କନକ ବ୍ୟୁରୋ : ଗୀତାଗୋବିନ୍ଦମ୍ , ଡିୟର୍ କମରେଡ୍ ସିନେମାରେ ଏକାଠି ଅଭିନୟ କରୁ କରୁ ସତସତିକା ବରବଧୂ ସାଜିଲେ ଦକ୍ଷିଣ ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ଡ୍ୟାସିଙ୍ଗ ଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ ଚୁଲବୁଲି ନାୟିକା ରଶ୍ମିକା ମନ୍ଧାନା । ଫେବୃଆରି ୨୬ ତାରିଖରେ ଉଦୟପୁରର ଏକ ବିଳାସପୂର୍ଣ୍ଣ ରିସର୍ଟରେ ଦୁହେଁ ଦୁହିଁଙ୍କୁ ସାତ ଜନ୍ମର ସାଥୀ କରିବା ପାଇଁ ଶପଥ ନେଇଛନ୍ତି । ତେବେ ଏହି ବିବାହରେ ଉଭୟ ପରିବାରର ରୀତିନୀତିକୁ ସମ୍ମାନ ଦିଆଯାଇଛି । ଦ୍ବିପ୍ରହରରେ ବିଜୟଙ୍କ ସଂସ୍କୃତିକୁ ଧ୍ୟାନରେ ରଖି ତେଲୁଗୁ ରୀତି ଅନୁସାରେ ବିବାହ କରାଯାଇଥିଲା । ରଶ୍ମିକା ସନ୍ଧ୍ୟାରେ କୋଡାଭା ରୀତି ଅନୁସାରେ ବିବାହ କରିଛନ୍ତି । ଦୁହିଁଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଅଭିନନ୍ଦନର ସୁଅ ଛୁଟିଛି । ବର ଏବଂ କନ୍ୟା ଭାବରେ ସଜ୍ଜିତ ବିଜୟ ଏବଂ ରଶ୍ମିକାଙ୍କର ପ୍ରଥମ ଝଲକ ଦେଖିଲେ ଆଖି ହଟାଇବା ବି କଷ୍ଟକର ହୋଇପଡୁଛି । କାରଣ ଏହି ଲଭ୍ ବାର୍ଡ ଧଳା ଏବଂ ନାଲି ପୋଷାକରେ କେଉଁ ପରୀ ରାଇଜର ରାଜା ଏବଂ ରାଣୀ ଭଳି ଦେଖାଯାଉଛନ୍ତି ।
ଆଗକୁ ପଢ଼ନ୍ତୁ ‘VIROSH’ ନାମରେ ଭାଇରାଲ ହେଲା ରଶ୍ମିକା ଓ ବିଜୟଙ୍କ ବିବାହ ଖବର
ଅନ୍ୟ ଦକ୍ଷିଣ ଭାରତୀୟ ଦମ୍ପତିଙ୍କ ପରି ଏହି ଲଭ୍ ବାର୍ଡ ମଧ୍ୟ ନିଜ ପରମ୍ପରାକୁ ପ୍ରାଥମିକତା ଦେଇଛନ୍ତି । ସେମାନଙ୍କ ବିବାହ ଫଟୋରେ ଦକ୍ଷିଣ ଭାରତୀୟ ସଂସ୍କୃତିର ଝଲକ ସ୍ପଷ୍ଟ ଭାବରେ ଦେଖାଯାଉଛି । ପ୍ରଶଂସକ ଏବଂ ସେଲିବ୍ରିଟିମାନେ ବିଜୟ ଏବଂ ରଶ୍ମିକାଙ୍କ ଉପରେ ପ୍ରେମର ବର୍ଷା କରିଛନ୍ତି । ତେବେ ଗତ ପନ୍ଦର ଦିନ ଧରି ଦୁହିଁଙ୍କୁ ବିବାହକୁ ନେଇ ପ୍ରତିଟି ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏବେ ସବୁ ଅପେକ୍ଷାର ଅନ୍ତ ଘଟିଛି ଏବଂ ବିଜୟଙ୍କ ହୋଇଛନ୍ତି ରଶ୍ମିକା । ଦୁହିଁଙ୍କୁ ଫ୍ୟାନ୍ସ VIROSH ର ହାସଟ୍ୟାଗ୍ ଦେଇ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି । ତେବେ ଉଦୟପୁରରେ ରାଜକୀୟ ବିବାହ ପରେ ମାର୍ଚ୍ଚ ୪ ରେ ଦୁହିଁଙ୍କ ରିସେପ୍ସନ ହାଇଦ୍ରାବାଦରେ ଆୟୋଜନ ହେବ ବୋଲି କୁହାଯାଉଛି ।
ତେବେ ରଶ୍ମିକା ଏବଂ ବିଜୟ ପ୍ରଥମ ଥର ପାଇଁ ୨୦୧୭ ମସିହାରେ "ଗୀତା ଗୋବିନ୍ଦମ୍" ସେଟରେ ଦେଖା ହୋଇଥିଲେ । ପ୍ରଥମେ ବନ୍ଧୁ ଏବଂ ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଲା । ସିନେମାରେ ରୋମାନ୍ସ କରୁ କରୁ ଦୁହେଁ ବାସ୍ତବ ଜୀବନରେ ପ୍ରେମରେ ପଡ଼ିଗଲେ । ସିନେମାଟି ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା ଏବଂ ଦୁହିଁଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଥିଲା । ତା'ପରେ ଏହି ଯୋଡ଼ି "ଡିୟର କମ୍ରେଡ୍" ସିନେମାରେ ଏକାଠି ନଜର ଆସିଥିଲେ । ସମୟ ସହିତ ରଶ୍ମିକା ଏବଂ ବିଜୟଙ୍କ ସମ୍ପର୍କ ଆହୁରି ଗଭୀର ହେଲା । ଦୁହେଁ ଗତ ଅକ୍ଟୋବରରେ ଗୁପ୍ତ ଭାବରେ ବିବାହ କରିଥିଲେ । ଏବେ ପରିବାର ଉପସ୍ଥିତିରେ ବିବାହ କରି ଏହି ଲଭ୍ ବାର୍ଡ ଜୀବନସାଥୀ ହୋଇଯାଇଛନ୍ତି । ତେବେ ବିଜୟଙ୍କ ପୂର୍ବରୁ ରଶ୍ମିକା ଅଭିନେତା ରକ୍ଷିତ ଶେଟ୍ଟୀଙ୍କୁ ପ୍ରେମ କରୁଥିଲେ । ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା କିନ୍ତୁ ଗୋଟିଏ ବର୍ଷ ପରେ ସମ୍ପର୍କ ଶେଷ ହୋଇ ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/26/virosh-2026-02-26-20-35-10.jpg)