କନକ ବ୍ୟୁରୋ : ବର୍ଷ ୨୦୦୫
ସେତେବେଳେ ନା କପିଲ ଶର୍ମା ଶୋ’ ଥିଲା ଆଉ ନା’ କେହି ସୁନୀଲ ଗ୍ରୋଭରଙ୍କୁ କମେଡି ଜଗତରେ ଜାଣିଥିଲେ । କିନ୍ତୁ ଆଜିର ଦିନରେ କପିଲ ଶର୍ମା ଶୋ’ ଯେମିତି ଦେଶର ନମ୍ବର ୧ କମେଡି ଶୋ’ ପାଲଟିଛି । ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ମଧ୍ୟ କମେଡି ଜଗତରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବର୍ତ୍ତମାନର ସମୟରେ କପିଲ ଯଦି କମେଡି କିଙ୍ଗ୍ ତା’ହେଲେ ସୁନୀଲଙ୍କୁ କମେଡିର ରିଙ୍ଗ୍ ମାଷ୍ଟର୍ ବୋଲି କୁହାଯାଉଛି । କାରଣ ସେ ଯେଉଁ ଅଭିନେତାଙ୍କ ମିମିକ୍ରି କଲେ ମଧ୍ୟ ତାକୁ ନିଖୁଣ ଭାବରେ ଅଭିନୟ କରି ଦର୍ଶକଙ୍କ ପାଖକୁ ପହଞ୍ଚାଉଛନ୍ତି । ଅମିତାଭ ବଚ୍ଚନ , ଆମିର ଖାନ୍ , ସଲମାନ ଖାନ୍ , ଶାହରୁଖ୍ ଖାନ୍ , ଅଜୟ ଦେବଗନ୍ ଭଳି ବଡ଼ ବଡ଼ ଅଭିନେତା ମଧ୍ୟ ତାଙ୍କ କମେଡିକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।
‘ଓଡ଼ିଆ ଖାଦ୍ୟ’ ପ୍ରେମରେ ବଲିଉଡ୍ ଅଭିନେତ୍ରୀ : କହିଲେ ‘I Love Odia Food’ , ଲାଇମ୍ ଲାଇଟ୍ ନେଲା ଛେନାପୋଡ଼
ତେବେ ସୁନାକୁ ଚିହ୍ନେ ବଣିଆ ଭଳି ସୁନୀଲଙ୍କ ପ୍ରତିଭାକୁ ପ୍ରଥମେ ପ୍ରଖ୍ୟାତ ହାସ୍ୟ ଅଭିନେତା ଜସପାଲ ଭଟ୍ଟି ଚିହ୍ନି ପାରିଥିଲେ । ଜସପାଲଙ୍କ ଲୋକପ୍ରିୟ ଶୋ’ ଫ୍ଲପ୍ ଶୋ’ରେ ପ୍ରଥମେ ତାଙ୍କୁ ବ୍ରେକ୍ ମିଳିଥିଲା । ତା’ପରେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫଟର୍ ଚ୍ୟାଲେଞ୍ଜ ୨୦୦୫ ରେ ଭାରତୀୟ ଟେଲିଭିଜନରେ ତାଙ୍କର ଡେବ୍ୟୁ ହୋଇଥିଲା ଏବଂ ସେ ଘରେ ଘରେ ଲୋକପ୍ରିୟ ହୋଇଗଲେ । ୨୦୧୩ ରେ କପିଲ ଶର୍ମା ନିଜର ଶୋ’ କମେଡି ନାଇଟ୍ସ ୱିଥ୍ କପିଲ ଆରମ୍ଭ କରିଥିଲେ । ଏହା କେବଳ ତାଙ୍କ ପାଇଁ ନୁହେଁ ବରଂ ସୁନୀଲ ଗ୍ରୋଭରଙ୍କ ପାଇଁ ମଧ୍ୟ ଗେମ୍ ଚେଞ୍ଜର ସାଜିଥିଲା । ସୁନୀଲ ନିଜକୁ ଜଣେ ହାସ୍ୟ ଅଭିନେତା ଭାବରେ ପ୍ରତିଷ୍ଠିତ କରିସାରିଥିଲେ କିନ୍ତୁ କପିଲଙ୍କ ମଞ୍ଚରେ ସେ ତାଙ୍କର ଅଭିନବ ଚରିତ୍ର ଏବଂ ଗେଟ-ଅପ୍ ସହିତ ତାଙ୍କର ପ୍ରଦର୍ଶନକୁ ଆହୁରି ରୋମାଞ୍ଚକର କରିଥିଲେ । ନିଜ ପ୍ରତିଭା ଯୋଗୁଁ କେବଳ କମେଡି କଳାକାର ରୂପରେ ନୁହେଁ ସିନେମାରେ ମଧ୍ୟ ଅଭିନେତା ହେବାର ସୁଯୋଗ ପାଇଥିଲେ ସୁନୀଲ । ଗୁତ୍ଥି, ଡକ୍ଟର ମଶୁର ଗୁଲାଟି ଭଳି ଭ୍ରାନ୍ତ ନାମର ଚରିତ୍ରକୁ ମଧ୍ୟ ଫେମସ୍ କରିଥିବା ପଛର କଳାକାର ହେଉଛନ୍ତି ସୁନୀଲ ଗ୍ରୋଭର । କୌଣସି ପ୍ରସିଦ୍ଧ ବ୍ୟକ୍ତିତ୍ୱ କିମ୍ବା ସୁପରଷ୍ଟାରଙ୍କ ଅନୁକରଣ ହେଉ କି ସିରିଏସ୍ ରୋଲ୍ ସେ ପ୍ରତିଟି ଚରିତ୍ରକୁ ଏତେ ନିଖୁଣ ଭାବରେ ପ୍ରଦର୍ଶନ କରୁଥିଲେ ଯେ ଦର୍ଶକମାନେ ସ୍ତବ୍ଧ ହୋଇଯାଉଥିଲେ ।
ବର୍ତ୍ତମାନ ନେଟଫ୍ଲିକ୍ସରେ ଆସୁଥିବା କପିଲ ଶର୍ମାଙ୍କ ଶୋ’ରେ ସୁପରଷ୍ଟାର୍ ଆମିର ଖାନଙ୍କ ଭଳି ନକଲ କରିବାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏମିତିକି ମିଷ୍ଟର୍ ପ୍ରୋଫେସନିଷ୍ଟ୍ ବୋଲାଉଥିବା ଆମିର୍ ମଧ୍ୟ ସୁନୀଲଙ୍କୁ ଏନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେହି ଶୋ’ରେ ସୁନୀଲ ସଲମାନଙ୍କ ଚରିତ୍ରରେ ମଧ୍ୟ ନଜର ଆସନ୍ତି । ଶୋ’କୁ ଆସିଥିବା ଅତିଥି କଳାକାର , ହୋଷ୍ଟ୍ ଏବଂ ଅର୍ଚ୍ଚନା ପୁରଣ ସିଂ ଓ ନବଜୌତ ସିଂ ସିଦ୍ଧୁ ମଧ୍ୟ ସୁନୀଲଙ୍କ ଏହି ଅଭିନୟକୁ ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅଭିନେତାଙ୍କ ଭାଷା,ପୋଷାକ ଏବଂ ସ୍ବର ମଧ୍ୟ ଆମିରଙ୍କ ଭଳି ହୋଇ ଯାଇଥିଲା । ଯାହାକୁ କମେଡିର ଏକ କ୍ଲାସିକ୍ ଷ୍ଟେଜ୍ ବୋଲି କୁହାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/17/sunil-grover-2026-01-17-16-48-57.jpg)