇ କହୁଛନ୍ତି ଯେ ବିଜୟ ଏବଂ ରଶ୍ମିକାଙ୍କ ବାହାଘରର ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ଆଗକୁ ପଢ଼ନ୍ତୁ : କମେଡିୟାନ୍ କେମିତି ପାଲଟିଲେ ଷ୍ଟାର୍ ? କାହାଣୀ ସୁନୀଲ ଗ୍ରୋଭରଙ୍କର
ତାନ୍ୟା ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଉଦୟପୁରର ସିଟି ପ୍ୟାଲେସରେ ଥିବା କଥା କହୁଛନ୍ତି । ପ୍ୟାଲେସରେ ଜୋରସୋରରେ ବିବାହ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଯୁବତୀ ଜଣକ ସାଉଥ୍ ଇଣ୍ଡଷ୍ଟ୍ରିର ପପୁଲାର୍ ତାରକାଙ୍କ ବିବାହ ଥିବା କଥା କହୁଛନ୍ତି । ସେ ଏହାକୁ ଏକ୍ସକ୍ଲୁସିଭ୍ ଭିଡିଓ କହିବା ସହ ପ୍ରଥମ ଥର ପାଇଁ ଏଭଳି ସ୍ବତନ୍ତ୍ର ଭିଡିଓ ଦେଉଛନ୍ତି ବୋଲି କହିଛନ୍ତି । ଏମିତିକି ସେ ପ୍ରତିଟି ସାଜସଜ୍ଜା ମଧ୍ୟ ଦେଖାଉଛନ୍ତି । ଉଦୟପୁରର ସିଟି ପ୍ୟାଲେସକୁ ବଡ଼ ଲାଲ ପରଦା ଏବଂ ବିଳାସପୂର୍ଣ୍ଣ ଇଣ୍ଟେରିୟର୍ ସହିତ ସଜାଯାଇଥିବାର ଦେଖାଯାଉଛି । ପୂରା ସ୍ଥାନଟି କୌଣସି ଚଳଚ୍ଚିତ୍ରର ସେଟ୍ ପରି ଦେଖାଯାଉଥିବା ବେଳେ ଖାଇବା,ପିଇବା ପାଇଁ ସୁନା ପରି ଚକଚକ କରୁଥିବା ବାସନକୁସନର ବ୍ୟବହାର କରାଯାଇଥିବାର ମଧ୍ୟ ଦେଖାଯାଉଛି ।
ତେବେ ୨୦୨୫ ଅକ୍ଟୋବରରେ ଏକ ଖବର ପ୍ରକାଶ ପାଇଥିଲା ଯେ ରଶ୍ମିକା ଏବଂ ବିଜୟ ହାଇଦ୍ରାବାଦର ଏକ ପଞ୍ଚତାରକା ହୋଟେଲରେ ଗୁପ୍ତ ଭାବରେ ନିର୍ବନ୍ଧ କରିଥିଲେ । ଏହି ନିର୍ବନ୍ଧରେ କେବଳ ଦୁଇ ପରିବାରର ସଦସ୍ୟମାନେ ହିଁ ଉପସ୍ଥିତ ଥିଲେ । ରଶ୍ମିକା ଏବଂ ବିଜୟ ଗୀତ ଗୋବିନ୍ଦମ୍ ସିନେମାରେ ଏକାଠି ନଜର ଆସିଥିଲେ ଏବଂ ଏହି ସିନେମା ପରଠାରୁ ହିଁ ଦୁହିଁଙ୍କ ଡେଟିଂର ଗୁଜବ ମଧ୍ୟ ସୃଷ୍ଟି ହୋଇଥିଲା । ତା'ପରେ ଦୁହେଁ ୨୦୧୯ରେ ଡିୟର କମ୍ରେଡ୍ ଚଳଚ୍ଚିତ୍ରରେ ପୁଣି ଏକାଠି କାମ କରିଥିଲେ । ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ବିଭିନ୍ନ ଷ୍ଟେଜ୍ ଶୋ’ ଏବଂ ସ୍କ୍ରିନିଂ ସମୟରେ ଦୁହିଁଙ୍କ ନିକଟତର ହେବାକୁ ନେଇ ଚର୍ଚ୍ଚା ମଧ୍ୟ ହୁଏ । ତେବେ ରଶ୍ମିକା ୨୦୨୫ ରେ "ଛାଭା", "ସିକନ୍ଦର", "କୁବେରା", "ଥାମା" ଏବଂ "ଦି ଗର୍ଲଫ୍ରେଣ୍ଡ" ରେ ନଜର ଆସିଥିବା ବେଳେ ଏବେ ତାଙ୍କର "କକଟେଲ୍ ୨" ଏବଂ ୨୦୨୬ ରେ "ମୈସା" ସିନେମା ପ୍ରେକ୍ଷାଳୟରେ ରିଲିଜ୍ ହେବା ଅପେକ୍ଷାରେ ଅଛି । ବିଜୟଙ୍କ ପାଖରେ "ରାଉଡି ଜନାର୍ଦ୍ଦନ" ଏବଂ "ରାଣାବାଲି" ସିନେମା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/02/rashmika-viajy-2026-02-02-16-50-46.jpg)